ହାଇଦ୍ରାବାଦ: ବାଂଲାଦେଶ ବନାମ ଭାରତ ଦ୍ବିତୀୟ ଦିନିକିଆରେ ଫିଲ୍ଡିଂ ସମୟରେ ଆହତ ହେଲେ ରୋହିତ ଶର୍ମା । ଫିଲ୍ଡି ସମୟରେ ତାଙ୍କ ବାମ ଆଙ୍ଗୁଳିରେ ଆଘାତ ଲାଗିଥିଲା । ଏହା ପରେ ଆଙ୍ଗୁଳିର ଏକ୍ସରେ କରିବା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରୋହିତ ଶର୍ମାଙ୍କ ବଦଳରେ ରଜତ ପଟିଦାର ଫିଲ୍ଡିଂ କରିଥିଲେ । ପରେ ରୋହିତ 9 ନମ୍ବରରେ ବ୍ୟାଟିଂ ଆସି 28ଟି ବଲରେ ଦମଦାର 51 ରନ ସଂଗ୍ରହ କରିଛନ୍ତି ।
ଆଜି ( ବୁଧବାର ) ଭାରତ ବନାମ ବାଂଲାଦେଶ ଦ୍ବିତୀୟ ଦିନିକିଆ ଖେଳାଯାଉଛି । ବାଂଲାଦେଶ ଟସ ଜିତି ଅଧିନାୟକ ଲିଟନ ଦାସ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଫଳରେ ବୋଲିଂ ପାଇଁ ମଇଦାନକୁ ଓହ୍ଲାଇଥିଲା ରୋହିତ୍ ଏଣ୍ଡ କୋ । ତେବେ ରୋହିତ ଫିଲ୍ଡିଂ ସମୟରେ ବଲ କ୍ୟାଚ କରିବାକୁ ପ୍ରୟାସ କରିବାକୁ ଯାଇ ତାଙ୍କ ବାମ ଆଙ୍ଗୁଠିରେ ଆଘାତ ଲାଗିଥିଲା । କ୍ୟାଚ୍ ମିସ୍ ହେବା ପରେ ତାଙ୍କ ଆଙ୍ଗୁଳିରୁ ରକ୍ତ ବାହାରିଥିଲା ।
-
Update: India Captain Rohit Sharma suffered a blow to his thumb while fielding in the 2nd ODI. The BCCI Medical Team assessed him. He has now gone for scans. pic.twitter.com/LHysrbDiKw
— BCCI (@BCCI) December 7, 2022 " class="align-text-top noRightClick twitterSection" data="
">Update: India Captain Rohit Sharma suffered a blow to his thumb while fielding in the 2nd ODI. The BCCI Medical Team assessed him. He has now gone for scans. pic.twitter.com/LHysrbDiKw
— BCCI (@BCCI) December 7, 2022Update: India Captain Rohit Sharma suffered a blow to his thumb while fielding in the 2nd ODI. The BCCI Medical Team assessed him. He has now gone for scans. pic.twitter.com/LHysrbDiKw
— BCCI (@BCCI) December 7, 2022
ଏବାବଦରେ ବିସିସିଆଇ ଟ୍ବିଟ କରି କହିଛି , "ଦ୍ବିତୀୟ ଦିନିକିଆରେ ଫିଲ୍ଡିଂ ସମୟରେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଆଙ୍ଗୁଳିରେ ଆଘାତ ଲାଗିଛି । ବିସିସିଆଇ ମେଡିକାଲ ଟିମର ଯାଞ୍ଚ ପରେ ତାଙ୍କୁ ଏକ୍ସରେ କରିବା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।" ଯଦି ରୋହିତ ଶର୍ମାଙ୍କ ଗୁରୁତର ଆହତ ହୋଇଥାନ୍ତି ତାହେଲେ ଭାରତ ପାଇଁ ଏହା ମୁଣ୍ଡ ବିନ୍ଧାର କାରଣ ପାଲଟିବ । ବାଂଲାଦେଶ ଗସ୍ତରୁ ବାଦ ପଡିପାରନ୍ତି ରୋହିତ । ତୃତୀୟ ଦିନିକିଆ ବାକି ଥିବା ବେଳେ ବାଂଲାଦେଶ ସହିତ ଦୁଇଟି ଟେଷ୍ଟ ମ୍ୟାଚ ଖେଳିବ ଭାରତ । ରୋହିତ ଶର୍ମା ହିଁ ଟେଷ୍ଟ ସିରିଜରେ ନେତୃତ୍ବ ନେବେ ।
ସେପଟେ ଦ୍ବିତୀୟ ଦିନିକିଆରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ଭାରତକୁ ୨୭୨ ରନର ଟାର୍ଗେଟ ଦେଇଛି । ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ହରାଇ ୨୭୧ ରନ କରିଛି । ମେହିଦ ହାସନ ମିରାଜ ଦମଦାର ଶତକ ହାସଲ କରିଛନ୍ତି । ମହମୁଦଲାହଙ୍କ ଅର୍ଦ୍ଧଶତକ ଓ ହାସନ ମିରାଜଙ୍କ ଦମଦାର ଶତକ ବଳରେ ବାଂଲଦେଶ ୨୭୧ ରନ କରିବାରେ ସକ୍ଷମ ହୋଇପାରିଛି । ହାସନ ମିରାଜ ୮୩ ବଲରୁ ୮ ଟି ଚୌକା ଓ ୪ ଟି ଛକା ସହିତ ୧୦୦ ରନର ଇନିଂସ ଖେଳି ଅପରାଜିତ ରହିଥିଲେ । ସେହିପରି ମହମୁଦଲହା ଧୀମା ବ୍ୟାଟିଂ କରି ୯୬ ବଲରେ ୭୭ ରନର ଇନିଂସ ଖେଳି ଆଉଟ ହୋଇଥିଲେ ।