ETV Bharat / sports

Hockey World Cup: ଆଜି ୪ଟି ମ୍ୟାଚ, କ୍ବାଟର ଫାଇନାଲ ପାଇଁ ହେବ ଜୋରଦାର ଲଢେଇ

ହକି ବିଶ୍ବକପ ମ୍ୟାଚର ଅଷ୍ଟମ ଦିନରେ ୪ଟି ମ୍ୟାଚ ରହିଛି । ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା, ଫ୍ରାନ୍ସ ବନାମ ଆର୍ଜେଣ୍ଟିନା, ବେଲଜିୟମ ବନାମ ଜାପାନ ଓ ଚତୁର୍ଥ ତଥା ଆଜିର ଅନ୍ତିମ ମ୍ୟାଚ ସନ୍ଧ୍ୟା ୭ଟା ସମୟରେ କୋରିଆ ଓ ଜର୍ମାନୀ ମଧ୍ୟରେ ଖେଳାଯିବ । ଅଧିକ ପଢନ୍ତୁ

Hockey World Cup
ହକି ବିଶ୍ବକପ
author img

By

Published : Jan 20, 2023, 7:55 AM IST

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଏଫଆଇଏଚ ପୁରୁଷ ହକି ବିଶ୍ବକପ ମ୍ୟାଚ । ଅଷ୍ଟମ ଦିନରେ ପହଞ୍ଚିଲା ହକି ବିଶ୍ବକପ ଟୁର୍ଣ୍ଣାମେଣ୍ଟ । ଗତକାଲି (ଗୁରୁବାର) ସପ୍ତମ ଦିନରେ ୪ଟି ମ୍ୟାଚ ଖେଳାଯାଇଥିବା ବେଳେ ଆଜି (ଶୁକ୍ରବାର) ମଧ୍ୟ ରହିଛି ୪ଟି ମ୍ୟାଚ । ପ୍ରଥମ ରାଉଣ୍ଡର ଆଜି ଅନ୍ତିମ ମ୍ୟାଚ ଥିବା ବେଳେ ଗ୍ରୁପ A ଓ ଗ୍ରୁପ B ମଧ୍ୟରେ ମୁକାବିଲା ହେବ । ଆଜି ସମସ୍ତ ମ୍ୟାଚ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯିବ ।

ପ୍ରଥମ ମ୍ୟାଚ ଦିନ ୧ଟା ସମୟରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ । ଏହାପରେ ଦ୍ବିତୀୟ ମ୍ୟାଚ ଅପରାହ୍ନ ୩ଟା ସମୟରେ ଫ୍ରାନ୍ସ ଓ ଆର୍ଜେଣ୍ଟିନା ମଧ୍ୟରେ ମୁକାବିଲା ହେବ । ସେହିପରି ତୃତୀୟ ମ୍ୟାଚ ସନ୍ଧ୍ୟା ୫ଟା ସମୟରେ ହେବାକୁ ଥିବା ବେଳେ ମୁହାଁମୁହିଁ ହେବେ ବେଲଜିୟମ ଓ ଜାପାନ । ଚତୁର୍ଥ ତଥା ଆଜିର ଅନ୍ତିମ ମ୍ୟାଚ ସନ୍ଧ୍ୟା ୭ଟା ସମୟରେ କୋରିଆ ଓ ଜର୍ମାନୀ ମଧ୍ୟରେ ଖେଳାଯିବ ।

ପୁଲ Aର ପଏଣ୍ଟ ଟେବୁଲ: ପୁଲ ଏରେ ଥିବା ଟିମ ମଧ୍ୟରୁ ଅଷ୍ଟ୍ରେଲିଆ ଦୁଇଟି ମ୍ୟାଚ ଖେଳି ଗୋଟିଏରେ ବିଜୟୀ ହୋଇ ୪ ପଏଣ୍ଟ ପାଇ ପ୍ରଥମ ସ୍ଥାନରେ ରହିଛି । ସେହିପରି ଆର୍ଜେଣ୍ଟିନା ମଧ୍ୟ ସମାନ ପଏଣ୍ଟ ସହ ଦ୍ବିୀୟ ସ୍ଥାନରେ ରହିଛି । ତିନି ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଛି ଫ୍ରାନ୍ସ । କିନ୍ତୁ ଦୁଇଟି ମ୍ୟାଚ ଖେଳି ଗୋଟିଏରେ ବିଜୟୀ ମଧ୍ୟ କୌଣସି ପଏଣ୍ଟ ହାସଲ କରିପାରିନାହିଁ ଦକ୍ଷିଣ ଆଫ୍ରିକା ।

ପୁଲ Bର ପଏଣ୍ଟ ଟେବୁଲ: ସେହିପରି ପୁଲ ବିରେ ବେଲଜିୟମ ୪ ପଏଣ୍ଟ ସହ ଆଗରେ ରହିଥିବା ବେଳେ ଜର୍ମାନୀ ୪ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଛି । କୋରିଆ ୩ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଥିବା ବେଳେ ଆଜି ପର୍ଯ୍ୟନ୍ତ ଗୋଟଏ ବି ମ୍ୟାଚ ଜିତିପାରିନାହିଁ ଜାପାନ ।

