ETV Bharat / sports

Chess World Rankings: ୩୭ବର୍ଷ ପରେ ଶୀର୍ଷ ମାନ୍ୟତାରୁ ଆନନ୍ଦ ଗାଦିଚ୍ୟୁତ, ଗୁକେଶ ଏକ ନମ୍ବର - ଗ୍ରାଣ୍ଡମାଷ୍ଟର୍‌ ବିଶ୍ବନାଥନ ଆନନ୍ଦ

ଦୀର୍ଘ ୩୭ ବର୍ଷ ଧରି ଭାରତର ଏକ ନମ୍ବର ଚେସ୍‌ ଖେଳାଳି ରହିଥିବା ଗ୍ରାଣ୍ଡମାଷ୍ଟର୍‌ ବିଶ୍ବନାଥନ ଆନନ୍ଦଙ୍କୁ ହଟାଇ ଏହି ସ୍ଥାନ ଅଳଙ୍କୃତ କରିଛନ୍ତି ୧୭ ବର୍ଷୀୟ ଭାରତୀୟ ଗ୍ରାଣ୍ଡମାଷ୍ଟର୍‌ ଡି ଗୁକେଶ । ନିକଟରେ ଶେଷ ହୋଇଥିବା FIDE ବିଶ୍ବକପ୍‌ କ୍ବାର୍ଟରଫାଇନାଲ୍‌ରେ ମାଗ୍ନସ କାର୍ଲସେନ୍‌ଙ୍କଠାରୁ ହାରି ବିଦାୟ ନେଇଥିବା ଡି ଗୁକେଶ ଏବେ ଦେଶର ନୂଆ ଏକ ନମ୍ବର ମାନ୍ୟତାପ୍ରାପ୍ତ ଚେସ୍‌ ଖେଳାଳି । ଅଧିକ ପଢ଼ନ୍ତୁ

ବିଶ୍ବନାଥନ ଆନନ୍ଦଙ୍କୁ ଗାଦିଚ୍ୟୁତ କରି ଗୁକେଶ ଏକ ନମ୍ବର

author img

By ETV Bharat Odisha Team

Published : Sep 2, 2023, 6:02 PM IST

ଚେନ୍ନାଇ: ଦେଶର ନମ୍ବର ୱାନ୍‌ ଚେସ୍‌ ଖେଳାଳି ଭାବେ ଗ୍ରାଣ୍ଡମାଷ୍ଟର୍‌ ବିଶ୍ବନାଥନ ଆନନ୍ଦ ଗାଦିଚ୍ୟୁତ । ଭାରତୀୟ ଖେଳ ଦୁନିଆର କିମ୍ବଦନ୍ତୀ ବ୍ୟକ୍ତିତ୍ବ ଚେସ୍ ଗ୍ରାଣ୍ଡମାଷ୍ଟର୍‌ ବିଶ୍ବନାଥନ ଆନନ୍ଦ ଦୀର୍ଘ ୩୭ ବର୍ଷ ଧରି ଭାରତର ଏକ ନମ୍ବର ଚେସ୍‌ ଖେଳାଳି ରହିବା ପରେ ପ୍ରଥମ ଥର ପାଇଁ ତାଙ୍କୁ ହଟାଇ ଏହି ସ୍ଥାନ ଅଳଙ୍କୃତ କରିଛନ୍ତି ୧୭ ବର୍ଷୀୟ ଭାରତୀୟ ଗ୍ରାଣ୍ଡମାଷ୍ଟର୍‌ ଡି ଗୁକେଶ । ନିକଟରେ ଶେଷ ହୋଇଥିବା FIDE ବିଶ୍ବକପ୍‌ କ୍ବାର୍ଟରଫାଇନାଲ୍‌ରେ ବିଶ୍ବର ଏକ ନମ୍ବର ନର୍‌ୱେର ମାଗ୍ନସ କାର୍ଲସେନ୍‌ଙ୍କଠାରୁ ହାରି ବିଦାୟ ନେଇଥିଲେ ୧୭ ବର୍ଷୀୟ ଭାରତୀୟ ଗ୍ରାଣ୍ଡମାଷ୍ଟର୍‌ ଡି ଗୁକେଶ । ଏବେ ସେ ଦେଶର ନୂଆ ଏକ ନମ୍ବର ମାନ୍ୟତାପ୍ରାପ୍ତ ଚେସ୍‌ ଖେଳାଳି ହୋଇଛନ୍ତି ।

