ଭୁବନେଶ୍ବର: ରାଜ୍ୟରେ କ୍ରୀଡା ଭିତ୍ତିଭୂମିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶେଷ କରି ଦୃଷ୍ଟି ଦେଇଛନ୍ତି। ଯାହାକି ଓଡ଼ିଶାରେ ହକି ବିଶ୍ବକପ୍ ସମ୍ଭବ ହୋଇପାରିଛି। ଏହା କହିଛନ୍ତି, ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ।
କିଛି ବର୍ଷଧରି ଓଡିଶା ଏକାଧିକ ଜାତୀୟ ଓ ଆନ୍ତର୍ଜାତୀୟସ୍ତରୀୟ ଇଭେଣ୍ଟର ସଫଳ ଆୟୋଜନ କରିଛି । ତାହା ମଧ୍ୟରୁ 2018ରେ ହକି ବିଶ୍ବକପ୍ ରହିଛି । ପୁନର୍ବାର 2023ରେ ଓଡିଶାରେ ହକି ବିଶ୍ବକପ୍ ହେବ । ଏଥିପାଇଁ ରାଉରକେଲାରେ ବିଶ୍ବସ୍ତରୀୟ ଷ୍ଟାଡିୟମ କାମ ଆରମ୍ଭ ହୋଇଛି । ଏଥିପାଇଁ 300 କୋଟି ବିନିଯୋଗ ହୋଇଛି । ହକି ହେଉଛି ଓଡିଶାର ହବ୍। ଏହାଛଡ଼ା ରାଜ୍ୟରେ ବ୍ଲକ ସ୍ତରୀୟ ମିନି ଷ୍ଟାଡିୟମ କରାଯାଇଛି । ଯାହାକି ଗ୍ରାମାଞ୍ଚଳରେ କ୍ରୀଡାବିତ୍ମାନେ ଏହାର ସୁଯୋଗ ନେଇ ପାରିବେ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