ETV Bharat / sports

Hockey World Cup 2023: ସେମିରେ ବେଲଜିୟମ, ବିଶ୍ୱକପରୁ ନ୍ୟୁଜିଲାଣ୍ଡ ବିଦା - ବେଲଜିିିୟମ ବନାମ ନ୍ୟୁଜିଲାଣ୍ଡ

ଆଜି ଦ୍ବିତୀୟ କ୍ବାର୍ଟର ଫାଇନାଲ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ନ୍ୟୁଜିଲାଣ୍ଡ ବାନାମ ବେଲଜିୟମ । କ୍ବାର୍ଟର ଫାଇନାଲର ନ୍ୟୁଜିଲାଣ୍ଡକୁ ୨-୦ ଗୋଲରେ ମାତ୍ ଦେଇ ସେମି ଟିକଟ ହାତେଇଛି ବେଲଜିୟମ । ଅଧିକ ପଢନ୍ତୁ

ବେଲଜିିିୟମ ବନାମ ନ୍ୟୁଜିଲାଣ୍ଡ
ବେଲଜିିିୟମ ବନାମ ନ୍ୟୁଜିଲାଣ୍ଡ
author img

By

Published : Jan 24, 2023, 10:16 PM IST

Hockey World Cup 2023 : ସେମିଫାଇନାଲରେ ବେଲଜିୟମ, ବିଶ୍ବକପରୁ ନ୍ୟୁଜିଲାଣ୍ଡ ବିଦା

ଭୁବନେଶ୍ବର : ହକି ବିଶ୍ବକପ ୨୦୨୩ରେ ସେମିଫାଇନାଲରେ ପ୍ରବେଶ କରିଛି ଡେଫେଣ୍ଡିଂ ଚମ୍ପିଆନ ବେଲଜିୟମ । କ୍ବାର୍ଟର ଫାଇନାଲର ନ୍ୟୁଜିଲାଣ୍ଡକୁ ୨-୦ ଗୋଲରେ ମାତ୍ ଦେଇ ସେମି ଟିକଟ ହାତେଇଛି ବେଲଜିୟମ । ଆଜି (ମଙ୍ଗଳବାର) ଦ୍ବିତୀୟ କ୍ବାର୍ଟର ଫାଇନାଲ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ନ୍ୟୁଜିଲାଣ୍ଡ ବାନାମ ବେଲଜିୟମ । ଏହି ମ୍ୟାଚରେ ନ୍ୟୁଜିଲାଣ୍ଡକୁ ମାତ୍ ଦେଇ ସେମିରେ ସ୍ଥାନ ପକ୍କା କରିଛି ବେଲଜିୟମ । ୨-୦ ଗୋଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି ବେଲଜିୟମ ।

