ETV Bharat / sports

FIFA World Cup: ଆଜି ତୃତୀୟ ସ୍ଥାନ ପାଇଁ ଲଢେଇ, କ୍ରୋଏସିଆକୁ ଭେଟିବ ମରକ୍କୋ

author img

By

Published : Dec 17, 2022, 8:36 AM IST

ଅନ୍ତିମ ପର୍ଯ୍ୟାୟରେ ଫିଫା ବିଶ୍ବକପ । ତୃତୟୀ ସ୍ଥାନ ପାଇଁ ଆଜି କ୍ରୋଏସିଆ ଓ ମରକ୍କୋ ମଧ୍ୟରେ ମୁକାବିଲା । ଅଧିକ ପଢନ୍ତୁ

FIFA World Cup:
FIFA World Cup:

ଦୋହା: କତାରରେ ଚାଲିଥିବା ଫିଫା ବିଶ୍ବକପ ୨୨ ତମ ସଂସ୍କରଣର ଆଜି ଠାରୁ ଅନ୍ତିମ ପର୍ଯ୍ୟାୟ ଆରମ୍ଭ ହେବ । ଆଜି ତୃତୀୟ ସ୍ଥାନ ପାଇଁ କ୍ରୋଏସିଆ ଓ ମରକ୍କୋ ମଧ୍ୟରେ ମୁକାବିଲା ହେବ । ଖଲିଫା ଆନ୍ତର୍ଜାତୀୟ ଷ୍ଟାଡିୟମରେ ସନ୍ଧ୍ୟା ୭ଟା ସମୟରେ ଏହି ଦୁଇ ଦଳ ମଧ୍ୟରେ ମୁକାବିଲା ହେବ । ଦୁଇ ଟିମ ସେମିଫାଇନାଲ ମ୍ୟାଚରେ ଫ୍ରାନ୍ସ ଓ ଆର୍ଜେଣ୍ଟିନା ଠାରୁ ପରାସ୍ତ ହୋଇ ଆଜି କାଂସ୍ୟ ପଦକ ପାଇଁ ଲଢେଇ କରିବେ ।

ତୃତୀୟ ସ୍ଥାନ ପାଇଁ ଦୁଇ ଦଳ ମଧ୍ୟରେ ଜୋରଦାର ଲଢେଇ ହେବ । ବିଜୟ ଲକ୍ଷ୍ୟ ରଖି ପଡିଆକୁ ଓହ୍ଲାଇବେ ଦୁଇ ଶକ୍ତିଶାଳୀ ଟିମ୍ । ଆଜିର ମ୍ୟାଚ ରୋମାଞ୍ଚକର ହେବା ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ରହିଛି । କେଉଁ ଦଳ ତୃତୀୟ ସ୍ଥାନ ଅକ୍ତିଆର କରିବ ତାହା ଉପରେ ଆଜି ସମସ୍ତଙ୍କ ନଜର । ୨୦୧୮ ସଂସ୍କରଣର ଉପବିଜେତା କ୍ରୋଏସିଆ ୧୯୯୮ ବିଶ୍ବକପରେ ଶେଷ ଥର ତୃତୀୟ ସ୍ଥାନ ପାଇଁ ଖେଳିଥିଲା । ନେଦରଲାଣ୍ଡ୍ସ ବିପକ୍ଷ ମ୍ୟାଚ ଖେଳି ୨-୧ରେ ଜିତି ନେଇଥିଲା କ୍ରୋଏସିଆ ।

ପ୍ରଥମ ସେମିଫାନାଲ ମ୍ୟାଚରେ କ୍ରୋଏସିଆ ଓ ଆର୍ଜେଣ୍ଟିନା ମୁହାଁମୁହିଁ ହୋଇଥିଲେ । ଏଥିରେ କ୍ରୋଏସିଆକୁ ୩-୦ ଗୋଲରେ ପରାସ୍ତ କରି ଷଷ୍ଠ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି ଆର୍ଜେଣ୍ଟିନା । ସେହିପରି ଗତ ବୁଧବାର ଦ୍ବିତୀୟ ସେମିଫାଇନାଲ ମ୍ୟାଚରେ ଫ୍ରାନ୍ସ ଓ ମରକ୍କୋ ମୁହାଁମୁହିଁ ହୋଇଥିଲେ । ମରକ୍କୋକୁ ୨-୦ ଗୋଲରେ ପରାସ୍ତ କରି ଫାଇନାଲରେ ସ୍ଥାନ ପକ୍କା କରିଥିଲା ଫ୍ରାନ୍ସ । ଆସନ୍ତାକାଲି ଫ୍ରାନ୍ସ ଏ ଆର୍ଜେଣ୍ଟିନା ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ । ଇତିହାସ ରଚିବା ଲକ୍ଷ୍ୟରେ ପଡିଆକୁ ଓହ୍ଳାଇବେ ଦୁଇ ଦଳ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.