ETV Bharat / sports

ଭାରତ ରଚିଲା ଇତିହାସ: 14 ଥରର ଚାମ୍ପିୟାନ ଇଣ୍ଡୋନେସିଆକୁ ହରାଇ ଜିତିଲା ଥୋମାସ୍ କପ୍

ଭାରତ ବ୍ୟାଡମିଣ୍ଟନ ଇତିହାସରେ ପ୍ରଥମ । ଇଣ୍ଡୋନେସିଆକୁ ହରାଇ 73 ବର୍ଷ ପରେ ଥୋମାସ କପ୍ ହାସଲ କଲା ଭାରତୀୟ ଟିମ୍ । ଅଧିକ ପଢନ୍ତୁ

author img

By

Published : May 15, 2022, 3:49 PM IST

Updated : May 15, 2022, 6:32 PM IST

ଭାରତ ରଚିଲା ଇତିହାସ: 14 ଥରର ଚାମ୍ପିୟାନ ଇଣ୍ଡୋନେସିଆକୁ ହରାଇ ଜିତିଲା ଥୋମାସ୍ କପ୍
ଭାରତ ରଚିଲା ଇତିହାସ: 14 ଥରର ଚାମ୍ପିୟାନ ଇଣ୍ଡୋନେସିଆକୁ ହରାଇ ଜିତିଲା ଥୋମାସ୍ କପ୍

ବ୍ୟାଙ୍ଗକକ୍: ଭାରତ ବ୍ୟାଡମିଣ୍ଟନ ଇତିହାସରେ ପ୍ରଥମ । ବ୍ୟାଙ୍ଗକକରେ ଖେଳାଯାଉଥିବା ଥୋମାସ କପରେ ଇଣ୍ଡୋନେସିଆକୁ ହରାଇ ପ୍ରଥମ ଥର ପାଇଁ କପ୍ ହାସଲ କଲା ଭାରତ । 14 ଥର ଚାମ୍ପିୟାନ ଇଣ୍ଡୋନେସିଆକୁ 3-0 ଗୋଲରେ ମାତ୍ ଦେଇ 73 ବର୍ଷ ପରେ ଇତିହାସ ରଚିଛି ଭାରତୀୟ ଟିମ୍ ।

ବିଶ୍ବ ଚାମ୍ପିଅନସିପ୍ ପଦକ ବିଜେତା ଲକ୍ଷ୍ୟ ସେନ୍, କିଦାମ୍ବି ଶ୍ରୀକାନ୍ତ ଏବଂ ବିଶ୍ବର 8 ନମ୍ବର ଡବଲ୍ସ ଡୁଓ ଚିରାଗ ସେଟ୍ଟୀ ଏବଂ ସାତ୍ବିକସାଇରାଜ ରଙ୍କିରେଡ୍ଡି ଏକ ସ୍ମରଣୀୟ ପ୍ରଦର୍ଶନ ଭାରତକୁ ଏହି କପ୍ ଭେଟି ଦେଇଛି । ନକ୍ଆଉଟ୍ ପର୍ଯ୍ୟାୟରେ ଖରାପ ପ୍ରଦର୍ଶନ ପରେ ସେନ୍ ଦମଦାର ପ୍ରଦର୍ଶନ କରି ଶିଡ୍ ଆନ୍ଥୋନୀ ଜିନଟିଙ୍ଗଙ୍କୁ ୮-୨୧, ୨୧-୧୭, ୨୧-୧୬ରେ ପରାସ୍ତ କରିଥିଲେ ।

ଦ୍ବିତୀୟ ମୁକାବିଲା ଡବଲ୍ସରେ ସାତ୍ବିକସାଇରାଜ ରଙ୍କିରେଡ୍ଡି ଓ ଚିରାଗ ଶେଟ୍ଟୀଙ୍କ ଯୋଡ଼ି ୧୮-୨୧, ୨୩-୨୧, ୨୧-୧୯ ରେ ଜିତିଥିଲା । ସେହିପରି ତୃତୀୟ ମ୍ୟାଚ୍‌ରେ କିଦାମ୍ବୀ ଶ୍ରୀକାନ୍ତ ଏକ ଚମକଦାର ପ୍ରଦର୍ଶନ କରିଥିଲେ । ଏସିଆନ ଗେମ୍ସ ମେଡାଲିଷ୍ଟ ଜୋନାତନ କ୍ରିଷ୍ଟୀଙ୍କୁ 48 ମିନିଟରେ ୨୧-୧୫,୨୩-୨୧ରେ ପରାସ୍ତ କରି ମ୍ୟାଚ ସିଲ୍ କରିନେଇଥିଲେ । ଯାହା ଭାରତକୁ ଦୀର୍ଘ 73 ବର୍ଷ ପରେ ପ୍ରଥମ ଥର ପାଇଁ ଥୋମାସ କପ ଭେଟି ଦେଇଛି ।

  • The Indian badminton team has scripted history! The entire nation is elated by India winning the Thomas Cup! Congratulations to our accomplished team and best wishes to them for their future endeavours. This win will motivate so many upcoming sportspersons.

    — Narendra Modi (@narendramodi) May 15, 2022 " class="align-text-top noRightClick twitterSection" data=" ">

ଏହି ଐତିହାସିକ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ଭାରତୀୟ ବ୍ୟାଡମିଣ୍ଟନ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି । ଭାରତୀୟ ବ୍ୟାଡମିଣ୍ଟନ ଟିମ୍ ଇତିହାସ ରଚିଛନ୍ତି । ଥୋମାସ କପ୍ ବିଜୟ ପରେ ସମଗ୍ର ଦେଶ ଆନନ୍ଦିତ ଥିବା କହିଛନ୍ତି ମୋଦି । ସେହିପରି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଭାରତୀୟ ଟିମ୍‌କୁ ଶୁଭେଚ୍ଛା ଜଣାଇବା ସହ ୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି ।

ସେହିପରି କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ଭାରତୀୟ ବ୍ୟାଡମିଣ୍ଟନ ଟିମକୁ ଶୁଭେଚ୍ଛା ଜଣାଇ ଏକ ଭାବପୂର୍ଣ୍ଣ ପୋଷ୍ଟ କରିଛନ୍ତି । ସେ କହିଛନ୍ତି ଯେ, 'ପିଲାଟି ଦିନରୁ ମୁଁ ଏହି ମୁହୂର୍ତ୍ତକୁ ଅପେକ୍ଷା କରିଥିଲି । ସ୍ବପ୍ନ ଦିନେ ନା ଦିନେ ପୂରଣ ହୁଏ ।'

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 15, 2022, 6:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.