ETV Bharat / sports

ମହିଳା ଏସିଆ କପ୍‌ ହକିରେ ଭାରତକୁ ବ୍ରୋଞ୍ଜ ମେଡାଲ

ମହିଳା ଏସିଆ କପ ହକି ଟୁର୍ଣ୍ଣାମେଣ୍ଟରେ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହୋଇଛି ଭାରତ । ଶୁକ୍ରବାର ତୃତୀୟ ସ୍ଥାନ ପାଇଁ ଖେଳାଯାଇଥିବା ମ୍ୟାଚ୍‌ରେ ଚାଇନାକୁ ୨-୦ ଗୋଲ୍‌ରେ ହରାଇ ଭାରତ ବ୍ରୋଞ୍ଜ ମେଡାଲ ବିଜେତା ହୋଇଛି । ଅଧିକ ପଢନ୍ତୁ

author img

By

Published : Jan 28, 2022, 8:07 PM IST

Updated : Jan 28, 2022, 9:03 PM IST

India beat china 2-0 clinch bronze medal in women asia cup hockey
ମହିଳା ଏସିଆ କପ୍‌ ହକିରେ ଭାରତକୁ ବ୍ରୋଞ୍ଜ ମେଡାଲ

ମସ୍କାଟ୍‌: ମହିଳା ଏସିଆ କପ ହକି ଟୁର୍ଣ୍ଣାମେଣ୍ଟରେ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହୋଇଛି ଭାରତ । ଶୁକ୍ରବାର ତୃତୀୟ ସ୍ଥାନ ପାଇଁ ଖେଳାଯାଇଥିବା ମ୍ୟାଚ୍‌ରେ ଚାଇନାକୁ ୨-୦ ଗୋଲ୍‌ରେ ହରାଇ ଭାରତ ବ୍ରୋଞ୍ଜ ମେଡାଲ ବିଜେତା ହୋଇଛି । କୋରିଆ ବିପକ୍ଷ ସେମିଫାଇନାଲ ମ୍ୟାଚ୍‌ର ପରାଜୟକୁ ଭୁଲି ଭାରତୀୟ ଟିମ ବ୍ରୋଞ୍ଜ ମେଡାଲ ମ୍ୟାଚ୍‌ରେ ଦମଦାର ପ୍ରଦର୍ଶନ କରିଥିଲା । ପ୍ରଥମ ଦୁଇଟି କ୍ବାର୍ଟରରେ ମ୍ୟାଚ୍‌କୁ ସଂପୂର୍ଣ୍ଣ ନିୟନ୍ତ୍ରଣରେ ରଖିବା ସହ ଦୁଇଟି ଗୋଲ୍‌ କରିଥିଲା । ପଳରେ ହାଫ୍‌ ଟାଇମ ସୁଦ୍ଧା ଚାଇନା ବିପକ୍ଷରେ ୨-୦ରେ ଆଗୁଆ ରହିଥିଲା । ତେବେ ମ୍ୟାଚ୍‌ର ଦ୍ବିତୀୟାର୍ଦ୍ଧରେ କୌଣସି ଗୋଲ୍‌ କରିବାକୁ ସମର୍ଥ ହୋଇନଥିଲା ଭାରତୀୟ ଟିମ ।

ଚାଇନା ଖେଳାଳି ଗୋଲ୍‌ କରିବାକୁ ସମସ୍ତ ଜୋର୍‌ ଲଗାଇଥିଲେ ମଧ୍ୟ ସଫଳ ହୋଇନଥିଲେ । ଭାରତୀୟ ଟିମର କ୍ୟାପେଟନ ତଥା ଅଭିଜ୍ଞ ଗୋଲ୍‌କିପର ସବିତା ପୁନିଆ ଚାଇନାର ସମସ୍ତ ପ୍ରୟାସକୁ ବିଫଳ କରିଥିଲେ । ମ୍ୟାଚ୍‌ର ଶେଷ ଭାଗରେ ଚାଇନା ଖେଳାଳି ୩ଟି ପେନାଲିଟି କର୍ଣ୍ଣର ଲାଭ କରିଥିଲେ । ଫଳରେ ମ୍ୟାଚ୍‌ର ଫଳାଫଳ ବଦଳିବା ସମ୍ଭାବନା ସୃଷ୍ଟି ହୋଇଥିଲା । ତେବେ ଗୋଲ୍‌ରେ ପରିଣତ ନ କରିପାରିବାରୁ ଭାରତ ୨-୦ରେ ବିଜୟୀ ହୋଇଥିଲା । ଜାପାନ ଓ କୋରିଆ ମଧ୍ୟରେ ଫାଇନାଲ ମୁକାବିଲା ଖେଳାଯିବ ।

ଏହାମଧ୍ୟ ପଢନ୍ତୁ: ରଣଜୀ ଟ୍ରଫି ପାଇଁ BCCIର ଗ୍ରୀନ ସିଗନାଲ୍‌, ଏଥର ଦୁଇଟି ପର୍ଯ୍ୟାୟ

ଟୋକିଓ ଅଲମ୍ପିକ୍‌ସରେ ଐତିହାସିକ ଚତୁର୍ଥ ସ୍ଥାନରେ ରହିଥିବା ଭାରତୀୟ ମହିଳା ହକି ଟିମ COVID-19 ମହାମାରୀ ପାଇଁ ମ୍ୟାଚ୍‌ ପ୍ରାକ୍ଟିସର ଅଭାବ ଯୋଗୁଁ ପ୍ରଦର୍ଶନ ପ୍ରଭାବିତ ହୋଇଛି । ଡିଫେଣ୍ଡିଂ ଚମ୍ପିଆନ ଭାରତ ପ୍ରଦର୍ଶନ ସନ୍ତୋଷଜନକ ଆଶାନୂରୂପ ହୋଇନାହିଁ । କୋରିଆ ବିପକ୍ଷ ଗୁରୁତ୍ବପୂର୍ଣ୍ଣ ସେମିଫାଇନାଲ ମୁକାବିଲାରେ ପରାଜୟ ସହ ଟାଇଟେଲ ରେସ୍‌ରୁ ବାଦ୍‌ ପଡିଥିବା ସବିତା ପୁନିଆଙ୍କ ଟିମ ।

ମାଲେସିୟାକୁ ପ୍ରଥମ ମ୍ୟାଚ୍‌ରେ ୯-୦ରେ ହରାଇବା ପରେ ଏସିଆନ ଗେମ୍ସ ଚମ୍ପିଆନ ଜାପାନ ଠାରୁ ୦-୨ରେ ପରାସ୍ତ ହୋଇଥିଲା । ଏହାପରେ ସିଙ୍ଗାପୁରକୁ ୯-୧ ଗୋଲ୍‌ରେ ବଡ ବ୍ୟବଧାନରେ ହରାଇ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା । ମାତ୍ର ସେମିଫାଇନାଲରେ ଖରାପ ଡିଫେଣ୍ଡିଂ ଓ ପେନାଲିଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ ନ କରିପାରିବା ଯୋଗୁଁ କୋରିଆ ଠାରୁ ୨-୩ରେ ପରାଜୟ ମିଳିଥିଲା ।

IANS

Last Updated : Jan 28, 2022, 9:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.