ETV Bharat / sports

Womens Junior Asia Cup: ଫାଇନାଲରେ ଭାରତ, ଆଜି କୋରିଆ ସହ ମୁକାବିଲା

author img

By

Published : Jun 11, 2023, 8:24 AM IST

ମହିଳା ଜୁନିୟର ଏସିଆ କପରେ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରିଛି । ସେମିଫାଇନାଲରେ ଜାପାନକୁ ହରାଇ ଫାଇନାଲରେ ପ୍ରବେଶ କରିଛି ଭାରତ । ଅଧିକ ପଢନ୍ତୁ

ମହିଳା ଜୁନିୟର ଏସିଆ କପ
womens junior asia cup 2023 semi final

ନୂଆଦିଲ୍ଲୀ: ଉଜବେକିସ୍ତାନ, ମାଲେସିଆ, କୋରିଆ, ଚାଇନିଜ ତାଇପେଇ ଓ ଜାପାନକୁ ହରାଇ ଫାଇନାଲ ପାଇଁ ପଥ ପରିଷ୍କାର କରିଛି ଭାରତୀୟ ଜୁନିୟର ହକି ଦଳ । ଜାପାନରେ ଚାଲିଥିଲା ମହିଳା ଜୁନିୟର ଏସିଆ କପରେ ଭାରତର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ସେମିଫାଇନାଲ ମ୍ୟାଚରେ ଘରୋଇ ଜାପାନକୁ ହରାଇ ଫାଇନାଲରେ ପ୍ରବେଶ କରିଛି ଭରାତୀୟ ଦଳ । 1-0ଗୋଲରେ ଜାପାନକୁ ହରାଇ ଫାଇନାଲ ସ୍ଥାନ ହାସଲ କରିଛି ଭାରତ । ଆଜି କୋରିଆ ବିପକ୍ଷରେ ମହାମୁକାବିଲା ଖେଳିବ ଭାରତୀୟ । ଦଳର ଏହି ସଫଳତା ପାଇଁ କେନ୍ଦ୍ର କ୍ରୀଡାମନ୍ତ୍ରୀ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି । ବିଜୟରୁ ଅଭିଯାନ ଆରମ୍ଭ କରିଥିବା ଭାରତ ବିଜୟରେ ଏହି ଟୁର୍ଣ୍ଣାମେଣ୍ଟ ଶେଷ କରିବାକୁ ଲକ୍ଷ୍ୟ ରଖିଛି ।

  • All the roads lead to this Final Showdown.

    India will have a chance to bring home another Trophy after the grand success in Junior Men's Asia Cup 2023 campaign when they take on Korea in the final of Women's Junior Asia Cup 2023.

    Catch all the action LIVE on 11th June 2023,… pic.twitter.com/ckCsh8AhWh

    — Hockey India (@TheHockeyIndia) June 10, 2023 " class="align-text-top noRightClick twitterSection" data=" ">

ମ୍ୟାଚଟି ସଂଘର୍ଷପୂର୍ଣ୍ଣ ହୋଇଥିଲା । ଦୁଇ ଦଳ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ । ତୃତୀୟ କ୍ବାର୍ଟର ସୁଦ୍ଧା କେହି ଗୋଲ କରିନଥିଲେ କି ଗୋଲି କରିବାକୁ ସୁଯୋଗ ଦେଇନଥିଲେ । ଶେଷରେ ଚତୁର୍ଥ କ୍ବାର୍ଟରର 47 ମିନିଟରେ ଭାରତ ଏକ ଗୋଲି କରି 1-0 ଗୋଲରେ ଆଗୁଆ ଥିଲା । ଶେଷ 13 ମିନିଟରେ ଗୋଲ ପରିଶୋଧ କରିବାକୁ ଜାପାନ ଉଦ୍ୟମ କରି ବିଫଳ ହୋଇଥିଲା ଫଳରେ ଭାରତ ମ୍ୟାଚଟିକୁ କବଜା କରି ନେଇଥିଲା । ଏହି ବିଜୟ ସହ ଭାରତ ଜୁନିୟର ବିଶ୍ବକପ ହକି ପାଇଁ ଯୋଗ୍ୟତା ଅର୍ଜନ କରିଛି । ନଭେମ୍ବର 29ରୁ ସାଣ୍ଟିଆଗୋରେ ଜୁନିୟର ମହିଳା ବିଶ୍ବକପ ଆୟୋଜିତ ହେବ । ସେହିପରି ଅନ୍ୟ ଏକ ସେମିଫାଇନାଲ ମ୍ୟାଚରେ ଦକ୍ଷିଣ କୋରିଆ 2-0 ଗୋଲରେ ଚୀନକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ଆଜି ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ ।

