ଦୋହା, କତାର: ଚଳିତ ଫିଫା ବିଶ୍ବକପ ଟୁର୍ଣ୍ଣାମେଣ୍ଟରୁ ପ୍ରଥମ ଟିମ ଭାବେ ବାହାର ହେବାକୁ ଯାଉଛି କତାର । ଆୟୋଜକ ଟିମକୁ ଶୁକ୍ରବାର ୩-୧ ଗୋଲ୍ରେ ହରାଇଛି ସେନେଗଲ (Senegal beat Qatar)। ଫଳରେ ଘରୋଇ ଟିମ ପାଇଁ ଏହା ଦ୍ବିତୀୟ ପରାଜୟ ହୋଇଛି । ବିଶ୍ବକପ ଟୁର୍ଣ୍ଣାମେଣ୍ଟ ପାଇଁ ୧୨ ବର୍ଷ ଧରି ପ୍ରସ୍ତୁତି ଚଳାଇଥିବା କତାର ଟିମ ନିରାଶ ହୋଇଛି । ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପ୍ରାରମ୍ଭିକ ରାଉଣ୍ଡରୁ ବାଦ୍ ପଡିବାକୁ ଯାଉଛି କତାର ।
-
السنغال تحقق فوزها الأول في قطر 2022 🇸🇳@Fsfofficielle | #كأس_العالم_FIFA | #قطر2022
— كأس العالم FIFA 🏆 (@fifaworldcup_ar) November 25, 2022 " class="align-text-top noRightClick twitterSection" data="
">السنغال تحقق فوزها الأول في قطر 2022 🇸🇳@Fsfofficielle | #كأس_العالم_FIFA | #قطر2022
— كأس العالم FIFA 🏆 (@fifaworldcup_ar) November 25, 2022السنغال تحقق فوزها الأول في قطر 2022 🇸🇳@Fsfofficielle | #كأس_العالم_FIFA | #قطر2022
— كأس العالم FIFA 🏆 (@fifaworldcup_ar) November 25, 2022
ଫଳରେ ଫୁଟବଲ ବିଶ୍ବକପର ୯୨ ବର୍ଷ ଇତିହାସରେ କତାର ସବୁଠୁ ଖରାପ ପ୍ରଦର୍ଶନକାରୀ ଆୟୋଜକ ଟିମ(Worst-performing host team) ହେବାକୁ ଯାଉଛି । ପ୍ରଥମ ଆୟୋଜକ ଭାବେ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ରେ ପରାଜୟର ଅଲୋଡା ରେକର୍ଡ ମଧ୍ୟ କତାର ନାଁରେ ଯୋଡି ହେଇଛି । ଏହାପୂର୍ବରୁ ବର୍ଷ ୨୦୧୦ରେ ଦକ୍ଷିଣ ଆଫ୍ରିକା ଏକମାତ୍ର ଆୟୋଜକ ଟିମ ଭାବେ ଗ୍ରୁପ ପର୍ଯ୍ୟାୟରୁ ବାଦ୍ ପଡିଥିଲା । ତେବେ ଗ୍ରୁପ ପର୍ଯ୍ୟାୟର ୩ଟି ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଗୋଟିଏ ବିଜୟ ଓ ଗୋଟିଏ ଡ୍ର ସହ ଅଭିଯାନ ଶେଷ କରି ସମ୍ମାନ ରକ୍ଷା କରିଥିଲା ।
ଅନ୍ୟପଟେ ପ୍ରଥମ ମ୍ୟାଚ୍ରେ ନେଦରଲାଣ୍ଡ ଠାରୁ ୨-୦ ପରାଜୟ ପରେ ବିଜୟ ଟ୍ରାକ୍କୁ ଫେରିଛି ସେନେଗଲ । କତାର ବିପକ୍ଷ ମ୍ୟାଚ୍ରେ ସେନେଗଲ ଷ୍ଟ୍ରାଇକର ବଉଲଏ ଦିଏ ଡ୍ରିଲ୍ଡ ଟିମ ପାଇଁ ପ୍ରଥମ ଗୋଲ୍ କରିଥିଲେ । ପରେ ମ୍ୟାଚ୍ର ଦ୍ବିତୀୟାର୍ଦ୍ଧରେ ଫମାରା ଡିଏଧିଉ ଆଉ ଏକ ଗୋଲ୍ କରିବା ସହ ସ୍କୋର୍ ୨-୦ ହୋଇଥିଲା । କତାର ଡିଫେଣ୍ଡର ସେନେଗଲର ଆକ୍ରମଣକୁ ରୋକିବାରେ ବିଫଳ ହୋଇଥିଲେ । ତେବେ ବଦଳ ଖେଳାଳି(substitite) ଭାବେ ଖେଳିଥିବା ମହମ୍ମଦ ମୁନ୍ତାରି କତାର ପକ୍ଷରୁ ଏକମାତ୍ର ଗୋଲ୍ କରିଥିଲେ ।
ତେବେ କତାର ମ୍ୟାଚ୍ର ଶେଷ ଭାଗରେ ଗୋଲ୍ କରିବା ପାଇଁ ସମସ୍ତ ପ୍ରୟାସ କରିଥିଲେ ମଧ୍ୟ ପ୍ରତିପକ୍ଷ ଗୋଲକିପର ଅବିଶ୍ବସନୀୟ ପ୍ରଦର୍ଶନ ସହ ରୋକିବାରେ ସଫଳ ହୋଇଥିଲେ । ଏହାର ଫାଇଦା ଇଠାଇ ମ୍ୟାଚ୍ର ଶେଷ ୬ ମିନିଟ୍ରେ ସେନେଗଲ ଷ୍ଟ୍ରାଇକର ତୃତୀୟ ଗୋଲ୍ ମଧ୍ୟ କରିଥିଲେ ।
ବିଶ୍ବକପର ପ୍ରଥମ ମ୍ୟାଚ୍ରେ କତାର ଇକୁଏଡର ଠାରୁ ୨-୦ରେ ପରାସ୍ତ ହୋଇଥିଲା । ଫଳରେ ପ୍ରଦର୍ଶନରେ ନିରାଶ ହେବାସହ କ୍ରମାଗତ ଦ୍ବିତୀୟ ପରାଜୟ ପରେ ବିଶ୍ବକପରୁ ବିଦାୟ ଦ୍ବାରଦେଶରେ ରହିଛି ଆୟୋଜକ କତାର । ମିଡିଲ ଇଷ୍ଟରେ ପ୍ରଥମ ବିଶ୍ବକପ ପାଇଁ ବ୍ୟୟବରାଦ ଅନୁଯାୟୀ, କତାର ପ୍ରାୟ $୨୨୦ ବିଲିୟନ ଖର୍ଚ୍ଚ କରିଥିବା କୁହାଯାଉଛି, ମାତ୍ର ମହଙ୍ଗା ବ୍ୟବସ୍ଥା କେବେ ଏକ ବିଶ୍ବସ୍ତରୀୟ ଫୁଟବଲ ଟିମ କିଣିପାରିବ ନାହିଁ ବୋଲି ପ୍ରମାଣିତ ହୋଇଛି ।