ETV Bharat / sports

Hockey World Cup 2023: ପୁଣି ଫାଇନଲରେ ବେଲଜିୟମ, ପେନାଲ୍ଟି ସୁଟ୍ ଆଉଟରେ ନେଦରଲାଣ୍ଡ ପରାସ୍ତ - ଫାଇନାଲରେ ବେଲଜିୟମ

ପେନାଲ୍ଟି ସୁଟ ଆଉଟରେ ନେଦରଲାଣ୍ଡକୁ ପରାସ୍ତ କରି ଫାଇନାଲ ଟିକଟ ହାତେଇଛି ବେଲଜିୟମ । ଆସନ୍ତା ୨୯ ତାରିଖ ଜର୍ମାନୀ ଏବଂ ବେଲଜିୟମ ମଧ୍ୟରେ ଫାଇନାଲ ମୁକାବିଲା ଖେଳାଯିବ । ଅଧିକ ପଢନ୍ତୁ

ବେଲଜିୟମ ବନାମ ନେଦରଲାଣ୍ଡ
ବେଲଜିୟମ ବନାମ ନେଦରଲାଣ୍ଡ
author img

By

Published : Jan 27, 2023, 10:09 PM IST

Hockey World Cup 2023 : ପୁଣି ଫାଇନଲରେ ବେଲଜିୟମ, ପେନାଲ୍ଟି ସୁଟ୍ ଆଉଟରେ ନେଦରଲାଣ୍ଡ ପରାସ୍ତ

ଭୁବନେଶ୍ବର: ପୁଣି ଫାଇନାଲରେ ପ୍ରବେଶ କରିଛି ଡିଫେଣ୍ଡିଂ ଚମ୍ପିଆନ ବେଲଜିୟମ । ପେନାଲ୍ଟି ସୁଟ ଆଉଟରେ ନେଦରଲାଣ୍ଡକୁ ପରାସ୍ତ କରି ଫାଇନାଲ ଟିକଟ ହାତେଇଛି ବେଲଜିୟମ । ଆଜି (ଶୁକ୍ରବାର) ଦ୍ବିତୀୟ ସେମିଫାଇନାଲରେ ମୁହାଁମୁହିଁ ହୋଇଥିଲେ ବେଲଜିୟମ ବନାମ ନେଦରଲାଣ୍ । ମ୍ୟାଚର ନିର୍ଦ୍ଧାରିତ ସମୟ ବେଳକୁ ଉଭୟ ଦଳର ଗୋଲ ୨-୨ରେ ବରାବର ରହିଥିଲା । ପରେ ପେନାଲ୍ଟି ସୁଟ ଆଉଟ ମ୍ୟାଚରେ ୩-୨ ଗୋଲରେ ନେଦରଲାଣ୍ଡକୁ ମାତ୍ ଦେଇଥିଲା ବେଲଜିୟମ । ଭିନସେଣ୍ଟ ଭାନିସ ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ସେପଟେ ହକି ମହାକୁମ୍ଭର ଦୁଇ ଦଳ ଫାଇନାଲ ଟିକଟ ହେଇସାରିଛନ୍ତି । ଆସନ୍ତା ୨୯ ତାରିଖରେ ସନ୍ଧ୍ୟା ୭ ଟାରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଫାଇନାଲ ମ୍ୟାଚ । ହକି ବିଶ୍ବକପ ୨୦୨୩ର ଏହି ମହାମୁକାବିଲାରେ ମୁହାଁମୁହିଁ ହେବେ ଜର୍ମାନୀ ବନାମ ବେଲଜିୟମ । ଏହା ସହିତ ୪:୩୦ରେ ଅଷ୍ଟ୍ରେଲିଆ ବନାମ ନେଦରଲାଣ୍ଡ ମଧ୍ୟରେ ତୃତୀୟ ସ୍ଥାନ ପାଇଁ ମ୍ୟାଚ ଖେଳାଯିବ ।

