ନୂଆଦିଲ୍ଲୀ: ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକଙ୍କୁ ଗୁରୁ ଦାୟିତ୍ବ । ହକି ଟିମ ପ୍ରାକ୍ତନ ଅଧିନାୟକ ତୁଷାର ଖାଣ୍ଡେକରଙ୍କୁ ଜାତୀୟ କନିଷ୍ଠ ମହିଳା ହକି ଦଳର ନୂଆ କୋଚ ଭାବେ ନିଯୁକ୍ତ କରାଯାଇଛି । ତୁଷାର ଜଣେ ଅଭିଜ୍ଞ ଖେଳାଳି । ତାଙ୍କ ପ୍ରଶିକ୍ଷଣ ଭାରତୀୟ କନିଷ୍ଠ ମହିଳା ହକି ଦଳ ପାଇଁ ସଫଳତା ଆଣି ଦେବ ବୋଲି ଆଶା କରାଯାଉଛି । ଏନେଇ ହକି ଇଣ୍ଡିଆ ପକ୍ଷରୁ ଜାରି ବିବୃତ୍ତିରୁ ସୂଚନା ମିଳିଛି ।
-
A new chapter beckons 🇮🇳
— Hockey India (@TheHockeyIndia) June 27, 2023 " class="align-text-top noRightClick twitterSection" data="
Join us in welcoming back Tushar Khandker, now takes the role to coach the Junior Women's Hockey Team as they prepare for the upcoming FIH Hockey Junior Women's World Cup Chile 2023 starting from 29th November to 10th December 2023.#HockeyIndia… pic.twitter.com/4WcDd3efAj
">A new chapter beckons 🇮🇳
— Hockey India (@TheHockeyIndia) June 27, 2023
Join us in welcoming back Tushar Khandker, now takes the role to coach the Junior Women's Hockey Team as they prepare for the upcoming FIH Hockey Junior Women's World Cup Chile 2023 starting from 29th November to 10th December 2023.#HockeyIndia… pic.twitter.com/4WcDd3efAjA new chapter beckons 🇮🇳
— Hockey India (@TheHockeyIndia) June 27, 2023
Join us in welcoming back Tushar Khandker, now takes the role to coach the Junior Women's Hockey Team as they prepare for the upcoming FIH Hockey Junior Women's World Cup Chile 2023 starting from 29th November to 10th December 2023.#HockeyIndia… pic.twitter.com/4WcDd3efAj
ଚଳିତ ବର୍ଷ ନଭେମ୍ବର 29ରୁ ଚିଲିରେ ଏଫଆଇଏଚ ମହିଳା ଜୁନିୟର ବିଶ୍ବକପ ଆରମ୍ଭ ହେବ । ଏନେଇ ତୁଷାରଙ୍କୁ ଦଳର କୋଚ ଭାବେ ନିଯୁକ୍ତ କରାଯାଇଛି । ତୁଷାରଙ୍କ ପାଇଁ ଏବେ କମ ସମୟରେ ଦଳ ପ୍ରସ୍ତୁତି କରିବା ଚ୍ୟାଲେଞ୍ଜ ହେବ । 2014ରୁ 2016 ପର୍ଯ୍ୟନ୍ତ ତୁଷାର ଭାରତୀୟ ଦଳର ପ୍ରଶିକ୍ଷକ ଭୂମିକା ତୁଲାଇଥିଲେ । ସେହି ସମୟରେ ଭାରତ ଏସିଆନ ଚମ୍ପିଆନ୍ସ ଟ୍ରଫିରେ ରୌପ୍ୟ ପଦକ ଓ 2015ରେ ବିଶ୍ବ ହକି ଲିଗରେ କାଂସ୍ୟ ପଦକ ସଫଳତା ହାସଲ କରିଥିଲା । 2021 ଓ 2022ରେ ସେ ଭାରତୀୟ ମହିଳା ଦଳର ସହ ପ୍ରଶିକ୍ଷକ ଭାବେ ଦାୟିତ୍ବ ତୁଲାଇଥିଲେ । ବିଶ୍ବକପ ପୂର୍ବରୁ ପ୍ରାକ ଦଳ ପ୍ରସ୍ତୁତିରେ ତୁଷାରଙ୍କ ପ୍ରଶିକ୍ଷଣ ସହାୟକ ହେବ । ଅବସର ପରେ ତୁଷାର ଦଶନ୍ଧି ହେବ ପ୍ରଶିକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି । ତୁଷାରଙ୍କ ପ୍ରଶିକ୍ଷଣରେ ଭାରତୀୟ ହକି ଦଳ ବହୁ ସଫଳତା ହାସଲ କରିଛି । ତେଣୁ ନୂଆ କୋଚ ନିଯୁକ୍ତ ହେବା ପରେ ଭାରତୀୟ ମହିଳା କନିଷ୍ଠ ହକି ଦଳ ଅଧିକ ସଫଳତା ହାସଲ କରିବ ବୋଲି ଆଶା କରାଯାଉଛି ।
ଏହା ବି ପଢନ୍ତୁ...ICC World Cup 2023: ICC ଜାରି କଲା କ୍ରୀଡ଼ାସୂଚୀ, ପାକିସ୍ତାନ ଅଂଶଗ୍ରହଣ ନେଇ ସନ୍ଦେହ
ଏହା ବି ପଢନ୍ତୁ...Asia Cup 2023: ଖେଳି ପାରିବେନି ଆୟର ! ଦଳକୁ ଫେରିପାରନ୍ତି ବୁମ୍ରା
ତୁଷାର ହକି ଇଣ୍ଡିଆ ଲେଭଲ-1 ଓ ଲେଭଲ-2 ଏବଂ ଏଫଆଇଏଚ ଲେଭଲ-1 କୋର୍ସ କରିଛନ୍ତି । ତୁଷାର ଭାରତୀୟ କନିଷ୍ଠ ହକି ଦଳର ପ୍ରଶିକ୍ଷକ ଭାବେ ନିଯୁକ୍ତ ହେବା ପରେ ତା୍କୁ ସ୍ବାଗତ କରିଛନ୍ତି ହକି ଇଣ୍ଡିଆ ସଭାପତି ଦୀଲିପ ତିର୍କୀ । ଉଭୟ ଖେଳାଳି ଓ ପ୍ରଶିକ୍ଷକ ଭାବେ ତୁଷାରଙ୍କ ପାଖରେ ଅଭିଜ୍ଞତା ରହିଛି । କନିଷ୍ଠ ମହିଳା ହକି ଦଳ ପାଇଁ ତୁଷାରଙ୍କ ରଣନୀତି ସଫଳତା ଦେବ ବୋଲି ଆଶା କରାଯାଉଛି ।