ବର୍ମିଂହାମ(ଇଂଲଣ୍ଡ): ରାଜ୍ୟଗୋଷ୍ଠୀ କ୍ରୀଡ଼ାର ହକି ଇଭେଣ୍ଟ୍ରେ ଭାରତୀୟ ମହିଳା ଦଳ ଇଂଲଣ୍ଡଠାରୁ ପରାଜିତ ହୋଇଛି । ପୁଲ୍ ଏ'ରେ ଭାରତ ଇଂଲଣ୍ଡଠାରୁ ୧-୩ରେ ପରାଜିତ ହୋଇଛି । ମ୍ୟାଚ୍ ଆରମ୍ଭରୁ ହିଁ ଭାରତଠାରୁ ଲିଡ୍ରେ ରହିଥିଲା ଇଂଲଣ୍ଡ ଦଳ ।
ଲଗାତାର ଦୁଇଟି କ୍ବାର୍ଟରରେ ଭାରତକୁ ଦୁଇଟି ଗୋଲ୍ ଦେଇ ଲିଡ୍ରେ ରହିଥିଲା ଇଂଲଣ୍ଡ । ତୃତୀୟ କ୍ବାର୍ଟର ବେଳକୁ ଭାରତ ପ୍ରତିପକ୍ଷ ଦଳକୁ ଏକ ଗୋଲ୍ ଦେବାରେ ସକ୍ଷମ ହୋଇଥିଲା । ଚତୁର୍ଥ କ୍ବାର୍ଟରରେ ଭାରତୀୟ ଦଳ ଗୋଲ୍ ଦେବାକୁ ଜୋରଦାର ପ୍ରୟାସ କରିଥିଲେ ସୁଦ୍ଧା ସଫଳ ହୋଇପାରିନଥିଲା ।
ଇଂଲିଶ ଦଳର ଡିଫେନ୍ସ ଆଗରେ ଫେଲ୍ ମାରିଥିଲେ ଭାରତୀୟ ଷ୍ଟ୍ରାଇକର୍ସ । ଶେଷରେ ମ୍ୟାଚ୍ରେ ଭାରତ ଇଂଲଣ୍ଡଠାରୁ ପରାଜିତ ହେବାକୁ ପଡ଼ିଛି । ପୁଲ୍ ଏ'ରେ ଭାରତ ବର୍ତ୍ତମାନ ଗୋଟିଏ ପରାଜୟ ଓ ଦୁଇଟି ବିଜୟ ସହ ତୃତୀୟ ସ୍ଥାନରେ ରହିଛି । ଚତୁର୍ଥ ମ୍ୟାଚ୍ ଭାରତ ବିଶ୍ବ ମାନ୍ୟତାରେ ୧୫ତମ ସ୍ଥାନରେ ଥିବା କାନାଡା ସହ ଖେଳିବ ।