ଫାଇନାଲ ଟିକଟ ହାତେଇବା ପାଇଁ ଦୁଇ ଶକ୍ତିଶାଳୀ ଦଳ ନେଦରଲାଣ୍ଡ ବନାମ ବେଲଜିୟମ ମଧ୍ୟରେ କଡା ଟକ୍କର ହୋଇଥିଲା । ପ୍ରଥମାର୍ଦ୍ଧ ସୁଦ୍ଧା ଉଭୟ ଦଳ ଗୋଟିଏ-ଗୋଟିଏ ଗୋଲ ଦେଇଥିଲେ । ମ୍ୟାଚର ୧୨ ମିନିଟରେ ନେଦରଲାଣ୍ଡର ଜିପ ଜାନସେନ ପ୍ରଥମ ଗୋଲ ଦେଇ ଖାତା ଖୋଲିଥିଲେ । ସେହିପରି ମ୍ୟାଚର ୨୭ ମିନିଟରେ ଟମ ବୁନ ପ୍ରଥମ ଗୋଲ ଦେଇ ବେଲଜିୟମର ଖାତା ଖୋଲିଥିଲେ ।

ସେପଟେ ଦ୍ବିତୀୟାର୍ଦ୍ଧରେ ମଧ୍ୟ ଉଭୟ ଦଳ ଗୋଟିଏ-ଗୋଟିଏ ଗୋଲ ଦେଇଥିଲେ । ମ୍ୟାଚର ୩୬ ମିନିଟରେ ଜିପ ଜାନସେନ ନେଦରଲାଣ୍ଡ ତରଫରୁ ଗୋଟିଏ ଗୋଲ ଦେଇଥିଲେ । ସେହିପରି ଖେଳର ୪୫ ମିନିଟରେ ନିକୋଲସ ଡି କେରପେଲ ଗୋଟିଏ ଗୋଲ ଦେଇଥିଲେ । ମ୍ୟାଚର ଫାଇନାଲ ଜାଟ ବେଳକୁ ଉଭୟ ଦଳର ଗୋଲ ସ୍କୋର ୨-୨ରେ ବରାବର ରହିଥିଲା । ଏହା ପରେ ପେନଲ୍ଟି ସୁଟ ଆଉଟ ହୋଇଥିଲା । ପେନଲ୍ଟି ସୁଟ ଆଉଟରେ ନେଦରଲାଣ୍ଡକୁ ୩-୨ ଗୋଲରେ ପରାସ୍ତ କରି ଲଗାତାର ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି ବେଲଜିୟମ । ୨୦୧୮ ବିଶ୍ବବିଜେତା ରହିଥିଲା ବେଲଜିୟମ । ଚଳିତ ବିଶ୍ବକପରେ ମଧ୍ୟ ଫାଇନାଲ ମ୍ୟାଚରେ ବେଲଜିୟମର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିବ ।

ସେପଟେ ଆଜି ଖେଳାଯାଇଥିବା ପ୍ରଥମ ସେମିଫାଇନାଲ ମ୍ୟାଚରେ ଜର୍ମାନୀ ବିଜୟ ଲାଭ କରିଛି । ଏହି ରୋମାଞ୍ଚକର ମ୍ୟାଚରେ ଅଷ୍ଟ୍ରେଲିଆକୁ ୪-୩ ଗୋଲରେ ମାତ୍ ଦେଇଛି ଜର୍ମାନୀ । ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହୋଇଥିଲେ ଅଷ୍ଟ୍ରେଲିଆ ବନାମ ଜର୍ମାନୀ । ଏହି ମୁକାବିଲାରେ ଅଷ୍ଟ୍ରେଲିଆକୁ ମାତ୍ ଦେଇଛି ଜର୍ମାନୀ । ଜର୍ମାନୀ ୪-୩ ଗୋଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଏହି ବିଜୟ ପରେ ଜର୍ମାନୀ ପ୍ରଥମ ଦଳ ଭାବରେ ହକି ବିଶ୍ବକପ ୨୦୨୩ରେ ଫାଇନାଲରେ ପ୍ରବେଶ କରିଛି । ଆସନ୍ତା ୨୯ ତାରିଖ ଜର୍ମାନୀ ଏବଂ ବେଲଜିୟମ ମଧ୍ୟରେ ଫାଇନାଲ ମୁକାବିଲା ଖେଳାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.