ETV Bharat / sports

ଫିଫା ବିଶ୍ବକପ ପରେ ବଦଳିବ କତାର ଷ୍ଟାଡିୟମର ରୂପରେଖ !

କୌଣସି ବଡ ଟୁର୍ଣ୍ଣାମେଣ୍ଟ ପରେ ଏହା ଆଲୋଚନା ହୋଇଥାଏ ଖେଳାଯାଇଥିବା ଷ୍ଟାଡିୟମକୁ ନୂଆ ରୂପ ଦିଆଯିବ କି ନାହିଁ । ସେପଟେ କତାର ୨୦୩୬ ମସିହା ଅଲମ୍ପିକ, ଫୁଟବଲ ଏସିଆ କପ ଆୟୋଜନ କରିବା ପାଇଁ ଇଚ୍ଛା ପ୍ରକାଶ ମଧ୍ୟ କରିଛି । ଅଧିକ ପଢନ୍ତୁ

ଫିଫି ବିଶ୍ବକପ ପରେ ବଦଳିବ କତାର ଷ୍ଟାଡିୟମର ସ୍ବରୂପ !

author img

By

Published : Dec 7, 2022, 9:44 AM IST

ଦୋହା: କୌଣସି ବଡ ଟୁର୍ଣ୍ଣାମେଣ୍ଟ ପରେ ଏହା ଆଲୋଚନା ହୋଇଥାଏ ଖେଳାଯାଇଥିବା ଷ୍ଟାଡିୟମକୁ ନୂଆ ରୂପ ଦିଆଯିବ କି ନାହିଁ । କିନ୍ତୁ ଏହା ପୂର୍ବରୁ କତାର ଷ୍ଟା଼ଡିୟମ ବାବଦରେ କିଛି ଯୋଜନା କରାଯାଇଛି । କତାର ଷ୍ଟାଡିୟମ ୯୭୪ ସାତୋଟି ମ୍ୟାଚର ଆୟୋଜନ କରିଛି । ସୋମବାର ଖେଳାଯାଇଥିବା ପ୍ରିକ୍ବାଟର ଫାଇନାଲରେ ଦକ୍ଷିଣ କୋରିକୁ ବ୍ରାଜିଲ ୪-୧ ଗୋଲରେ ପରାସ୍ତ କରିବା ସହିତ ଏହି ଷ୍ଟାଡିୟମ ଫିଫା ବିଶ୍ବକପର ଅନ୍ତିମ ଖେଳ ଆୟୋଜନ କରିଥିଲା । କତାର ଲୋକଙ୍କ କହିବା ଅନୁଯାୟୀ ଏହି ଷ୍ଟାଡିୟମ ଭଙ୍ଗା ଯିବ । ହେଲେ ଏହା ସ୍ପଷ୍ଟ କରାଯାଇନାହିଁ କି ଏହା କେବେ ହେବ । ସେପଟେ କତାର ୨୦୩୬ ମସିହା ଅଲମ୍ପିକ, ଫୁଟବଲ ଏସିଆ କପ ଆୟୋଜନ କରିବା ପାଇଁ ଇଚ୍ଛା ପ୍ରକାଶ ମଧ୍ୟ କରିଛି ।

ଫିଫି ବିଶ୍ବକପ ପରେ ବଦଳିବ କତାର ଷ୍ଟାଡିୟମର ସ୍ବରୂପ !
ଫିଫି ବିଶ୍ବକପ ପରେ ବଦଳିବ କତାର ଷ୍ଟାଡିୟମର ସ୍ବରୂପ !

ଫିଫା ବିଶ୍ବକପ ଆୟୋଜନକୁ ନେଇ ସ୍ବତନ୍ତ୍ର ନିର୍ଦ୍ଦେଶ ରହିଛି । ଯେଉଁ ଷ୍ଟାଡିୟମରେ ଫାଇନାଲ ମ୍ୟାଚ ଖେଳାଯିବ ତାହାର କ୍ଷମତା ପାଖାପାଖି ୮୦,୦୦୦ ଦର୍ଶକ ବସି ଦେଖି ପାରୁଥିବାର ରହିଥିବ । ସେହିପରି ସେମିଫାଇନାଲ ପାଇଁ ଷ୍ଟାଡିୟମରେ କମ୍ ସେ କମ୍ ୬୦,୦୦୦ ଦର୍ଶକ ଦେଖିପାରୁଥିବାର କ୍ଷମତା ରହିଥିବା ଦରକାର । କତାର ୨୦୧୦ ମସିହାରେ ଫୁଟବଲ ମ୍ୟାଚ୍ ଆୟୋଜନ ପାଇଁ ମଞ୍ଜୁରୀ ମାଗିଥିଲା । ଏନେଇ କତାର ୧୨ଟି ଫୁଟବଲ ଷ୍ଟାଡିୟମ ତିଆରି କରିବା ପାଇଁ ଯୋଜନା କରିଥିଲା । ତେବେ ତିନି ବର୍ଷ ପରେ ଏହି ଷ୍ଟାଡିୟମ ସଂଖ୍ୟାକୁ କମାଇ ଦିଆଯାଇ ୮ କରିଦିଆଯାଇଥିଲା । ପରେ ଫିଫା ସ୍ବୀକାର କରିନେଇଥିଲା କି କତାରରେ ଫୁଟବଲ ଷ୍ଟାଡିୟମ ବହୁଳ ମାତ୍ରାରେ ତିଆରି କରିବା କିଛି ଆବଶ୍ୟକ ନାହିଁ । କତାରରେ ଷ୍ଟାଡିୟମରେ ଆୟୋଜନ ହୋଇଥିବା ଫୁଟବଲ ବିଶ୍ବକପ ପାଇଁ ପାଖିପାଖି ୨୦୦ ଆରବ ଡଲାର ଖର୍ଚ୍ଚ କରାଯାଇଥିବା ଅନୁମାନ କରାଯାଇଛି ।

ତେବେ ବିଶ୍ବକପ ପରେ ଷ୍ଟାଡିୟମର ରୂପରେଖ ପରିବର୍ତ୍ତନ ନେଇ ଯୋଜନା କରାଯାଇଛି । କତାର ବିଶ୍ବକପ ଆୟୋଜକ ଏବାବଦରେ କହିଛନ୍ତି କି ଲୁସୈନ ଷ୍ଟାଡିୟମରେ, ଦୋକାନ, କୈଫେ ଏବଂ ସ୍ବାସ୍ଥ୍ୟ କ୍ଲିନିକ୍, ସପିଙ୍ଗ ମଲ୍ ଖୋଲାଯିବାର ଯୋଜନା ରହିଛି । ଦୁଇଟି ଷ୍ଟାଡିୟମର ଉପଯୋଗ ସ୍ଥାନୀୟ ଫୁଟବଲ କ୍ଲବ ଦ୍ବାରା କରାଯିବ । ସେହିପରି ଅହମଦ ବିନ୍ ଅଲି ଷ୍ଟାଡିୟମ ଅଲ ରେୟାନ କ୍ଲବ ଘର ହେବ । ସେପଟେ କିଛି ଷ୍ଟାଡିୟମକୁ ୨୦୨୪ରେ ହେବାକୁ ଥିବା ଏସିଆ କପ ଫୁଟବଲ ମ୍ୟାଚ୍ ପାଇଁ ବ୍ୟବହାର କରାଯାଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.