ETV Bharat / sports

ରାଜ୍ୟଗୋଷ୍ଠୀ କ୍ରୀଡା ଭାରତୀୟ ଆଥଲେଟିକ ମହିଳା ରିଲେ ଟିମରେ ଦୂତୀ, ଶ୍ରାବଣୀ

author img

By

Published : Jun 17, 2022, 2:20 PM IST

ଆସନ୍ତା ଜୁଲାଇ 28 ତାରିଖରୁ ବର୍ମିଂହାମରେ ଆରମ୍ଭ ହେବାକୁ ଯାଉଛି ରାଜ୍ୟଗୋଷ୍ଠୀ କ୍ରୀଡା । ଓଡିଶାରୁ ଦୁଇ ଅଲିମ୍ପିଆନ ଦୂତି ଚାନ୍ଦ ଓ ଶ୍ରାବଣୀ ନନ୍ଦ ଦଳରେ ସ୍ଥାନ ପାଇଛନ୍ତି । ଅଧିକ ପଢନ୍ତୁ

ମହିଳା ରିଲେରେ ଦୂତୀ, ଶ୍ରାବଣୀ
ମହିଳା ରିଲେରେ ଦୂତୀ, ଶ୍ରାବଣୀ

ଭୁବନେଶ୍ବର: ଆସନ୍ତା ଜୁଲାଇ 28 ତାରିଖରୁ ବର୍ମିଂହାମରେ ଆରମ୍ଭ ହେବାକୁ ଯାଉଛି ରାଜ୍ୟଗୋଷ୍ଠୀ କ୍ରୀଡା । 37 ଜଣିଆ ଭାରତୀୟ ଆଥଲେଟିକ ଦଳ ଭାଗ ନେବେ । ଭାରତୀୟ ଆଥଲେଟିକ ସଂଘ ପକ୍ଷରୁ (AFI) ଖେଳାଳିଙ୍କ ତାଲିକା ଘୋଷଣା ହୋଇଛି । ଓଡିଶାରୁ ଦୁଇ ଅଲିମ୍ପିଆନ ଦୂତି ଚାନ୍ଦ ଓ ଶ୍ରାବଣୀ ନନ୍ଦ ଦଳରେ ସ୍ଥାନ ପାଇଛନ୍ତି । ମହିଳା 4X100 ମିଟର ରିଲେ ଦଳରେ ଦୁଇ ତାରକା ସାମିଲ ହୋଇଛନ୍ତି ।

ଦୂତିଙ୍କ ନାମରେ 100 ମିଟରରେ ଜାତୀୟ ରେକର୍ଡ (11.17 ସେକେଣ୍ଡ) ରହିଛି । ହେଲେ ରାଜ୍ୟଗୋଷ୍ଠୀ କ୍ରୀଡାର ଯୋଗ୍ୟତା ଟାଇମିଂ (11.31) ହାସଲ କରିବାରେ ସେ ବିଫଳ ହୋଇଥିଲେ । ସେହିପରି ଶ୍ରାବଣୀ ନନ୍ଦ କୌଣସି ଜାତୀୟ ଇଭେଣ୍ଟରେ ଅଂଶ ଗ୍ରହଣ କରିନଥିଲେ । କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଇଣ୍ଡିଆନ ଗ୍ରାଁପ୍ରିରେ ଭାଗ ନେଇ ପଦକ ଜିତିଥିଲେ । ଏହାପରେ ଚେନ୍ନାଇରେ ଆୟୋଜିତ ଅନ୍ତଃରାଜ୍ୟ ଆଥଲେଟିକ ଚାମ୍ପିୟନସିପରେ ଭାଗ ନେଇଥିଲେ ।

ଆଥଲେଟିକ ଫେଡେରେସନ ଅଫ ଇଣ୍ଡିଆ 19 ଜଣିଆ ପୁରୁଷ 18 ଜଣିଆ ମହିଳା ଦଳ ଘୋଷଣା ଦଳର ନେତୃତ୍ବ ନେବେ ଟୋକିଓ ଅଲମ୍ପିକ୍ସ ସ୍ବର୍ଣ୍ଣ ବିଜେତା ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା । ନିକଟରେ ସେ ଏକ ନୂଆ ରେକର୍ଡ ସ୍ଥାପନ କରିଛନ୍ତି । ତାଙ୍କଠାରୁ ସ୍ବର୍ଣ୍ଣ ପଦକ ଆଶା କରାଯାଉଛି । ମହିଳା ଦଳରେ ଓଡିଶାରୁ ଦୁଇ ଜଣ ଆଥଲେଟ ସାମିଲ ଖେଳାଳି ଦୂତୀ ଚାନ୍ଦ ଏବଂ ଶ୍ରାବଣୀ ନନ୍ଦଙ୍କ ପ୍ରଦର୍ଶନ ଉପରେ ରାଜ୍ୟବାସୀଙ୍କ ନଜର ରହିବ । ଜୁଲାଇ 28ରୁ ଅଗଷ୍ଟ 8 ଯାଏଁ ଇଂଲଣ୍ଡର ବର୍ମିଂହାମରେ ଖେଳାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.