ETV Bharat / sports

Asian Games 2023: ପାରୁଲ ଚୌଧୁରୀ ଓ ଅନ୍ନୁ ରାନୀଙ୍କୁ ସ୍ବର୍ଣ୍ଣ, ୧୦ମ ଦିନରେ ଭାରତକୁ ୯ ପଦକ

ହାଙ୍ଗଝୌଠାରେ ଜାରି ରହିଥିବା ୧୯ତମ ଏସିଆନ୍‌ ଗେମ୍ସ ୨୦୨୩ ଦଶମ ଦିନରେ ଭାରତୀୟ ଖେଳାଳିଙ୍କର ଦମଦାର ପ୍ରଦର୍ଶନ ଜାରି ରହିଥିଲା । ଆଜି ପାରୁଲ ଚୌଧୁରୀ ଓ ଅନ୍ନୁ ରାନୀଙ୍କ ଦୁଇଟି ସ୍ବର୍ଣ୍ଣ ପଦକ ସମେତ ୯ଟି ପଦକ ମିଳିଛି । ସମୁଦାୟ ଏହାକୁ ମିଶାଇ ଚଳିତ ଏସିଆନ ଗେମ୍ସ ୨୦୨୩ରେ ଭାରତର ପଦକ ସଂଖ୍ୟା ୬୯ରେ ପହଞ୍ଚିଯାଇଛି । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Oct 3, 2023, 9:40 PM IST

୧୦ମ ଦିନରେ ଭାରତକୁ ୯ ପଦକ
୧୦ମ ଦିନରେ ଭାରତକୁ ୯ ପଦକ

ହାଙ୍ଗଝୌ: ଚୀନ୍‌ର ହାଙ୍ଗଝୌଠାରେ ଜାରି ରହିଥିବା ୧୯ତମ ଏସିଆନ୍‌ ଗେମ୍ସ ୨୦୨୩ରେ ଭାରତୀୟ ଖେଳାଳିମାନେ ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି । ଦେଶକୁ ଗୋଟିଏ ପରେ ଗୋଟିଏ ପଦକ ଭେଟି ଦେବାରେ ଲାଗିଛନ୍ତି ଭାରତୀୟ କ୍ରୀଡ଼ାବିତ୍‌ । ଏହି କ୍ରମରେ ଭାରତକୁ ଆଜି ଆଉ ୨ଟି ସ୍ବର୍ଣ୍ଣ ପଦକ ମିଳିଛି । ମହିଳା ୫ ହଜାର ମିଟର ଦୌଡ଼ରେ ପାରୁଲ ଚୌଧୁରୀ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ୧୫.୧୪.୭୫ ମିନିଟରେ ଧାର୍ଯ୍ୟ ଦୂରତା ଅତିକ୍ରମ କରି ଏହି କୀର୍ତ୍ତିମାନ ହାସଲ କରିଛନ୍ତି । ସେପଟେ ଅନ୍ନୁ ରାନୀ ମଧ୍ୟ ଇତିହାସ ସୃଷ୍ଟି କରିଛନ୍ତି । ମହିଳା ଜାଭେଲିନ ଥ୍ରୋ ଇଭେଣ୍ଟରେ ଅନ୍ନୁ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ତାଙ୍କର ଚତୁର୍ଥ ପ୍ରୟାସରେ, ସେ ଏହି ସର୍ବୋତ୍ତମ ପ୍ରଦର୍ଶନ କରିଛନ୍ତି । ସେ ୬୨.୯୨ ମିଟର ଜାଭେଲିନ ଫିଙ୍ଗିଥିଲେ ।

