ETV Bharat / sports

FIDE Chess World Cup: ଫାଇନାଲରେ ଗ୍ରାଣ୍ଡମାଷ୍ଟର ପ୍ରଜ୍ଞାନନ୍ଦ, ମାଗ୍ନସ କାର୍ଲସେନଙ୍କ ସହ ଟାଇଟଲ ମୁକାବିଲା - ପ୍ରଜ୍ଞାନନ୍ଦ

ଫିଡେ ଚେସ୍‌ ବିଶ୍ବକପ ଫାଇନାଲରେ ପ୍ରବେଶ କରିଛନ୍ତି ଭାରତର ଗ୍ରାଣ୍ଡମାଷ୍ଟର ପ୍ରଜ୍ଞାନନ୍ଦ । ସେମିଫାଇନାଲରେ ଆମେରିକାର ଫାବିଆନୋ କାରୁଆନଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି । ଅଧିକ ପଢନ୍ତୁ

ଫାଇନାଲରେ ଗ୍ରାଣ୍ଡମାଷ୍ଟର ପ୍ରଜ୍ଞନନ୍ଦ
FIDE Chess World Cup
author img

By

Published : Aug 22, 2023, 10:23 AM IST

ନୂଆଦିଲ୍ଲୀ: ଚେସରେ ଭାରତରୁ ବଡ ସଫଳତା । ଆଜରବୈଜାନର ବାକୁଠାରେ ଚାଲିଥିବା ଫିଡେ ଚେସ ବିଶ୍ବକପ ଫାଇନାଲରେ ପ୍ରବେଶ କରିଛନ୍ତି ଭାରତର 18 ବର୍ଷୀୟ ରମେଶବାବୁ ପ୍ରଜ୍ଞାନନ୍ଦ । ବିଶ୍ବନାଥ ଆନନ୍ଦଙ୍କ ପରେ ଦ୍ବିତୀୟ ଭାରତୀୟ ଭବେ ସେ ଏହି ଚେସ ଟୁର୍ଣ୍ଣାମେଣ୍ଟ ଫାଇନାଲରେ ପ୍ରବେଶ କରିଛନ୍ତି ।

ଆଜରବୈଜାନର ବାକୁଠାରେ ସୋମବାର ଖେଳାଯାଇଥିବା ସେମିଫାଇନାଲରେ ସେ ଟ୍ରାଇବ୍ରେକରେ ବିଶ୍ବ ମାନ୍ୟତାର ତୃତୀୟ ସ୍ଥାନରେ ଥିବା ଆମେରିକାର ଫାବିଆନୋ କାରୁଆନଙ୍କୁ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି ଭାରତର ଗ୍ରାଣ୍ଡମାଷ୍ଟର ଆର ପ୍ରଜ୍ଞାନନ୍ଦ । ପ୍ରଜ୍ଞାନନ୍ଦ ଓ କାରୁଆନଙ୍କ ମଧ୍ୟରେ ହୋଇଥିବା ସେମିଫାଇନାଲ ମୁକାବିଲା ବେଶ ରେମାଞ୍ଚକର ଥିଲା । ଫାଇନାଲରେ ପ୍ରଜ୍ଞାନନ୍ଦଙ୍କ ମୁକାବିଲା ବିଶ୍ବର 1 ନମ୍ବର ନରୱେର ମାଗ୍ନସ କାର୍ଲସେନଙ୍କ ସହ ହେବ ।

ଏହା ବି ପଢନ୍ତୁ...Team India for Asia Cup: ଧୂଆଁଧାର ରେକର୍ଡ ସତ୍ତ୍ବେ ଧାୱନଙ୍କୁ ଅଣଦେଖା, କାରଣ କହିଲେ ଚୟନକର୍ତ୍ତା

