ହାଇଦ୍ରାବାଦ: ଭାରତୀୟ ତାରକା ଧାବିକା ହିମା ଦାସଙ୍କର ସ୍ବର୍ଣ୍ଣିମ ସଫଳତା ଜାରି ରହିଛି । ମାତ୍ର 15 ଦିନ ମଧ୍ୟରେ 19 ବର୍ଷିୟ ହିମା 4ଟି ସ୍ବର୍ଣ୍ଣ ପଦକ ଜିତିସାରିଲେଣି । ତେବୁର ଆଥଲେଟିକ୍ସ ମିଟରେ ରେକର୍ଡ 23.25 ସେକେଣ୍ଡରେ 200 ମିଟରକୁ ଅତିକ୍ରମ କରିଛନ୍ତି ହିମା ଦାସ ।
ଜୁଲାଇ 2ରୁ ହିମାଙ୍କ ସ୍ବର୍ଣ୍ଣିମ ଯାତ୍ରା ଆରମ୍ଭ ହୋଇଛି । ୟୁରୋପ ଆଥଲେଟିକ୍ସରେ ସେ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଥଲେ । ଏଥିରେ ସେ 23.65 ସେକେଣ୍ଡରେ 200 ମିଟରକୁ ଅତିକ୍ରମ କରିଥଲେ । ଏହାପରେ ପୋଲାଣ୍ଡର ପୁଞ୍ଜନ ଆଥଲେଟିକ୍ସ ଗ୍ରାଣ୍ଡ ପିକ୍ସରେ ଦେଶ ପାଇଁ 2ୟ ସ୍ବର୍ଣ୍ଣ ପଦକ ଜିତିଥିଲେ ହିମା । 23.65 ସେକେଣ୍ଡରେ 200 ମିଟର ଦୌଡରେ ବାଜି ମାରିଥିଲେ ଏହି ଆସାମର ଝିଅ । ପରେ ଜୁଲାଇ 7ରେ କୁଟନୋ ଆଥଲେଟିକ୍ସ ମିଟରେ ହିମା ସ୍ବର୍ଣ୍ଣ ବିଜେତା ହୋଇଥିଲେ ।
ହିମା ଦାସ ଜୁଲାଇ 13ରେ କ୍ଲାଡନୋ ଆଥଲେଟିକ୍ସ ମିଟରେ ଅନ୍ୟ ଏକ ସ୍ବର୍ଣ୍ଣ ପଦକ ଜିତିଥିଲେ । ହିମାଙ୍କ ଏହି ସ୍ବର୍ଣ୍ଣିମ ପ୍ରଦର୍ଶନକୁ ସମସ୍ତ ଦେଶବାସୀ ପ୍ରଶଂସା କରିଛନ୍ତି । ବିଶ୍ବସ୍ତରୀୟ ପ୍ରତିଯୋଗିତାରେ କ୍ରମାଗତ ସ୍ବର୍ଣ୍ଣ ପଦକ ଜିତି ହିମା ଭାରତରକୁ ଗୌରାବାନ୍ବିତ କରିଛନ୍ତି । ବିଶ୍ବ ଚମ୍ପିଆନସିପ ପାଇଁ ଯୋଗ୍ୟତା ହାସଲ କରିବାକୁ 200 ମିଟର ଦୌଡ ପାଇଁ 23.02 ଓ 400 ମିଟର ପାଇଁ 51.80 ସେକେଣ୍ଡର ପହଞ୍ଚିବାର ଆବଶ୍ୟକତା ରହିଛି ।
ଏଥିପାଇଁ ହିମା ପ୍ରୟାସ ଜାରି ରଖିଛନ୍ତି । ତେବେ ହିମା ଦମଦାର ପ୍ରଦର୍ଶନ କରୁଥିବାରୁ ବିଶ୍ବ ଚମ୍ପିଆନସିପ ପାଇଁ ଯୋଗ୍ୟତା ପର୍ଯ୍ୟାୟକୁ ସଫଳତାର ସହ ପାର କରିବେ ବୋଲି ଆଶା କରାଯାଉଛି ।