ETV Bharat / sports

ହୌସଲା-୨୦୧୯: ସର୍ବାଧିକ ପଦକ ସହ ଓଡିଶା ଚମ୍ପିଆନ - Team Odisha Champion

ସର୍ବଭାରତୀୟ ହୌସଲା-୨୦୧୯ରେ 2ୟଥର ପାଇଁ ଚମ୍ପିଆନ୍‌ ହୋଇଛି ଓଡ଼ିଶା। କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏହି କ୍ରୀଡା ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା । ଅଧିକ ପଢନ୍ତୁ...

Housla 2019
ସର୍ବଭାରତୀୟ ହୌସଲା-୨୦୧୯
author img

By

Published : Dec 21, 2019, 11:31 PM IST

ନୂଆଦିଲ୍ଲୀ: ସର୍ବଭାରତୀୟ ହୌସଲା-୨୦୧୯ରେ 2ୟଥର ପାଇଁ ଚମ୍ପିଆନ୍‌ ହୋଇଛି ଓଡ଼ିଶା। କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏହି କ୍ରୀଡା ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା । ୧୯ରୁ ୨୧ଡିସେମ୍ବର ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଏହି କ୍ରୀଡା ପ୍ରତୀଯୋଗୀତା ଅନୁଷ୍ଠିତ ହୋଇଥିଲା ।

ଓଡ଼ିଶା ସର୍ବାଧିକ ୧୪ଟି ସ୍ବର୍ଣ୍ଣ, ୧୨ଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ ପଦକ ହାସଲ କରି ଦଳଗତ ଚମ୍ପିଆନ୍‌ ହୋଇଛି । ପୂର୍ବତନ କ୍ରିକେଟର ତଥା ସାଂସଦ ଗୌତମ ଗମ୍ଭୀର ଏହି ଚମ୍ପିଆନ୍‌ ଦଳକୁ ପୁରସ୍କାର ପ୍ରଦାନ କରିଥିଲେ । କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟର ସଚିବ ରବୀନ୍ଦ୍ର ପାୱାର, ସ୍ବତନ୍ତ୍ର ସଚିବ ଅଜୟ ତିର୍କୀ, ଯୁଗ୍ମ ସଚିବ ଆସ୍ଥା ଶର୍ମା ଉପସ୍ଥିତ ଥିଲେ ।

ବିଭିନ୍ନ ରାଜ୍ୟରେ ଶିଶୁ ଯନି ଗୃହରେ ରହୁଥିବା ଅନ୍ତେବାସୀମାନେ ଏହି ପ୍ରତିଯୋଗୀତାରେ ସାମିଲ ହୋଇଥିଲେ । ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରୀୟ ଜନସହଯୋଗ ଏବଂ ବାଲ୍‌ବିକାଶ ସଂସ୍ଥା ଏହି କ୍ରୀଡ଼ା ପ୍ରତିଯୋଗୀତାରେ ପ୍ରତ୍ୟେକ୍ଷ ତଦାରଖ କରିଥିଲେ । ଛତିଶଗଡ଼ ଏହି ପ୍ରତିଯୋଗୀତାରେ ରନର୍ସଅପ୍‌ ହୋଇଛି ।

ଓଡ଼ିଶାର ୨୪୦ଟି ଶିଶୁ ଯନି ଅନୁଷ୍ଠାନର ଅନ୍ତେବାସୀମାନଙ୍କୁ ନେଇ ଡିସେମ୍ବର ୧ ଓ ୨ରେ ରାଜ୍ୟସ୍ତରୀୟ ହୌସଲା-୨୦୧୯ ଭୁବନେଶ୍ବରରେ ଅନୁଷ୍ଠିତ ହୋଇଥିଲା ।

ଏଥିରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ୩୯ ଜଣ ପ୍ରତିଯୋଗୀ ଜାତୀୟସ୍ତରରେ ଭାଗନେବା ପାଇଁ ଦିଲ୍ଲୀ ଗସ୍ତ କରିଥିଲେ । ଏହି ପ୍ରତିଭାବାନ୍‌ ଓଡ଼ିଶା ଟିମ୍‌କୁ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ତରଫରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଉଛି । ଏଥିସହିତ ସେମାନଙ୍କ ହୌସଲା ବଢ଼ାଇବା ପାଇଁ ଆବଶ୍ୟକୀୟ ପୋଷାକପତ୍ର, ଖେଳ ଉପକରଣ ଯୋଗାଇ ଦିଆଯାଉଛି । ଏହି ଶିଶୁମାନେ ଯେଭଳି ଅନ୍ୟ ଶିଶୁମାନଙ୍କ ସହ ପ୍ରତ୍ୟେକ କ୍ଷେତ୍ରରେ ସମକକ୍ଷ ହୋଇପାରିବେ ଏବଂ ଜାତୀୟସ୍ତରରେ ଉତ୍କୃଷ୍ଟ ପ୍ରଦର୍ଶନ କରିପାରିବେ ସେଥିପାଇଁ, ଅଭିଜ୍ଞ କୋଚ୍‌ମାନଙ୍କ ଦ୍ବାରା ତାଲିମ ପ୍ରଦାନ କରାଯାଉଛି ।

ଏହି ସଫଳତାରେ ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ଏବଂ ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ବିଜେତା ଦଳଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ରବିବାର ଏହି ବିଜେତା ଟିମ ଓଡିଶା ଫେରିବାର କାର୍ଯ୍ୟକ୍ରମ ରହିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.