ETV Bharat / sports

କ୍ରୀଡା ସମ୍ମାନ ଚୟନରେ ଭେଦଭାବ ଅଭିଯୋଗ ଆଣିଲେ ବକ୍ସର ଅମିତ ପଙ୍ଘଲ - କ୍ରୀଡାମନ୍ତ୍ରୀଙ୍କୁ ବକ୍ସର ଅମିତ ପଙ୍ଘଲଙ୍କ ଚିଠି

ଚଳିତ ବର୍ଷର କ୍ରୀଡା ସମ୍ମାନ ପାଇଁ ଭାରତ ସରକାରଙ୍କ ପକ୍ଷରୁ ମନୋନୟନ ପ୍ରକ୍ରିୟା ଚାଲୁ ରହିଛି । ତେବେ କ୍ରୀଡା ପୁରସ୍କାର ଚୟନ ପ୍ରକ୍ରିୟାରେ ପକ୍ଷପାତିତା ଓ ଭେଦଭାଦ କରାଯାଉଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବକ୍ସର ଅମିତ ପଙ୍ଘଲ ।

Discrimintory: Panghal requests Rijiju to revamp sports awards selection process
କ୍ରୀଡା ସମ୍ମାନ ଚୟନରେ ଭେଦଭାବ ଅଭିଯୋଗ ଆଣିଲେ ବକ୍ସର ଅମିତ ପଙ୍ଘଲ
author img

By

Published : May 16, 2020, 10:21 AM IST

ନୂଆଦିଲ୍ଲୀ: ଚଳିତ ବର୍ଷର କ୍ରୀଡା ସମ୍ମାନ ପାଇଁ ଭାରତ ସରକାରଙ୍କ ପକ୍ଷରୁ ମନୋନୟନ ପ୍ରକ୍ରିୟା ଚାଲୁ ରହିଛି । ତେବେ କ୍ରୀଡା ପୁରସ୍କାର ଚୟନ ପ୍ରକ୍ରିୟାରେ ପକ୍ଷପାତିତା ଓ ଭେଦଭାଦ କରାଯାଉଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବକ୍ସର ଅମିତ ପଙ୍ଘଲ ।

Discrimintory: Panghal requests Rijiju to revamp sports awards selection process
କ୍ରୀଡା ସମ୍ମାନ ଚୟନରେ ଭେଦଭାବ ଅଭିଯୋଗ ଆଣିଲେ ବକ୍ସର ଅମିତ ପଙ୍ଘଲ

ଏନେଇ ଏସିଆନ ଗେମ୍ସ ଗୋଲ୍ଡ ମେଡାଲ ବିଜେତା ବକ୍ସର ଅମିତ ପଙ୍ଘଲ, କେନ୍ଦ୍ର କ୍ରୀଡାମନ୍ତ୍ରୀ କିରେନ ରିଜିଜୁଙ୍କୁ ଆପତ୍ତିଜଜଣାଇ ଚିଠି ଲେଖିଛନ୍ତି । ଚିଠିରେ ଚୟନ ପ୍ରକ୍ରିୟାରେ ସ୍ବଚ୍ଛତା ସହ ପରିବର୍ତ୍ତନ ପାଇଁ ଅନୁରୋଧ କରିଛନ୍ତି ଅମିତ ।

ନଜର ପକାନ୍ତୁ କ୍ରୀଡା ସମ୍ମାନ ଚୟନ ପ୍ରକିୟା ଉପରେ...