ଆଜି ଏସିଆନ ଗେମ୍ସର ୧୦ମ ଦିନରେ ଭାରତକୁ ସମୁଦାୟ ୯ଟି ପଦକ ମିଳିଛି । ଏହା ମଧ୍ୟରେ ୨ଟି ସ୍ବର୍ଣ୍ଣ ପଦକ ସହିତ ୨ଟି ରୌପ୍ୟ ଓ ୫ଟି ବ୍ରୋଞ୍ଜ ପଦକ ଜିତିଛି ଭାରତ । ଏହାକୁ ମିଶାଇ ଚଳିତ ଏସିଆନ ଗେମ୍ସ ୨୦୨୩ରେ ଭାରତର ପଦକ ସଂଖ୍ୟା ୬୯ରେ ପହଞ୍ଚିଯାଇଛି । ଏହା ମଧ୍ୟରେ ୧୫ଟି ସ୍ବର୍ଣ୍ଣ, ୨୬ଟି ରୌପ୍ୟ ଓ ୨୮ଟି ବ୍ରୋଞ୍ଜ ପଦକ ରହିଛି । ଏହା ସହିତ ଭାରତ ପଦକ ତାଲିକାର ଚତୁର୍ଥ ସ୍ଥାନରେ ପୂର୍ବଭଳି କାଏମ ରହିଛି । ଆଜିର ଇଭେଣ୍ଟ ଗୁଡ଼ିକ ଉପରେ ନଜର ପକାଇଲେ ମହିଳା ଜାଭେଲିନରେ ଅନ୍ନୁ ରାଣୀ ଓ ୫୦୦୦ ମିଟର ମହିଳା ଦୌଡ଼ରେ ପାରୁଲ ଚୌଧୁରୀ ଦେଶ ପାଇଁ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଡେକାଲଥନରେ ତେଜସ୍ବୀନ ଶଙ୍କର ଓ ୮୦୦ ମିଟର ଦୌଡ଼ରେ ମହମ୍ମଦ ଅଫସଲ ରୌପ୍ୟ ପଦକ ହାତେଇଛନ୍ତି । କାନୋଇଙ୍ଗ (Canoeing)ରେ ଭାରତର ଅର୍ଜୁନ ସିଂହ ଓ ସୁନୀଲ ସିଂହ, ବକ୍ସିଂ ୫୪ କେଜି ବର୍ଗରେ ପ୍ରୀତି ଓ ୯୨ କେଜିରୁ ଅଧିକ ବର୍ଗରେ ନରେନ୍ଦ୍ର, ଟ୍ରିପଲ ଜମ୍ପରେ ପ୍ରବୀଣ ଓ ୪୦୦ ମିଟର ମହିଳା ହଡଲ୍ସରେ ବିଥ୍ୟା ବ୍ରୋଞ୍ଜ ପଦକ ଜିତିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...Asian Games 2023: ପୁରୁଷ କାନୋଇ ଡବଲ୍ସରେ ଭାରତକୁ ବ୍ରୋଞ୍ଜ ପଦକ

ପ୍ରକାଶଯୋଗ୍ୟ, ୨୦୧୮ରେ ଦେଶକୁ ମୋଟ ୭୦ଟି ପଦକ ମିଳିଥିଲା । ଏହି ସଂସ୍କରଣରେ ଦେଶକୁ ୧୬ଟି ସ୍ବର୍ଣ୍ଣ, ୨୩ଟି ରୌପ୍ୟ ଓ ୩୧ଟି ବ୍ରୋଞ୍ଜ ପଦକ ଭେଟି ଦେଇଥିଲେ ଭାରତୀୟ କ୍ରୀଡ଼ାବିତ୍‌ । ୨୦୧୮ର ପଦକ ସଂଖ୍ୟାକୁ ଅତିକ୍ରମ କରିବା ପାଇଁ ଭାରତକୁ ଆଉ କେବଳ ୨ଟି ପଦକର ଆବଶ୍ୟକତା ରହିଛି । ଅନ୍ୟପଟେ ତୀରନ୍ଦାଜୀ ଓ ବକ୍ସିଂ ଭଳି ଇଭେଣ୍ଟରେ ଭାରତୀୟ ଖେଳାଳିମାନେ ଫାଇନାଲରେ ପ୍ରବେଶ କରି ସାରିଥିବାରୁ, ସେଠାରୁ ଦେଶକୁ ପଦକ ମିଳିବା ନିଶ୍ଚିତ ହୋଇଛି । ଏହାବାଦ ଭାରତର ସୁନାପୁଅ ନୀରଜ ଚୋପ୍ରା ଆସନ୍ତାକାଲି ମୈଦାନକୁ ଓହ୍ଲାଇବେ । ରେସଲିଂ ଇଭେଣ୍ଟ ମଧ୍ୟ ଆସନ୍ତାକାଲିଠାରୁ ଆରମ୍ଭ ହେବ । ପୁରୁଷ କ୍ରିକେଟ ଟିମ୍‌, କବାଡ଼ି, ହକି ଟିମ୍‌ଠାରୁ ମଧ୍ୟ ଦେଶ ସ୍ବର୍ଣ୍ଣ ପଦକ ଅପେକ୍ଷାରେ ରହିଛି । ବ୍ୟାଡମିଣ୍ଟନର ଏକକ ପୁରୁଷ ଓ ମହିଳା ବର୍ଗରେ ମଧ୍ୟ ଭାରତୀୟ ଖେଳାଳିମାନଙ୍କ ଦବଦବା ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.