ETV Bharat / sports

Chess World Cup 2023 Final: ପ୍ରଥମ ଗେମ୍‌ରେ ବାହାରି ପାରିଲାନି ଫଳାଫଳ, ବୁଧବାର ଦ୍ବିତୀୟ ମୁକାବିଲା

FIDE ବିଶ୍ବକପ୍ ଫାଇନାଲରେ ଭାରତୀୟ ଗ୍ରାଣ୍ଡମାଷ୍ଟର ଆର୍ ପ୍ରଜ୍ଞାନନ୍ଦ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି । ବିଶ୍ବର ଏକ ନମ୍ବର ମାନ୍ୟତାପ୍ରାପ୍ତ ନରେୱେର ମାଗ୍‌ନସ୍ କାର୍ଲସନ୍‌ଙ୍କ ବିପକ୍ଷରେ ସେ ଖେଳୁଥିବା ପ୍ରଥମ ଗେମ୍‌ ଅମିମାଂସିତ ରହିଛି । ଫଳରେ ଦ୍ବିତୀୟ ଗେମ୍‌ ବୁଧବାର ଖେଳାଯିବ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Aug 22, 2023, 11:02 PM IST

Chess World Cup 2023 Final
Chess World Cup 2023 Final

ନୂଆଦିଲ୍ଲୀ: ଅଜରବୈଜାନର ବାକୁରେ ଚାଲିଥିବା FIDE ବିଶ୍ବକପ୍ ଫାଇନାଲରେ ଭାରତୀୟ ଗ୍ରାଣ୍ଡମାଷ୍ଟର ଆର୍ ପ୍ରଜ୍ଞାନନ୍ଦ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି । ବିଶ୍ବର ଏକ ନମ୍ବର ମାନ୍ୟତାପ୍ରାପ୍ତ ନରେୱେର ମାଗ୍‌ନସ୍ କାର୍ଲସନ୍‌ଙ୍କ ବିପକ୍ଷରେ ମଙ୍ଗଳବାର ଖେଳାଯାଇଥିବା ପ୍ରଥମ ଗେମ୍ ଅମିମାଂସିତ ରଖିଛନ୍ତି ପ୍ରଜ୍ଞାନନ୍ଦ । ଏହି ମୁକାବିଲାରେ ୩୫ଟି ମୁଭ୍ ପରେ ମଧ୍ୟ କୌଣସି ଫଳାଫଳ ବାହାରି ପାରିନଥିଲା । ତେଣୁ ବୁଧବାର ମଧ୍ୟ ଫାଇନାଲ ମ୍ୟାଚ୍ ଜାରି ରହିବ । ମାଗ୍‌ନସ୍ ବୁଧବାର ଧଳା ବୋର୍ଡରେ ରହିବେ । ସେହିଭଳି ଭାରତୀୟ ଗ୍ରାଣ୍ଡମାଷ୍ଟର ଆର୍ ପ୍ରଜ୍ଞାନନ୍ଦ ବ୍ଲାକ୍‌ ବୋର୍ଡ୍‌ରେ ବିଜୟ ଅଭିଯାନ ଜାରି ରଖିବେ ବୋଲି ଆଶା ରଖିଛନ୍ତି କ୍ରିଡ଼ାପ୍ରେମୀ ।

  • The first game of the #FIDEWorldCup final between Praggnanandhaa and Magnus Carlsen ends in a draw after 35 moves.
    Magnus will be White in tomorrow's second classical game.

    📷 Stev Bonhage pic.twitter.com/UXpcbQxIfN

    — International Chess Federation (@FIDE_chess) August 22, 2023 " class="align-text-top noRightClick twitterSection" data=" ">