ପ୍ରଥମେ କ୍ରୀଡା ପୁରସ୍କାର ପାଇଁ ଇଚ୍ଛୁକ କ୍ରୀଡାବିତ, ସେ ପ୍ରତିନିଧିତ୍ବ କରୁଥିବା ଜାତୀୟ ଫେଡେରେସନକୁ ଆବେଦନ କରିବେ । ଏହାପରେ ଫେଡେରେସନ ପକ୍ଷରୁ କ୍ରୀଡା କମିଟିକୁ ଉକ୍ତ କ୍ରୀଡାବିତଙ୍କ ନାମ ସୁପାରିଶ କରାଯିବ । ଏହାପରେ କ୍ରୀଡା କମିଟି ସୁପାରିଶ କରାଯାଇଥିବା ଖେଳାଳିଙ୍କ ନାମ ମଧ୍ୟରୁ ପୁରସ୍କାର ପାଇଁ ମନୋନୀତ କରିବେ । ପରେ କ୍ରୀଡା ମନ୍ତ୍ରଣାଳୟର ଏକ କମିଟି ପଏଣ୍ଟ ଆଧାରରେ ଚୟନ କରିବେ । ବିଶ୍ବ ଚମ୍ପିଆନସିପ ମେଡାଲ ଓ ଅଲମ୍ପିକ ମେଡାଲକୁ ଅଧିକ ପଏଣ୍ଟ ହାସଲ କରିଥାଏ । ଚଳିତ ବର୍ଷର ମନୋନୟନ ପ୍ରକ୍ରିୟା ଚାଲୁ ରହିଥିବାବେଳେ, ଜୁନ 3 ରହିଛି ଶେଷ ତାରିଖ ।

ଭାରତର ପ୍ରଥମ ପୁରୁଷ ବକ୍ସର ଭାବେ ଗତ ବର୍ଷ ବିଶ୍ବ ଚମ୍ପିଆନସିପରେ ରୌପ୍ୟ ପଦକ ଜିତିଛନ୍ତି ଅମିତ । ଏଥିସହିତ ଲଗାତାର ସଫଳ ପ୍ରଦର୍ଶନ ମଧ୍ୟ କରିଛନ୍ତି । ଏସିଆନ ଚମ୍ପିଆନସିପରେ ସ୍ବର୍ଣ୍ଣ ବିଜେତା ମଧ୍ୟ ରହିଛନ୍ତି । ମାତ୍ର ଅର୍ଜୁନ ଆୱାର୍ଡ ପାଇଁ ବାରମ୍ବାର ପ୍ରତୀକ୍ଷିତ ହେଉଥିବା କହିଛନ୍ତି ଏହି ଚମ୍ପିଆନ ବକ୍ସର । ବର୍ଷ 2012ରେ ହାଡଫୁଟିର ଶୀକାର ହୋଇ ସେ କିଛି ଔଷଧ ସେବନ କରିଥିଲେ । ଫଳରେ ଡୋପିଂ ନୀୟନ ଉଲଂଘନ କରିଥିବା ଜଣାପଡିଥିଲା ।

କେନ୍ଦ୍ର କ୍ରୀଡାମନ୍ତ୍ରୀ କିରେନ ରିଜିଜୁ

କେଉଁ କ୍ରୀଡାବିତ ପୁରସ୍କାର ପାଇଁ ଯୋଗ୍ୟ, କ୍ରୀଡା ମନ୍ତ୍ରଣାଳୟ ଓ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ ଅବଗତ ଅଛନ୍ତି ବୋଲି ଅମିତ କହିଛନ୍ତି । ଖେଳାଳିଙ୍କୁ ନିଜ ତରଫରୁ ପୁରସ୍କାର ପାଇଁ ମନୋନୟନ ପ୍ରକ୍ରିୟାରେ ଭାଗ ନେବାକୁ ସେ ନାପସନ୍ଦ କରିଛନ୍ତି । ବ୍ରିଟିସ ଶାସନରେ ପୁରସ୍କାର ପାଇଁ ନିଜ ତରଫରୁ ଆବେଦନ କରାଯାଉଥିଲା । ସେଥିପାଇଁ କ୍ରୀଡାମନ୍ତ୍ରୀ କିରେନ ରିଜିଜୁଙ୍କୁ ଚିଠି ଲେଖି ବର୍ତ୍ତମାନର ଚୟନ ପ୍ରକ୍ରିୟାରେ ସୁଧାର ଆଣିବାକୁ ବକ୍ସର ଅମିତ ପଙ୍ଘଲ ଅନୁରୋଧ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.