ETV Bharat / sports

Asian Games Hockey: 39 ଜଣିଆ ଦଳ ମନୋନୀତ, କୋର ଗ୍ରୁପରେ 4 ଓଡିଆ - ଏସିଆନ ଗେମ୍ସ

ଏସିଆନ ଗେମ୍ସ ହକି ଲାଗି 39 ଜଣ ମନୋନୀତ ହୋଇଛନ୍ତି । ଆଜିଠୁ ସେପ୍ଟେମ୍ବର 18 ତାରିଖ ଯାଏ ଭାରତୀୟ ଦଳର ପ୍ରଶିକ୍ଷଣ ଶିବିର ଆରମ୍ଭ ହେବ । ଅଧିକ ପଢନ୍ତୁ

Asian Games Hockey
ଏସିଆନ ଗେମ୍ସ ହକି
author img

By

Published : Aug 21, 2023, 9:54 AM IST

ନୂଆଦିଲ୍ଲୀ: ଏସିଆନ ଗେମ୍ସ ହକି ପାଇଁ ହକି ଇଣ୍ଡିଆ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ହକି ଇଣ୍ଡିଆ ପକ୍ଷରୁ ଏସିଆନ ଗେମ୍ସ ପ୍ରଶିକ୍ଷଣ ପାଇଁ 39 ଜଣିଆ ପୁରୁଷ କୋର ଗ୍ରୁପ ଘୋଷଣା ହୋଇଛି । କୋର ଗ୍ରୁପରେ 4ଜଣ ଓଡିଆ ଖେଳାଳି ସ୍ଥାନ ପାଇଛନ୍ତି । ଆଜିଠୁ ସେପ୍ଚେମ୍ବର 18 ଯାଏ ବେଙ୍ଗାଲୁରୁରେ ପ୍ରଶିକ୍ଷଣ ଆରମ୍ଭ କରିବ ଭାରତୀୟ ଦଳ ।

ଏସିଆ ମହାଦେଶର ଏହି ସର୍ବଶ୍ରେଷ୍ଠ କ୍ରୀଡା ଏସିଆ ଗେମ୍ସ ହକି ଚୀନରେ ସେପ୍ଟେମ୍ବର 23ରୁ ଆରମ୍ଭ ହୋଇ ଅକ୍ଟୋବର 8ରେ ଶେଷ ହେବ । ଏହି କ୍ରୀଡାର ହକି ଇଭେଣ୍ଟ ଲାଗି ବେଙ୍ଗାଲୁରୁ ସାଇ ସେଣ୍ଟର ଠାରେ ଆଜିଠୁ ଭାରତୀୟ ଦଳର ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇ ସେପ୍ଟେମ୍ବର 18 ତାରିଖ ଯାଏ ଚାଲିବ । ଏହି ଶିବିର ଲାଗି 39 ଜଣିଆ କୋର ଗ୍ରୁପ ଚୟନ କରାଯାଇଛି । ଏଥିରେ 4ଜଣ ଓଡିଆ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ ରକ୍ଷଣଭାଗ ଖେଳାଳି ଅମିତରୋହି ଦାସ, ନୀଲମ ସଞ୍ଜୀପ ଖେସ, ଦିପସାନ ତିର୍କୀ ଓ ଫରୱାର୍ଡ ଶିଳାନନ୍ଦ ଲାକ୍ରା ।

ନିକଟରେ ଏସିଆନ ଚମ୍ପିଆନସିପ ବିଜେତା ଭାରତୀୟ ଦଳ ଦୃଢ ମନୋବଳ ନେଇ ଏସିଆନ ଗେମ୍ସ ଖେଳିବାକୁ ଯିବ । ସେପ୍ଚେମ୍ବର 24ରେ ଉଜବେକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଭାରତ । ଏହାପରେ ପୁଲ-ଏରେ ସ୍ଥାନ ପାଇଥିବା ପାକିସ୍ତାନ, ଜାପାନ, ବାଂଲାଦେଶ ଓ ସିଙ୍ଗାପୁର ବିପକ୍ଷରେ ଖେଳିବ । ଏସିଆମ ରେମ୍ସରେ ଦଳ ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି କୋଚ କ୍ରେଗ ଫୁଲଟନ । ବେଙ୍ଗାଲୁରୁରେ ଆରମ୍ଭ ହେବାକୁ ଥିବା ପ୍ରଶିକ୍ଷଣ ଶିବିରରେ ଦଳରେ ଥିବା ଦୋଷ ଦୁର୍ବଳତାକୁ ସଜାଡିବା ଉଫରେ ଅଧିକ ଫୋକସ କରାଯିବ । ଅଧିନାୟକ ହର୍ମପ୍ରୀତ ସିଂହଙ୍କ ନେତୃତ୍ବରେ ଏସିଆନ ଗେମ୍ସ ପାଇଁ ଏକ ମଜବୁଦ ଦଳ ପ୍ରସ୍ତୁତ ହେବ । ଏହି ଶିବିରରୁ ଚୂଡାନ୍ତ ଦଳ ଚୟନ କରାଯିବ ।

ଏହା ବି ପଢନ୍ତୁ...Asian Hockey 5s World Cup Qualifiers: ଭାରତୀୟ ଦଳ ଘୋଷଣା, ଓଡିଶାରୁ 4 ଖେଳାଳି

ଏହା ବି ପଢନ୍ତୁ...Asian Games 2023: ଘୋଷଣା ହେଲା ସମ୍ଭାବ୍ୟ ଦଳ, ୩୪ ଜଣିଆ ଦଳରେ ଓଡ଼ିଶାରୁ ୫

ପ୍ରକାଶ ଥାଉ କି, ନିକଟରେ ଭାରତୀୟ ହକି ଦଳ ଏସିଆନ ଚମ୍ପିଆନସିପ ବିଜେତା ହୋଇଛି । ଫାଇନାଲରେ ମାଲେସିଆକୁ 4-3 ଗୋଲରେ ପରାସ୍ତ କରି ଚତୁର୍ଥ ଥର ଏସୀୟ ଚମ୍ପିଆନ୍ସ ଟ୍ରଫି ଚମ୍ପିଆନ ହୋଇଛି ଭାରତ । ଏହା ପୂର୍ବରୁ ୨୦୧୧, ୨୦୧୬ ଓ ୨୦୧୮ରେ ଚମ୍ପିଆନ୍‌ ହୋଇଥିଲା ଟିମ୍‌ ଇଣ୍ଡିଆ । ଏସୀୟ ଚମ୍ପିଆନ୍ସ ଟ୍ରଫି ଚମ୍ପିଆନ ପରେ ଭାରତର ମାନ୍ୟତା ତୃତୀୟକୁ ଉନ୍ନୀତ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.