କ୍ରସଓଭର ଖେଳିବ ଭାରତ: ଗତକାଲି ଭାରତ ଓ ଓ୍ବେଲ୍ସ ମଧ୍ୟରେ ଖେଳାଯାଇଥିଲା ମ୍ୟାଚ । ଭୁବନେଶ୍ବରରେ ଏହି ମ୍ୟାଚ ଖେଳାଯାଇଥିବା ବେଳେ ୪-୨ ଗୋଲରେ ଭାରତ ବିଜୟୀ ହୋଇଥିଲା । ତେଣୁ ଆସନ୍ତା ରବିବାର କ୍ରସଓଭର ମ୍ୟାଚ ଖେଳିବ ଭାରତ । ଏହି ମ୍ୟାଚ ହିଁ ନିଷ୍ପତ୍ତି ନେବ ଭାରତ କ୍ବାଟର ଫାଇନାଲ ଖେଳିବ ନା ନାହିଁ । ସେହିପରି ଆଉ ତିନୋଟି ମ୍ୟାଚ ମାଲେସିଆ ବନାମ ନ୍ୟୁଜିଲାଣ୍ଡ, ନେଦରଲାଣ୍ଡସ ବନାମ ଚିଲି ଓ ସ୍ପେନ ବନାମ ଇଂଲଣ୍ଡ ମଧ୍ୟରେ ମୁକାବିଲା ହୋଇଥିଲା ।

ନେଦରଲାଣ୍ଡ ଓ ଇଂଲଣ୍ଡ କ୍ବାଟର ଫାଇନାଲରେ ପ୍ରବେଶ: ଶକ୍ତିଶାଳୀ ନ୍ୟୁଜିଲାଣ୍ଡକୁ ୩-୨ ଗୋଲରେ ମାତ ଦେଇ ବିଜୟୀ ହୋଇଥିଲା ମାଲେସିଆ । ଫଳରେ ମାଲେସିଆ ଦ୍ବିତୀୟ ବିଜୟ ସହ ହକି ବିଶ୍ବକପ ୨୦୨୩ ପୁଲ୍‌ C ପଏଣ୍ଟ ଟେବୁଲରେ ୬ ପଏଣ୍ଟ ହାସଲ କରି ଦ୍ବିତୀୟ ସ୍ଥାନରେ ରହିଛି । ସେହିପରି ନେଦରଲାଣ୍ଡ ଓ ଚିଲି ମଧ୍ୟରେ ଦ୍ବିତୀୟ ମୁକାବିଲା ହୋଇଥିଲା ।

ଏହି ମ୍ୟାଚରେ ନେଦରଲାଣ୍ଡ ବିପକ୍ଷ ଦଳ ଚିଲିକୁ ୧୪-୦ ଗୋଲରେ ମାତ୍ ଦେଇଥିଲା । ଏହି ବିଜୟ ସହ ନେଦରଲାଣ୍ଡ ପୁଲ C ହକି ବିଶ୍ବକପ ପଏଣ୍ଟ ଟେବୁଲରେ ୯ ପଏଣ୍ଟ ପାଇ ଶୀର୍ଷରେ ରହି ଥିବା ବେଳେ କ୍ବାଟର ଫାଇନାଲରେ ପ୍ରବେଶ କରିଛି । ସେହିପରି ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଇଂଲଣ୍ଡ ଓ ସ୍ପେନ ମଧ୍ୟରେ ମୁକାବିଲା ହୋଇଥିଲା । ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଉଭୟ ଦଳ ମଧ୍ୟରେ ଜୋରଦାର ଫାଇଟ ଦେଖିବାକୁ ମିଳିଥିଲା । ଶେଷରେ ଇଂଲଣ୍ଡ ୪ଟି ଗୋଲ୍‌ ଦେଇ ସ୍ପେନକୁ ହରାଇ କ୍ବାଟର ଫାଇନାଲରେ ପ୍ରବେଶ କରିଥିଲା ।

ତେବେ ଆଜି ହେବାକୁ ଥିବା ୪ଟି ମ୍ୟାଚ ରୋମାଞ୍ଚକର ହେବ । କାହିଁକି ନା ଆଜିର ମ୍ୟାଚ ହିଁ ନିଷ୍ପତ୍ତି ନେବ କିଏ କ୍ବାଟର ଫାଇନାଲ ଯାଉଛି ଓ ଚିଏ କ୍ରସଓଭର ମ୍ୟାଚ ଖେଳିବ । ଷ୍ଟାର୍‌ ସ୍ପୋର୍ଟ୍ସ ନେଟୱାର୍କ, ଡିଜନୀ ହଟଷ୍ଟାର ଓ ୱାଚ ହକି.କମରେ ମ୍ୟାଚରେ ସିଧାପ୍ରସାରଣ ଦେଖିପାରିବେ ହକିପ୍ରେମୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.