ଏହା ବି ପଢନ୍ତୁ...WTC Final Day 4 Stumps: ଭାରତ ୧୬୪/୩, ବିଜୟ ପାଇଁ ଆବଶ୍ୟକ ଆଉ ୨୮୦

ଏହା ବି ପଢନ୍ତୁ...WTC Final: କୋହଲି ଓ ପୂଜାରାଙ୍କୁ ଆଉଟ କରିବାକୁ ବଲ ଟାମ୍ପରିଂ ହୋଇଥିଲା କହିଲେ ପୂର୍ବତନ ପାକ୍‌ କ୍ରିକେଟର

ବିଜୟ ଗୋଲ ଦେଲେ ଓଡିଶାର ସୁନେଲିତା ଟପ୍ପୋ: ଜାପାନ ବିପକ୍ଷ ସେମିଫାଇନାଲ ମୁକାବିଲା କଡା କଡି ହୋଇଥିଲା । ଗୋଲ କରିବାକୁ ସୁଯୋଗ ଖୋଜୁଥିଲେ ଦୁଇ ଦଳ । ଏହି ସଂଘର୍ଷପୂର୍ଣ୍ଣ ସେମିଫାଇନାଲ ମୁକାବିଲାରେ ଭାରତ ପାଇଁ ଏକମାତ୍ର ତଥା ନିର୍ଣ୍ଣାୟକ ଗୋଲ ଦେଇଥିଲେ ଓଡିଶାର ସୁନେଲିତା ଟପ୍ପୋ । ସେ ଅନ୍ତିମ କ୍ବାର୍ଟରର 47 ମିନିଟରେ ଗୋଲ ସ୍କୋର କରିଥିଲେ । ଏହା ପୂର୍ବରୁ ଅନ୍ତିମ ପୁଲ ମ୍ୟାଚରେ ଚାଇନିଜ ଚାଇପେ ବିପକ୍ଷରେ ସୁନେଲିତା 2ଟି ଗୋଲ କରିଥିଲେ ।

ପ୍ରକାଶଥାଉ କି, ଜୁନ 3 ତାରିଖରେ ମହିଳା ହକି ଜୁନିୟର ଏସିଆ କପରେ ଭାରତ ତାର ପ୍ରଥମ ମ୍ୟାଚରେ ଉଜବେଗିସ୍ତାନକୁ ଭେଟିଥିଲା । ଏହି ମ୍ୟାଚରେ 22-0 ଗୋଲର ବଡ ବିଜୟ ସହ ଅଭିଯାନ ଆରମ୍ଭ କରିଥିବା ଭାରତୀୟ ହକି ଦଳ । ଦ୍ବିତୀୟ ମ୍ୟାଚରେ ମାଲେସିଆକୁ ଭେଟିଥିଲା ଭାରତ । ଏଥିରେ 2-1ରେ ମ୍ୟାଚ କବଜାକୁ ନେଇଥିଲା ଭାରତ । ତୃତୀୟ ମ୍ୟାଚରେ କୋରିଆ ବିପକ୍ଷ ମୁକାବିଲା 2-2ରେ ଡ୍ର ହୋଇଥିଲା । ଅନ୍ତିମ ପୁଲ ମ୍ୟାଚରେ ଚାଇନିଜ ତାଇପେଇକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଥିଲା । ସେମି ସମରରେ ଜାପାନକୁ ପରାସ୍ତ କରିଛି । ଏ ପର୍ଯ୍ୟନ୍ତ ଅପରାଜେୟ ରହିଛି ଭାରତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.