ଫିଡେ ଚେସ୍‌ ବିଶ୍ବକପ ସେମିଫାଇନାଲରେ ଏକ ବଡ଼ ବିପର୍ଯ୍ୟୟ ହୋଇଥିଲା । ଭାରତୀୟ ଗ୍ରାଣ୍ଡ୍‌ମାଷ୍ଟର ଆର୍‌ ପ୍ରଜ୍ଞାନନ୍ଦ 3.5-2.5 ଟ୍ରାଇବ୍ରେକ୍‌ରେ ବିଶ୍ବ ମାନ୍ୟତାର ତୃତୀୟ ସ୍ଥାନରେ ଥିବା ଆମେରିକାର ଫାବିଆନୋ କାରୁଆନଙ୍କୁ ପରାସ୍ତ କରିଥିଲେ । ବିଶ୍ବ ମାନ୍ୟତାର 29ତମ ସ୍ଥାନରେ ଥିବା ଚେନ୍ନାର ପ୍ରଜ୍ଞାନନ୍ଦ ନିଜଠାରୁ ଢେର ଉଚ୍ଚ ରାଙ୍କ୍‌ର ଖେଳାଳିଙ୍କୁ ହରାଇବା ସମସ୍ତଙ୍କୁ ଚକିତ କରିଛି । 18 ବର୍ଷୀୟ ପ୍ରଜ୍ଞାନନ୍ଦ ଏବେ ଫାଇନାଲ ପାଇଁ ପ୍ରସ୍ତୁତ ଅଛନ୍ତି । ଫାଇନାଲ ମୁକାବିଲାରେ ସେ ବିଶ୍ବର ଏକ ନମ୍ବର ମାନ୍ୟତା ନରୱେର ମାଗ୍ନସ କାର୍ଲସେନଙ୍କୁ ଭେଟିବେ । ଫାଇନାଲରେ ପ୍ରବେଶ କରିବା ସହ 2024 କ୍ୟାଣ୍ଡିଡେଟ୍ସ ଟୁର୍ଣ୍ଣାମେଣ୍ଟକୁ ଯୋଗ୍ୟତା ଅର୍ଜନ କରିଛନ୍ତି ପ୍ରଜ୍ଞାନନ୍ଦ ।

ଏହା ବି ପଢନ୍ତୁ...National Aquatic Championship 2023: ସରିଲା ଜାତୀୟ ଆକ୍ବାଟିକ ଚାମ୍ପିଅନସିପ, କର୍ଣ୍ଣାଟକ ଚମ୍ପିଆନ

ସେମିଫାଇନାଲରେ ଦୁଇ ଗେମ୍‌ ବିଶିଷ୍ଟ କ୍ଲାସିକାଲ ସିରିଜରେ ଏହି ମ୍ୟାଚ 1-1ରେ ବରାବର ରହିଥିଲା । ଏଥିରେ ମୋଟ 47ଟି ମୁଭ୍‌ ହୋଇଥିଲା । ଏହା ପରେ ବିଜେତା ପାଇଁ ସୋମବାର ଟାଇ ବ୍ରେକରର ସହାୟତା ନିଆଯାଇଥିଲା । ଏଥିରେ ପ୍ରଜ୍ଞାନନ୍ଦ ବାଜି ମାରି ନେଇଥିଲେ । 18 ବର୍ଷୀୟ ପ୍ରଜ୍ଞାନନ୍ଦ 21 ବର୍ଷ ପରେ କିମ୍ବଦନ୍ତୀ ଚେସ ତାରକା ବିଶ୍ବନାଥ ଆନନ୍ଦଙ୍କ ପରେ ଦ୍ବିତୀୟ ଭାରତୀୟ ଭାବେ ଚେସ ବିଶ୍ବକପ ଫାଇନାଲରେ ପ୍ରବେଶ କରିଛନ୍ତି । ପୂର୍ବରୁ ପ୍ରଜ୍ଞାନନ୍ଦ କ୍ବାର୍ଟରରେ ଅର୍ଜୁନ ଇରିଗାଇସି ଏବଂ ପଞ୍ଚମ ରାଉଣ୍ଡରେ ଆମେରିକର ହିକାରୁ ନାକାମୁରାଙ୍କୁ ପରାସ୍ତ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.