ETV Bharat / sports

Hockey World Cup 2023: ନେଦରଲାଣ୍ଡର ଗୋଲ ବର୍ଷା, ୧୪-୦ରେ ବିଜୟୀ

author img

By

Published : Jan 19, 2023, 6:22 PM IST

Updated : Jan 19, 2023, 7:17 PM IST

ଆଜିର ମ୍ୟାଚରେ ଦ୍ବିତୀୟ ମୁକାବିଲାରେ ମୁହାଁମୁହିଁ ହୋଇଥିଲେ ନେଦରଲାଣ୍ଡ ବନାମ ଚିଲି । ଏହି ମ୍ୟାଚରେ ଚିଲିକୁ ୧୪-୦ ଗୋଲରେ ମାତ୍ ଦେଇଛି ନେଦରଲାଣ୍ଡ । ଅଧିକ ପଢନ୍ତୁ

ନେଦରଲାଣ୍ଡ ବନାମ ଚିଲି
ନେଦରଲାଣ୍ଡ ବନାମ ଚିଲି
Hockey World Cup 2023: ନେଦରଲାଣ୍ଡର ଗୋଲ ବର୍ଷା, ୧୪-୦ରେ ବିଜୟୀ

ଭୁବନେଶ୍ବର : କଳିଙ୍ଗରେ ଗୋଲ ବର୍ଷା । ନେଦରଲାଣ୍ଡର ଏକପାଖିଆ ବିଜୟ । ୧୪-୦ ଗୋଲରେ ପରାସ୍ତ ହେଲା ଚିଲି । ହକି ବିଶ୍ବକପ ୨୦୨୩ ଆଜି (ଗୁରୁବାର) ସପ୍ତମ ଦିନରେ ପହଁଞ୍ଚିଛି । ଆଜିର ମ୍ୟାଚରେ ଦ୍ବିତୀୟ ମୁକାବିଲାରେ ମୁହାଁମୁହିଁ ହୋଇଥିଲେ ନେଦରଲାଣ୍ଡ ବନାମ ଚିଲି । ଏହି ମ୍ୟାଚରେ ନେଦରଲାଣ୍ଡ ହକି ଟିମ ବୃହତ ବିଜୟ ହାସଲ କରିଛି । ବିପକ୍ଷ ଦଳ ଚିଲିକୁ ୧୪-୦ ଗୋଲରେ ମାତ୍ ଦେଇଛି ନେଦରଲାଣ୍ଡ । ଏହି ବିଜୟ ସହ ନେଦରଲାଣ୍ଡ ପୁଲ C ହକି ବିଶ୍ବକପ ପଏଣ୍ଟ ଟେବୁଲରେ ୯ ପଏଣ୍ଟ ପାଇ ଶୀର୍ଷରେ ରହିଛି । ନେଦରଲାଣ୍ଡ ଏପର୍ଯ୍ୟନ୍ତ ୩ ଟି ମ୍ୟାଚ ଖେଳି ଅପରାଜୟ ରହିଛି । ସେପଟେ ଚିଲି ଏପର୍ଯ୍ୟନ୍ତ ୩ ଟି ମ୍ୟାଚ ଖେଳି ବିଜୟର ସ୍ବାଦ ଚାଖିପାରିନାହିଁ । ଆଜିର ମ୍ୟାଚରେ ଜିପ ଜାନସେନ ସର୍ବାଧିକ ୪ ଟି ଗୋଲ ଦେଇ ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

ଖେଳ ଆରମ୍ଭରୁ ମଇଦାନରେ ନିଜର ଆଧିପତ୍ୟ ବିସ୍ତାର କରିଥିଲା ନେଦରଲାଣ୍ଡ । ବିପକ୍ଷ ଦଳ ଚିଲିକୁ ୧୪-୦ ଗୋଲରେ ପରାସ୍ତ କରିଥିଲା ଥିଲା । ହକି ବିଶ୍ବକପ ୨୦୨୩ ରେ ଏହା କୌଣସି ଦଳ ପକ୍ଷରୁ ସର୍ବାଧିକ ଗୋଲ ସ୍କୋର । ଟିମ ତରଫରୁ ଜିପ ଜାନସେନ ସର୍ବାଧିକ ୪ ଟି ଗୋଲ ଦେଇଥିଲେ । ସେହିପରି ଥିଏରୀ ବ୍ରିଙ୍କମନ ହ୍ୟାଟ୍ରିକ ଗୋଲ ଦେଇଥିବା ବେଳେ କୋଏନ ବିଜେନ ଦୁଇଟି ଗୋଲ ଦେଇଥିଲେ । ଡେରକ ଡି ଭିଲଦର, ଟେରିଏନ୍ସ ପିଟର୍ସ, ଜସ୍ଟିନ ବ୍ଲକ, ଥିଜସ ଭେନ ଡାମ ଏବଂ ଟେଉନ ବୈନସ ଗୋଟିଏ ଗୋଲ ଦେଇଥିଲେ ।