ଉଲ୍ଲେଖଯୋଗ୍ୟ, ବିଶ୍ବନାଥ ଆନନ୍ଦଙ୍କ ପରେ ପ୍ରଜ୍ଞାନନ୍ଦ ଦ୍ବିତୀୟ ଭାରତୀୟ ଖେଳାଳି ଭାବେ ଏହି ବିଶ୍ବକପ୍‌ର ଫାଇନାଲରେ ପ୍ରବେଶ କରିଛନ୍ତି । ସୋମବାର ଖେଳାଯାଇଥିବା ସେମିଫାଇନାଲରେ ସେ ଟ୍ରାଇବ୍ରେକ୍‌ରେ ବିଶ୍ବ ମାନ୍ୟତାର ତୃତୀୟ ସ୍ଥାନରେ ଥିବା ଆମେରିକାର ଫାବିଆନୋ କାରୁଆନଙ୍କୁ ପରାସ୍ତ କରି ଏହି ଫାଇନାଲ୍‌ରେ ପ୍ରବେଶ କରିଥିଲେ ଭାରତୀୟ ଗ୍ରାଣ୍ଡମାଷ୍ଟର ଆର ପ୍ରଜ୍ଞାନନ୍ଦ । ପ୍ରଜ୍ଞାନନ୍ଦ ଓ କାରୁଆନଙ୍କ ମଧ୍ୟରେ ହୋଇଥିବା ସେମିଫାଇନାଲ ମୁକାବିଲା ବେଶ ରେମାଞ୍ଚକର ଥିଲା । ପ୍ରଜ୍ଞାନନ୍ଦ ୩.୫-୨.୫ ଟ୍ରାଇବ୍ରେକ୍‌ରେ ବିଶ୍ବ ମାନ୍ୟତାର ତୃତୀୟ ସ୍ଥାନରେ ଥିବା ଆମେରିକାର ଫାବିଆନୋ କାରୁଆନଙ୍କୁ ପରାସ୍ତ କରିଥିଲେ । ବିଶ୍ବ ମାନ୍ୟତାର ୨୯ତମ ସ୍ଥାନରେ ଥିବା ଚେନ୍ନାଇର ପ୍ରଜ୍ଞାନନ୍ଦ ନିଜଠାରୁ ଢେର ଉଚ୍ଚ ରାଙ୍କ୍‌ର ଖେଳାଳିଙ୍କୁ ହରାଇ ସମସ୍ତଙ୍କୁ ଚକିତ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...FIDE Chess World Cup: ଫାଇନାଲରେ ଗ୍ରାଣ୍ଡମାଷ୍ଟର ପ୍ରଜ୍ଞାନନ୍ଦ, ମାଗ୍ନସ କାର୍ଲସେନଙ୍କ ସହ ଟାଇଟଲ ମୁକାବିଲା

ସେମିଫାଇନାଲରେ ଦୁଇ ଗେମ୍‌ ବିଶିଷ୍ଟ କ୍ଲାସିକାଲ ସିରିଜରେ ଏହି ମ୍ୟାଚ ୧-୧ରେ ବରାବର ରହିଥିଲା । ଏଥିରେ ମୋଟ ୪୭ଟି ମୁଭ୍‌ ହୋଇଥିଲା । ଏହା ପରେ ବିଜେତା ପାଇଁ ସୋମବାର ଟାଇବ୍ରେକ୍‌ର ସହାୟତା ନିଆଯାଇଥିଲା । ଏଥିରେ ପ୍ରଜ୍ଞାନନ୍ଦ ବାଜି ମାରି ନେଇଥିଲେ । ଫାଇନାଲରେ ପ୍ରବେଶ କରିବା ସହ ସେ ୨୦୨୪ କ୍ୟାଣ୍ଡିଡେଟ୍ସ ଟୁର୍ଣ୍ଣାମେଣ୍ଟକୁ ଯୋଗ୍ୟତା ମଧ୍ୟ ଅର୍ଜନ କରିଛନ୍ତି । ୧୮ ବର୍ଷୀୟ ପ୍ରଜ୍ଞାନନ୍ଦ ଏବେ ଫାଇନାଲରେ ମଧ୍ୟ ବେଶ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି । ଫାଇନାଲ ମୁକାବିଲାରେ ସେ ବିଶ୍ବର ୧ ନମ୍ବର ମାନ୍ୟତାପ୍ରାପ୍ତ ନରୱେର ମାଗ୍‌ନସ୍‌ କାର୍ଲସନଙ୍କ ବିପକ୍ଷରେ ପ୍ରଥମ ଗେମ୍‌କୁ ଡ୍ର ରଖିଛନ୍ତି । ଫଳରେ ବୁଧବାର ଦ୍ବିତୀୟ ଗେମ୍‌ରେ ବିଶ୍ବକୁ ଏହାର ଚେସ୍‌ ଚମ୍ପିଆନ୍‌ ମିଳିଯିବ ବୋଲି ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.