ETV Bharat / sports

Tokyo Olympics: ଅଶ୍ବଚାଳନା ବ୍ୟକ୍ତିଗତ ଫାଇନାଲ ଇଭେଣ୍ଟରେ ଭାରତୀୟ ଆଥଲେଟ ଫୌଆଦ ମୀର୍ଜା - ଭାରତୀୟ ଆଥଲେଟ ଫୌଆଦ ମୀର୍ଜା

Equestrian ଫାଇନାଲ ଇଭେଣ୍ଟରେ ଭାରତୀୟ ଆଥଲେଟ ଫୌଆଦ ମୀର୍ଜା । କିଛି ସମୟରେ ଖେଳାଯିବ ଫାଇନାଲ । ଅଧିକ ପଢ଼ନ୍ତୁ...

Equestrian fouaad Mirza, fouaad Mirza qualifies for Individual Eventing Final,  tokyo olympics, ଅଶ୍ବଚାଳନା ବ୍ୟକ୍ତିଗତ ଫାଇନାଲ ଇଭେଣ୍ଟ, ଭାରତୀୟ ଆଥଲେଟ ଫୌଆଦ ମୀର୍ଜା, ଅଶ୍ବଚାଳନା
ଅଶ୍ବଚାଳନା ବ୍ୟକ୍ତିଗତ ଫାଇନାଲ ଇଭେଣ୍ଟରେ ଭାରତୀୟ ଆଥଲେଟ ଫୌଆଦ ମୀର୍ଜା
author img

By

Published : Aug 2, 2021, 5:12 PM IST

ଟୋକିଓ: Tokyo Olympicsରେ ଅନେକ ପଦକ ଆଶା ଭାରତୀୟଙ୍କ ପାଇଁ ମଉଳି ଯାଇଥିବାବେଳେ କିଛି ଆଥଲେଟ ପୁଣି ଥରେ ଭାରତ ମନରେ ବାନ୍ଧିଛନ୍ତି ପଦକ ଆଶା । ସେହିଭଳି ଜଣେ ଖେଳାଳି ହେଉଛନ୍ତି ଅଶ୍ବଚାଳକ ଫୌଆଦ ମୀର୍ଜା । ଅଶ୍ବଚାଳନା (Equestrian)ର ଜମ୍ପିଂ ବ୍ୟକ୍ତିଗତ ପର୍ଯ୍ୟାୟର ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛନ୍ତି ଫୌଆଦ ।

ପେନାଲ୍ଟି ୮ ପଏଣ୍ଟ ସହ ୪୭.୨୦ ସ୍କୋର କରି ସେ ଫାଇନାଲରେ ପହଞ୍ଚିଛନ୍ତି । ୫୧ ଜଣଙ୍କ ମଧ୍ୟରୁ ଶ୍ରେଷ୍ଠ ୨୫ ଜଣ ସୋମବାର ସନ୍ଧ୍ୟାରେ ହେବାକୁ ଥିବା ଫାଇନାଲରେ ପ୍ରବେଶ କରିଛନ୍ତି, ଯେଉଁଠି ଇଭେଣ୍ଟର ଦ୍ବିତୀୟ ରାଉଣ୍ଡରେ ବିଜେତାଙ୍କର ହେବ ଚୟନ ।

ଶ୍ରେଷ୍ଠ ୨୫ରେ ରହିବା ସେତେଟା ସହଜ ହୋଇନଥିବାବେଳେ ଜମ୍ପିଂରେ କ୍ରମାଗତ ରୁଟିନରେ ରହିବା ଫୌଆଦଙ୍କୁ ସହାୟକ ହୋଇଛି । ତେବେ ଫୌଆଦଙ୍କ ଠାରୁ ଅନେକ ଚାଳକ-ଅଶ୍ବ ଯୋଡ଼ି ଆଗରେ ଥିବାବେଳେ ସେ ଫାଇନାଲରେ ଭଲ ପ୍ରଦର୍ଶନ କରି ପଦକ ପାଇଁ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.