ETV Bharat / sports

ଅବସର ନେଇ ଲିଓନେଲ ମେସିଙ୍କ ସଙ୍କେତ, କହିଲେ ଏମିତି - ଅବସର ନେଇ ଲିଓନେଲ ମେସିଙ୍କ ସଙ୍କେତ

ଆର୍ଜେଣ୍ଟିନା ଫୁଟବଲ ଖେଳାଳି ତଥା ଅଧିନାୟକ ଲିଓନେଲ ମେସି ଅବସର ନେଇପାରନ୍ତି । ଅଧିକ ପଢନ୍ତୁ

lionel messi drops retirement hint
ଅସବର ନେଇ ଲିଓନେଲ ମେସିଙ୍କ ସଂଙ୍କେତ, କହିଲେ ଏମିତି
author img

By

Published : Feb 5, 2023, 7:22 AM IST

ହାଇଦ୍ରାବାଦ: ଅବସର ନେଇପାରନ୍ତି ଆର୍ଜେଣ୍ଟିନା ମହାନ ଫୁଟବଲ ଖେଳାଳି ତଥା ଅଧିନାୟକ ଲିଓନେଲ ମେସି । ନିକଟରେ ଫିଫା ଫୁଟବଲ ବିଶ୍ବକପ ବିଜୟୀ ଦଳ ଆର୍ଜେଣ୍ଟିନା ଅଧିନାୟକ ଲିଓନେଲ ମେସି ଅବସର ନେବା ନେଇ ଚର୍ଚ୍ଚା ଲାଗି ରହିଥିଲା । ବିଶେଷ କରି କତାର ବିଶ୍ବକପ 2022ରେ ଆର୍ଜେଣ୍ଟିନାକୁ ଚାମ୍ପିଅନ କରାଇବା ପରେ ଆଲୋଚନା ଅଧିକ ହୋଇଥିଲା । ଏହାର ଭିତରେ ସେ ଅବସର ନେବା ନେଇ ସଙ୍କେତ ଦେଇଛନ୍ତି ।

ଫିଫା ଫୁଟବଲ ବିଶ୍ବକପ ଜିତିବାର ଦୁଇମାସରୁ ଅଧିକ ହୋଇଛି । ଏକ ସାକ୍ଷାତକାରରେ ମେସି ଅବସର ନେଇ ସଙ୍କେତ ଦେଇଛନ୍ତି । ଆର୍ଜେଣ୍ଟିନାର ଏକ ଗଣମାଧ୍ୟମକୁ ସାକ୍ଷାତ ଦେଇ ମେସି କହିଛନ୍ତି, ''ମୋ କ୍ୟାରିୟରର ଅନ୍ତିମ ସମୟ ଆସି ଯାଇଛି । ଏହା ସମୟଚକ୍ରର ସମାପ୍ତ । ଯାହାକୁ ନେଇ ସବୁବେଳେ ସ୍ବପ୍ନ ଦେଖୁଥିଲି ଜାତୀୟ ଦଳ ପକ୍ଷରୁ ଖେଳି ସବୁ କିଛି ହାସଲ କରିସାରିଛି । ବ୍ୟକ୍ତିଗତ ଭାବେ ମୁଁ ମୋ କ୍ୟାରିୟରରେ ସବୁ କିଛି ହାସଲ କରି ସାରିଛି । ଏହା ମୋ କ୍ୟାରିୟରକୁ ନିଆରା ଢଙ୍ଗରେ ଶେଷ କରିବାର ସମୟ ।''

ଏହା ବି ପଢନ୍ତୁ...Border Gavaskar Trophy: ଭାରତୀୟ ସ୍କ୍ୱାର୍ଡରେ ଆଉ ୪ କ୍ରିକେଟରଙ୍କ ସାମିଲ

ଲିଓନେଲ ମେସି ଆହୁରି କହିଛନ୍ତି, ଯେତେବେଳେ କ୍ୟାରିୟର ଆରମ୍ଭ କରିଥିଲି ଏହି ସବୁ ଶ୍ରେଷ୍ଠ ମୂହୁର୍ତ୍ତ ଆସିବ କେବେ ବି ଭାବି ନଥିଲି । ଏତେ ସବୁ ସଫଳତା ହାସଲ କରିଛି କେବେ ବିଶ୍ବାସ କରିପାରୁନାହିଁ । ମୋର ଆଉ କିଛି ଅବଶୋଷ ନାହିଁ କି କିଛି ମାରିବାର ନାହିଁ । ମୋ ପାଇଁ ଆଉ କିଛି ହାସଲ କରିବାକୁ ବାକି ନାହିଁ । ମେସିଙ୍କ ଏହି ମନ୍ତବ୍ୟ ସେ ଅବସର ନେବା ନେଇ ସଙ୍କେତ ଦେଉଛି । ମେସି ତାଙ୍କ କ୍ୟାରିୟରରେ 7ଥର ଡି'ଓର, ୟୁଫା ଚାମ୍ପିଅନ୍ସ ଲିଗ 4 ଥର, କୋପା ଆମେରିକା ଟ୍ରଫି ଥରେ ଜିତିଥିଲେ । ବିଶ୍ବକପ ଜିତିବା ସ୍ବପ୍ନ ଅଧୁରା ଥିଲା ଯାହାକୁ ସେ 2022 ଡିସେମ୍ବରରେ କତାରରେ ଅନୁଷ୍ଠିତ ଫିଫା ବିଶ୍ବକପ ଜିତି ସ୍ବପ୍ନ ସାକାର କରିଛନ୍ତି ।

ଏହା ବି ପଢନ୍ତୁ...Shaheen Afridi Marriage: ସାହିଦ ଆଫ୍ରିଦିଙ୍କ ଝିଅ ଅଂଶାଙ୍କ ହାତ ଧରିଲେ ସାହିନ

ଗତବର୍ଷ ଡିସେମ୍ବର 19ରେ ଅନୁଷ୍ଠିତ ଫିଫା ବିଶ୍ବକପ ଫାଇନାଲରେ ଚମ୍ପିଆନ ହୋଇଥିଲା ଆର୍ଜେଣ୍ଟିନା । 36 ବର୍ଷ ପରେ ବିଶ୍ବ ବିଜୟୀ ମୁକୁଟ ପିନ୍ଧିଥିଲା ଆର୍ଜେଣ୍ଟିନା । ଡିଫେଣ୍ଡି ଚମ୍ପିଆନ ଫ୍ରାନ୍ସକୁ 4-2 ଗୋଲରେ ପରାସ୍ତ କରି ଆର୍ଜେଣ୍ଟିନା ବିଜୟୀ ହୋଇଥିଲା । ଆର୍ଜେଣ୍ଟିନା ପୂର୍ବରୁ 1978 ଓ 1986ରେ ଚମ୍ପିଆନ ହୋଇଥିଲା । ମ୍ୟାଚରେ ଲିଓନେଲ ମେସିଙ୍କ ମ୍ୟାଜିକ ଦେଖିବାକୁ ମିଳିଥିଲା । ଫିଫା ବିଶ୍ବକପରେ ସେ 7ଟି ଗୋଲ କରିଥିଲେ । ସେ 26ଟି ବିଶ୍ବକପ ମ୍ୟାଚ ଖେଳିଛନ୍ତି । ଚଳିତ ବିଶ୍ବକପରେ ମେସିଙ୍କୁ ଗୋଲ୍ଡେନ ବଲ ମିଳିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.