ETV Bharat / sports

Asian champions trophy 2023 Final: ମାଲେସିଆକୁ ୪-୩ରେ ହରାଇ ଭାରତ ଚମ୍ପିଆନ୍‌

author img

By

Published : Aug 12, 2023, 11:08 PM IST

ଏସୀୟ ଚମ୍ପିଆନ୍‌ ଟ୍ରଫି ଫାଇନାଲରେ ମାଲେସିଆକୁ ୪-୩ ଗୋଲରେ ହରାଇ ଭାରତ ଚମ୍ପିଆନ୍‌ । ଅଧିକ ପଢ଼ନ୍ତୁ

Asian champions trophy 2023 Final
Asian champions trophy 2023 Final

ଚେନ୍ନାଇ: ଏସୀୟ ଚମ୍ପିଆନ୍‌ ଟ୍ରଫି ହାତେଇଲା ଭାରତ । ଶନିବାର ଖେଳାଯାଇଥିବା ରୋମାଞ୍ଚକର ଫାଇନାଲ ମ୍ୟାଚରେ ଭାରତ ୪-୩ରେ ମାଲେସିଆକୁ ପରାସ୍ତ କରି ଏହି ଟ୍ରଫି ହାତେଇଛି । ଏହି ବିଜୟ ସହ ଚତୁର୍ଥ ଥର ପାଇଁ ଏସୀୟ ଚମ୍ପିଆନ୍ସ ଟ୍ରଫି ଚମ୍ପିଆନ ହୋଇଛି ଭାରତ । ଏହା ପୂର୍ବରୁ ୨୦୧୧, ୨୦୧୬ ଓ ୨୦୧୮ରେ ଚମ୍ପିଆନ୍‌ ହୋଇଥିଲା ଟିମ୍‌ ଇଣ୍ଡିଆ ।

ଚେନ୍ନାଇରେ ଖେଳାଯାଇଥିବା ଫାଇନାଲରେ ମାଲେସିଆ ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ଖେଳି ୩-୧ ଗୋଲରେ ଆଗୁଆ ଥିଲା । ସେତେବେଳ ପର୍ଯ୍ୟନ୍ତ ମାଲେସିଆ ସହଜରେ ମ୍ୟାଚକୁ ଜିତିଯିବ ବୋଲି ଲାଗୁଥିଲା । କିନ୍ତୁ ମ୍ୟାଚର ଚତୁର୍ଥ କ୍ବାର୍ଟରରେ ନାଟକୀୟ ମୋଡ଼ରେ ଭାରତ କ୍ରମାଗତ ୩ଟି ଗୋଲ୍ ସ୍କୋର କରିଥିଲା । ଫଳରେ ଏକ ରୋମାଞ୍ଚକର ବିଜୟ ସହ ଟ୍ରଫି ହାତେଇଛନ୍ତି ମେନ୍‌ ଇନ୍‌ ବ୍ଲ୍ୟୁ । ତେବେ ଆୟୋଜକ ଭାରତ ହାଫ୍ ଟାଇମ୍ ସୁଦ୍ଧା ୧-୩ରେ ପଛୁଆ ଥିବା ବେଳେ ଗୋଟିଏ ମିନିଟ୍ ମଧ୍ୟରେ ଦୁଇଟି ଗୋଲ୍ ଦେଇ ଭାରତ ୩-୩ରେ ସ୍ଥିତିକୁ ବରାବର କରିଥିଲା । ଅଧିନାୟକ ହରମନପ୍ରୀତ ୪୪ତମ ମିନିଟ୍‌ରେ ଗୋଲ୍ ଦେଇଥିବା ବେଳେ ଗୁରଜନ୍ତ ସିଂହ ଫିଲ୍ଡ ଗୋଲ୍ ଦେଇ ସ୍କୋରକୁ ୩-୩ରେ ବରାବର କରିଥିଲେ । ଚତୁର୍ଥ ତଥା ବିଜୟୀ ଗୋଲଟି ଦେଇଥିଲେ ଅର୍ଶଦୀପ ସିଂହ ।