୨୦୧୮ ହକି ବିଶ୍ବକପ ପରି ୨୦୨୩ ବିଶ୍ବକପରେ ମଧ୍ୟ ନିଜର ଦବଦବା ଜାରି ରଖିଛି ଡିପେଣ୍ଡିଂ ଚମ୍ପିଆନ ବେଲଜିୟମ । ଆଜି ଖେଳାଯାଇଥିବା ଦ୍ବିତୀୟ କ୍ବାର୍ଟର ଫାଇନାଲ ମ୍ୟାଚରେ ନ୍ୟୁଜାଲାଣ୍ଡକୁ ଭେଟିଥିଲା ବେଲଜିୟମ । ଏହି ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୨-୦ ଗୋଲରେ ମାତ୍ ଦେଇ ସେମି ଫାଇନାଲ ଟିକଟ ହାତେଇଛି ବେଲଜିୟମ । ଆରମ୍ଭରୁ ବେଲଜିୟ ଆଟାକିଂ ମୁଡରେ ଖେଳ ଆରମ୍ଭ କରିଥିଲା । ଗୋଲ ପାଇଁ ଉଭୟ ଦଳ ମଧ୍ୟରେ ହାଇଭୋଲଟେଜ ମୁକାବିଲା ହୋଇଥିଲା । ପ୍ରଥମାର୍ଦ୍ଧରେ ହିଁ ବେଲଜିୟମ ମ୍ୟାଚରେ ନିଜର ଦବଦବା ଜହିର କରିଥିଲା । ଦଳ ତରଫରୁ ପ୍ରଥମ କ୍ଵାର୍ଟରରେ ଗୋଲ ଦେଇଥିଲେ ଟମ ବୁନ । ସେ ମ୍ୟାଚର ୧୧ ମିନିଟରେ ପ୍ରଥମ ଗୋଲ ଦେଇ ଖାତା ଖୋଲିଥିଲେ । ଏହା ପରେ ଭାନ ଔବେଲ ଫ୍ଲୋରେଣ୍ଟ ମ୍ୟାଚର ୧୬ ମିନିଟରେ ନ୍ୟୁଜିଲାଣ୍ଡ ପାଇଁ ଦ୍ବିତୀୟ ଗୋଲ ଦେଇଥିଲା । ସେପଟେ ନ୍ୟୁଜିଲାଣ୍ଡ 29 ମିନିଟରେ ପ୍ରଥମ ପେନାଲ୍ଟି ସୁଯୋଗ ପାଇଥିଲେ ହିଁ ଏହାକୁ ଗୋଲରେ ପରିଣତ କରିବରେ ବିଫଳ ହୋଇଥିଲା ଦଳ ।

ଦ୍ବିତୀୟ କ୍ଵାର୍ଟର ଶେଷ ସୁଦ୍ଧା ଦୁଇଟି ଗୋଲ ଦେଇ ଆଗୁଆ ରହିଥିଲା ବେଲଜିୟମ । 36 ମିନିଟରେ ବେଲଜିୟମକୁ ମିଳିଥିଲା ଆଉ ଗୋଟିଏ ପେନାଲ୍ଟି କର୍ଣ୍ଣର ସୁଯୋଗ । ସୁଯୋଗକୁ ମଧ୍ୟ ହାତ ଛଡା କରିଥିଲା ଦଳ । ପରେ ଶେଷ କ୍ଵାର୍ଟରର 48 ମିନିଟରେ ନ୍ୟୁଜିଲାଣ୍ଡ ଦଳକୁ ମିଳିଥିବା ପେନାଲ୍ଟି କର୍ଣ୍ଣର ସୁଯୋଗ । ହେଲେ ସେ ସୁଯୋଗକୁ ମଧ୍ୟ ଗୋଲରେ ପରିଣତ କାରିପାରିନଥିଲା ଦଳ ନ୍ୟୁଜିଲାଣ୍ଡ । ତେବେ ନିର୍ଦ୍ଧାରିତ ସମୟ ମଧ୍ୟରେ ବେଲଜିୟମ ଦୁଇଟି ଗୋଲ କରିଥିବା ବେଳେ ନ୍ୟୁଜିଲାଣ୍ଡ ଗୋଟିଏ ବି ଗୋଲ କରି ପାରିନଥିଲା । ଏହି ପରାଜୟ ପରେ ନ୍ୟୁଜିଲାଣ୍ଡ ବିଶ୍ବକପରୁ ବିଦା ହୋଇଛି । ସେପଟେ ପ୍ରଥମ ଦଳ ଭାବରେ ସେମିଫାଇନାଲ ଟିକଟ ହାତେଇଛି ଅଷ୍ଟ୍ରେଲିଆ । ସ୍ପେନକୁ ୪-୩ ଗୋଲରେ ପରାସ୍ତ କରି ଅଷ୍ଟ୍ରେଲିଆ ହକି ବିଶ୍ବକପ ୨୦୨୩ ସେମିଫାଇନାଲରେ ପ୍ରବେଶ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.