ETV Bharat / sports

FIFA Ranking: 99ତମ ସ୍ଥାନକୁ ଉଠିଲା ଭାରତୀୟ ଫୁଟବଲ ଦଳ

author img

By

Published : Jul 21, 2023, 1:47 PM IST

5 ବର୍ଷ ପରେ ଫିଫା ମାନ୍ୟତା ତାଲିକାରେ ଟପ 100ରେ ରହିଛି ଭାରତୀୟ ଫୁଟବଲ ଦଳ । ଏନେଇ ଦଳକୁ ବିଭିନ୍ନ ଦିଗରୁ ଶୁଭେଚ୍ଛାର ସୁଅ ଛୁଟିଛି । ଅଧିକ ପଢନ୍ତୁ

FIFA Ranking
99ତମ ସ୍ଥାନକୁ ଉଠିଲା ଭାରତୀୟ ଫୁଟବଲ ଦଳ

ନୂଆଦିଲ୍ଲୀ: ପୁରୁଷ ଫିଫା ଫୁଟବଲ ମାନ୍ୟତାରେ ଭାରତୀୟ ଦଳ ଗୋଟିଏ ସ୍ଥାନ ଉପରକୁ ଉଠିଛି । ସଦ୍ୟ ପ୍ରକାଶିତ ଫିଫା ତାଲିକାରେ 5 ବର୍ଷ ପରେ ଟପ 100ରେ ରହିଛି । 99ତମ ସ୍ଥାନ ଉପରକୁ ଉଠିଛି ସୁନୀଲ ଛେତ୍ରୀଙ୍କ ନେତୃତ୍ବାଧୀନ ଭାରତୀୟ ଫୁଟବଲ ଦଳ । ଜୁନ 29ରେ ପ୍ରକାଶିତ ଫିଫା ମାନ୍ୟତା ତାଲିକାରେ ଭାରତ 101ରୁ 100ରୁ ଉତୀର୍ଣ୍ଣ ହୋଇଥିଲା । ଏବେ 5 ବର୍ଷ ପରେ 99ତମ ସ୍ଥାନକୁ ଉଠି ଟପ୍ 100ରେ ରହିଛି ଭାରତ ।

ଦୀର୍ଘ 5 ବର୍ଷ ପରେ ଭାରତୀୟ ପୁରୁଷ ଫୁଟବଲ ଦଳ ଫିଫା ମାନ୍ୟତାରେ ଶୀର୍ଷ 100ରେ ପହଞ୍ଚିଛି । ବିଶ୍ବ ଫୁଟବଲ ସର୍ବୋଚ୍ଚ ସଂସ୍ଥା ଫିଫା ପକ୍ଷରୁ ପ୍ରକାଶିତ ରାକିଂରେ ଭାରତ ଉପରକୁ ଉଠି 99ତମ ସ୍ଥାନରେ ପହଞ୍ଚିଛି । ବର୍ତ୍ତମାନ ଭାରତ ରେଟିଂ ପଏଣ୍ଟ 1208.69 ରହିଛି । ସାଫ ଚମ୍ପିଆନ ହେବା ପରେ ଭାରତ ମାନ୍ୟତାରେ ଏହି ବୃଦ୍ଧି ହୋଇଛି । 2018 ପରେ ଭାରତର ଏହା ଶ୍ରେଷ୍ଠ ମାନ୍ୟତା ।

1996ରେ ଭାରତ ଫିଫା ମାନ୍ୟତା ତାଲିକାରେ 94ତମ ସ୍ଥାନରେ ରହିଛି । ଏହା ପରଠୁ ଭାରତ ଆଉ ଟପ 100ରେ ରହି ନଥିଲା । ମାତ୍ର ଦଳ ଯେଉଁଭଳି ଭାବେ ପ୍ରଦର୍ଶନ କରୁଛି ଭାରତୀୟ ଫୁଟବଲ ଦଳର ଏକ ଉଜ୍ବଳ ଭବିଷ୍ୟତ ଦେଖାଯାଉଛି । ଆର୍ଜେଣ୍ଟିନା ପୂର୍ବ ଭଳି ପ୍ରଥମ ସ୍ଥାନରେ ରହିଛି । ଦ୍ବିତୀୟରେ ଫ୍ରାନ୍ସ, ତୃତୀୟରେ ବ୍ରାଜିଲ ଓ ଚତୁର୍ଥରେ ଇଂଲଣ୍ଡ ରହିଛି ।

ଏହା ବି ପଢନ୍ତୁ...FIFA Ranking: 5 ବର୍ଷ ପରେ 100ତମ ସ୍ଥାନରେ ଭାରତ

ଏହା ବି ପଢନ୍ତୁ...SAFF Championship 2023: କୁଏତକୁ ହରାଇ ନବମ ଟାଇଟଲ ହାତେଇଲା ଭାରତ

ପ୍ରକାଶଥାଉ କି ସୁନୀଲ ଛେତ୍ରୀଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ନିକଟରେ ଭଲ ପ୍ରଦର୍ଶନ କରିଛି । ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଇଣ୍ଟରକଣ୍ଟିନେଣ୍ଟାଲ କପ ଫୁଟବଲରେ ଭାରତ ଲେବାନନକୁ ହରାଇ ଚମ୍ପିଆନ ହୋଇଥିଲା । ଏହାପରେ ବେଙ୍ଗାଲୁରୁରେ ଅନୁଷ୍ଠିତ ସାଫ ଚମ୍ପିଆନସପିରେ ଭାରତ ଏ ପର୍ଯ୍ୟନ୍ତ ଅପରାଜେୟ ରହିଛି । ଫିଫା ମାନ୍ୟତା ତାଲିକାରେ ଭାରତର ସଫଳତା ନେଇ ସର୍ବଭାରତୀୟ ଫୁଟବଲ ସଂଘ ପକ୍ଷରୁ ଟ୍ବିଟ କରି ଖୁସି ଜାହିର କରିଛି । ଇଣ୍ଟରକଣ୍ଟିନେଣ୍ଟାଲ କପ ଫୁଟବଲ ଓ ସାଫ ଚମ୍ପିଆନସିପରେ ଭାରତର ପ୍ରଦର୍ଶନ ଫିଫା ମାନ୍ୟତାରେ ସ୍ଥାନରେ ଉତୀର୍ଣ୍ଣରେ ସହାୟକ ହୋଇଛି । ଗତ ମାସରେ ପ୍ରକାଶିତ ଫିଫା ମାନ୍ୟତା ତାଲିକାରେ ଭାରତ 5 ବର୍ଷ ପରେ 101ରୁ 100ତମ ସ୍ଥାନରେ ପହଞ୍ଚିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.