ETV Bharat / sports

German Open: ଜର୍ମାନ ଓପନ କ୍ବାର୍ଟରରେ କିଦାମ୍ବୀ

ଚଳିତ ଜର୍ମାନ ଓପନ ବ୍ୟାଡମିଣ୍ଟନରେ ଷ୍ଟାର ଭାରତୀୟ ସର୍ଟଲର କିଦାମ୍ବୀ ଶ୍ରୀକାନ୍ତଙ୍କ ବିଜୟୀ ପ୍ରଦର୍ଶନ ଜାରୀ । ଗୁରୁବାର ଚାଇନାର ଲୁ ଗୁଆଙ୍ଗ ଜୁଙ୍କୁ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ପରାସ୍ତ କରି କ୍ବାର୍ଟର-ଫାଇନାଲରେ ପ୍ରବେଶ କରିଛନ୍ତି । ଅଧିକ ପଢନ୍ତୁ

author img

By

Published : Mar 10, 2022, 9:14 PM IST

German Open: Kidambi Srikanth beats China's Guang Zu to enter quarter-final
German Open: ଜର୍ମାନ ଓପନ କ୍ବାର୍ଟରରେ କିଦାମ୍ବୀ

ବର୍ଲିନ(ଜର୍ମାନୀ): ଚଳିତ ଜର୍ମାନ ଓପନ ବ୍ୟାଡମିଣ୍ଟନରେ ଷ୍ଟାର ଭାରତୀୟ ସର୍ଟଲର କିଦାମ୍ବୀ ଶ୍ରୀକାନ୍ତଙ୍କ ବିଜୟୀ ପ୍ରଦର୍ଶନ ଜାରି । ଗୁରୁବାର ଚାଇନାର ଲୁ ଗୁଆଙ୍ଗ ଜୁଙ୍କୁ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ପରାସ୍ତ କରି କ୍ବାର୍ଟର-ଫାଇନାଲରେ ପ୍ରବେଶ କରିଛନ୍ତି । ୬୭ ମିନିଟ୍‌ ଧରି ଖେଳାଯାଇଥିବା ମ୍ୟାଚ୍‌ରେ ଶ୍ରୀକାନ୍ତ ୨୧-୧୬, ୨୧-୨୩, ୨୧-୧୮ରେ ବିଜୟୀ ହୋଇଛନ୍ତି ।

ବିଶ୍ବ ଚାମ୍ପିୟନ ରୌପ୍ୟ ପଦକ ବିଜେତା ଶ୍ରୀକାନ୍ତ ୨୧-୧୬ ସେଟ୍‌ରେ ପ୍ରଥମ ମ୍ୟାଚ୍‌ରେ ବିଜୟୀ ହୋଇଥିଲେ । ତେବେ ଦ୍ବିତୀୟ ମ୍ୟାଚ୍‌ରେ ଚାଇନା ପ୍ରତିନ୍ଦ୍ବନ୍ଦ୍ବୀ ଦମଦାର କମବ୍ୟାକ୍‌ କରିବା ସହ ୨୩-୨୧ରେ ବିଜୟୀ ହୋଇଥିଲେ । ତେବେ ତୃତୀୟ ସେଟ୍‌କୁ ଶ୍ରୀକାନ୍ତ ୨୧-୧୮ରେ ଜିତିବା ସହ କ୍ବାର୍ଟର ଟିକେଟ ହାତେଇଥିଲେ । ଗୁରୁବାର ଶ୍ରୀକାନ୍ତ ପୁରୁଷ ସିଙ୍ଗଲ୍ସ ମୁକାବିଲାରେ ଫ୍ରାନ୍ସର ବ୍ରିସ ଲେଭରଡଜଙ୍କୁ ପ୍ରଥମ ରାଉଣ୍ଡରେ ହରାଇ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.