ମ୍ୟାଚ ଆରମ୍ଭରୁ ଜିପ ଜାନସେନ ପ୍ରଥମ ଗୋଲ ଦେଇଥିଲେ । ନେଦରଲାଣ୍ଡ ହକି ଟିମ ପ୍ରାରମ୍ଭରୁ ହିଁ ଆଟାର୍କିଂ ମୋଡରେ ଖେଳ ଆରମ୍ଭ କରଥିଲା । ଜିପ ଜାନସେନ ୭ ମିନିଟରେ ପ୍ରଥମ ଗୋଲ ଦେଇ ଖାତା ଖୋଲିଥିଲେ । ସେହିପରି ମ୍ୟାଚର ୨୩ ମିନିଟରେ ନେଦରଲାଣ୍ଡର ଡେରକ ଡି ଭିଲଦର ଗୋଟିଏ ଗୋଲ ଦେଇଥିଲେ । ଲଗାତାର ୨୪ ମିନିଟରେ ନେଦରଲାଣ୍ଡର ଥିଜସ ଭେନ ଡାମ ଗୋଲ ଦେଇଥିଲେ । ଖେଳର ୨୬ ମିନିଟରେ ଦଳ ତରଫରୁ ଏକ ଗୋଲ ଦେଇଥିଲେ ଥିଏରୀ ବ୍ରିଙ୍କମନ । ଏହା ପରେ ମ୍ୟାଚର ୩୦ ମିନିଟରେ ପୁଣି ଆଉ ଏକ ଗୋଲ ଦେଇଥିଲେ ଜିପ ଜାନସେନ । ଯାହା ପ୍ରଥମାର୍ଦ୍ଧରେ ନେଦରଲାଣ୍ଡ ୫ଟି ଗୋଲ ଦେଇ ଦଳର ସ୍ଥିତି ମଜଭୁତ କରିଥିଲା । ସେପଟେ ଚିଲି ସଂଘର୍ଷ ଜାରି ରଖି ସୁଦ୍ଧା ପ୍ରଥମାର୍ଦ୍ଧରେ ଗୋଟିଏ ବି ଗୋଲ ଦେବାରେ ବିଫଳ ରହିଥିଲା ।

ପ୍ରଥମାର୍ଦ୍ଧ ପରେ ଦ୍ବିତୀୟାର୍ଦ୍ଧରେ ମଧ୍ୟ ଚିଲି ହକି ଟିମର ରଣନୀତି ଫେଲ ମାରିଥିଲା । ଗୋଲ ପାଇଁ ସଂଘର୍ଷ ଜାରି ରଖିଥିବା ଚିଲି ଦ୍ବିତୀୟାର୍ଦ୍ଧରେ ମଧ୍ୟ କୌଣସି ଗୋଲ ଦେଇପାରିନଥିଲା । ନେଦରଲାଣ୍ଡ ହକି ଟିମକୁ ବାରମ୍ବାର ପେନାଲ୍ଟି କର୍ଣ୍ଣର ମିଳିଥିଲା । ଯାହାର ବେଶ୍ ଫାଇଦା ଉଠାଇଥିଲା ଦଳ । ସେପଟେ ନେଦରଲାଣ୍ଡ୍ସ ପ୍ରଥମାର୍ଦ୍ଧ ଭଳି ଦ୍ବିତୀୟାର୍ଦ୍ଧରେ ମଧ୍ୟ ଗୋଲ ବର୍ଷା କରିଥିଲେ । ନେଦରଲାଣ୍ଡର ଲଗାତାର ଗୋଲ ବର୍ଷା ଦେଖି କଳିଙ୍ଗ ଷ୍ଟାଡିୟମରେ ଦର୍ଶକ ଏହି ମ୍ୟାଚକୁ ବେଶ୍ ଉପଭୋଗ କରିଥିଲେ । ମ୍ୟାଚର ୩୪ ମିନିଟରେ ଥିଏରୀ ବ୍ରିଙ୍କମନ ଆଉ ଗୋଟିଏ ଗୋଲ ଦେଇଥିଲେ । ଏହା ପରେ ଲଗାତାର ୩୫ ମିନିଟରେ ପୁଣି ଆଉ ଏକ ଗୋଲ ଦେଇଥିଲେ ଜିପ ଜାନସେନ । ଏତିକିରେ ନେଦରଲାଣ୍ଡ ହକି ଟିମର ଜୋଶ କମିନଥିଲା । ଆକ୍ରମକ ଢଙ୍ଗରେ ଲଢେଇ ଜାରି ରଖି ମ୍ୟାଚକୁ ନିଜ ସପକ୍ଷରେ ନେଇଥିଲା ନେଦରଲାଣ୍ଡ ।

ସେହିପରି ମ୍ୟାଚର ୩୮ ମିନିଟରେ ଟେରିଏନ୍ସ ପିଟର୍ସ ଗୋଟିଏ ଗୋଲ ଦେଇଥିଲେ । ୪୧ ମିନିଟରେ କୋଏନ ବିଜେନ ଗୋଲ ଦେଇଥିଲେ । ୪୩ ମିନିଟରେ ଜସ୍ଟିନ ବ୍ଲକ ଗୋଲ ଦେଇଥିଲେ । ୪୫ ମିନିଟରେ ଜିପ ଜାନସେନ ଗୋଲ ଦେଇ ନିଜର ଚତୁର୍ଥ ଗୋଲ ପୁରା କରିଥିଲେ । ସେହିପରି ଖେଳର ୪୬ ମିନିଟରେ କୋଏନ ବିଜେନ ଆଉ ଗୋଟିଏ ଗୋଲ ଦେଇଥିଲେ । ଟେଉନ ବୈନସ ୪୯ ମିନିଟରେ ଏକ ଗୋଲ ଦେଇଥିଲେ । ଏହା ପରେ ୫୯ ମିନିଟରେ ନେଦରଲାଣ୍ଡ ଶେଷ ଗୋଲ ଦେଇ ନିର୍ଦ୍ଧାରିତ ସମୟରେ ସର୍ବମୋଟ ୧୪ଟି ଗୋଲ ଦେଇଥିଲେ ।

Last Updated : Jan 19, 2023, 7:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.