ଜୁଲାଇ ୧୯୮୬ ମସିହାରୁ ବିଶ୍ବନାଥନ ଆନନ୍ଦ ଭାରତର ଏକ ନମ୍ବର ଖେଳାଳି ହୋଇ ଶୀର୍ଷରେ ରହିଥିଲେ । ୨୦୨୩ ସେପ୍ଟେମ୍ବର ୧ ତାରିଖରେ ପ୍ରକାଶିତ FIDE ରେଟିଂରେ ଗୁକେଶଙ୍କ ରେଟିଂ ୨୭୫୮ ରହିଛି । ଏହା ସହିତ ପ୍ରଥମ ଥର ପାଇଁ ଗୁକେଶ ମଧ୍ୟ FIDE ରେଟିଂରେ ଟପ୍‌ ୧୦ ଭିତରକୁ ପ୍ରବେଶ କରିଛନ୍ତି । ଆନନ୍ଦ ଏବେ ୨୭୫୪ରେ ରହିଛନ୍ତି । FIDE ବିଶ୍ବକପ୍‌ ଫାଇନାଲ୍‌ରେ ରନର୍‌ ଅପ୍‌ ତଥା ରୌପ୍ୟ ବିଜେତା ଆର୍‌ ପ୍ରଜ୍ଞାନନ୍ଦ ୨୭୨୭ ପଏଣ୍ଟ ସହ ୧୯ତମ ସ୍ଥାନରେ ପହଞ୍ଚିଛନ୍ତି । ଭାରତର ସେ ତୃତୀୟ ମାନ୍ୟତାପ୍ରାପ୍ତ ଖେଳାଳି ହୋଇଛନ୍ତି । ସୂଚନାଯୋଗ୍ୟ, ଗୁକେଶ ଓ ପ୍ରଜ୍ଞାନନ୍ଦ ଚଳିତ ମାସରେ ଖେଳାଯିବାକୁ ଥିବା ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ବ କରିବାର ସମ୍ଭାବନା ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...FIDE World Cup Final:ଟାଇ ବ୍ରେକର ଜିତିଲେ ମାଗ୍ନସ୍‌ କାର୍ଲସେନ, ପ୍ରଜ୍ଞାନନ୍ଦଙ୍କୁ ରୌପ୍ୟ

ଗୁକେଶ ୨୭୫୮ ରେଟିଂ ପଏଣ୍ଟ ସହ ବିଶ୍ବ ରାଙ୍କିଂରେ ୮ ନମ୍ବର ସ୍ଥାନ ହାସଲ କରିଛନ୍ତି । ଆନନ୍ଦ ୨୭୫୪ ପଏଣ୍ଟ ସହ ତାଙ୍କ ପଛକୁ ୯ ନମ୍ବରରେ ରହିଛନ୍ତି । ଅନ୍ୟ ଭାରତୀୟଙ୍କ ମଧ୍ୟରେ ରମେଶବାବୁ ପ୍ରଜ୍ଞାନନନ୍ଦ ୧୯, ଭିଦିତ ଗୁଜରାଟୀ ୨୭ ଓ ଅର୍ଜୁନ ଏରିଗୈସି ୨୯ତମ ସ୍ଥାନରେ ରହିଛନ୍ତି । ତେବେ FIDE ରେଟିଂର ଟପ୍‌ ୩୦ ଭିତରେ ୫ ଜଣ ଭାରତୀୟ ରହିବା ମଧ୍ୟ ଏକ ବଡ଼ ଉପଲବ୍ଧି ବୋଲି କୁହାଯାଇପାରେ । ଅନ୍ୟମାନଙ୍କ ମଧ୍ୟରେ ଅଭିଜ୍ଞ ପି ହରିକୃଷ୍ଣ ୩୧ତମ ସ୍ଥାନରେ ରହିଛନ୍ତି । ଏହି ତାଲିକାରେ ନରୱେର ମାଗ୍ନନ କାର୍ଲେସନ (୨୮୩୯ ପଏଣ୍ଟ), ଆମରିକାର ଫାବିୟାନା କାରୁଆନା (୨୭୮୬ ପଏଣ୍ଟ) ଓ ହିକାରୁ ନାକାମୁରା (୨୭୮୦ ପଏଣ୍ଟ) ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.