ଏହା ମଧ୍ୟ ପଢ଼ନ୍ତୁ...Asian Hockey Champions Trophy: ଜାପାନକୁ ୫-୦ ଗୋଲରେ ମାତ ଦେଇ ଫାଇନାଲ୍‌ରେ ଭାରତ

ଏହାପୂର୍ବରୁ ଶୁକ୍ରବାର ଜାପାନକୁ ସେମିଫାଇନାଲରେ ଏକପାଖିଆ ଭାବେ ପରାସ୍ତ କରିଥିଲା ଟିମ୍‌ ଇଣ୍ଡିଆ । ୫-୦ ଗୋଲରେ ୨୦୨୧ର ଉପବିଜେତା ଜାପାନକୁ ମାତ ଦେଇଥିଲେ ମେନ୍‌ ଇନ୍‌ ବ୍ଲ୍ୟୁ । ଚେନ୍ନାଇସ୍ଥିତ ମେୟର ରାଧାକ୍ରିଷ୍ଣନ ଷ୍ଟାଡିୟମରେ ଖେଳାଯାଇଥିବା ସେମିଫାଇନାଲରେ ଭାରତ ମ୍ୟାଚ୍‌ ଆରମ୍ଭରୁ ଆକ୍ରମଣାତ୍ମକ ଅନ୍ଦାଜ୍‌ରେ ଖେଳିଥିଲା । ହେଲେ ଏକାଧିକ ସୁଯୋଗ ମିଳିଥିଲେ ମଧ୍ୟ ପ୍ରଥମ କ୍ବାର୍ଟରରେ ଗୋଲ ସ୍କୋର କରିବାକୁ ସକ୍ଷମ ହୋଇନଥିଲା ଘରୋଇ ଦଳ । କିନ୍ତୁ ଦ୍ବିତୀୟ କ୍ବାର୍ଟର୍‌ରେ ଦଳ ୩ଟି ଗୋଲ ସ୍କୋର କରି ଜାପାନକୁ ସମ୍ପୂର୍ଣ୍ଣ ବ୍ୟାକଫୁଟକୁ ଠେଲି ଦେଇଥିଲା । ଦ୍ବିତୀୟାର୍ଦ୍ଧରେ ରଣନୀତି ବଦଳାଇଥିଲା ଜାପାନ । କିନ୍ତୁ ଭାରତୀୟ ଡିଫେଣ୍ଡରଙ୍କୁ ମାତ ଦେବା ସମ୍ଭବ ହୋଇନଥିଲା । ତୃତୀୟ କ୍ବାର୍ଟର୍‌ରେ ଦଳ ଗୋଟିଏ ଗୋଲ କରିଥିଲା । ଏହାପରେ ଚତୁର୍ଥ ତଥା ଶେଷ କ୍ବାର୍ଟରରେ ହରମନପ୍ରୀତଙ୍କ ଗୋଟିଏ ଏରିଆଲ ପାସ୍‌କୁ ସେ ବେଶ ଚମତ୍କାର ଢଙ୍ଗରେ ପ୍ରଥମେ ନିଜ ନିୟନ୍ତ୍ରଣକୁ ନେଇ ଗୋଲ ସ୍କୋର କରିଥିଲେ । ଏହି ବିଜୟ ପରେ ଷ୍ଟାଡିୟମରେ ଦର୍ଶକ ନାଚି ଉଠିଥିଲେ । ପ୍ରକାଶ ଯୋଗ୍ୟ ଗ୍ରୁପ୍‌ ପର୍ଯ୍ୟାୟରେ ଭାରତ ଓ ଜାପାନ ମ୍ୟାଚ୍‌ ୦-୦ରେ ଡ୍ର ରହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.