ETV Bharat / sports

ଭାରୋତ୍ତୋଳିକା ସଞ୍ଜିତା ଚାନୁ 4 ବର୍ଷ ବାସନ୍ଦ

author img

By

Published : Apr 5, 2023, 8:45 AM IST

ଦୁଇଥର ରାଜ୍ୟଗୋଷ୍ଠୀ କ୍ରୀଡା ଚାମ୍ପିଅନ ତଥା ଭାରତୀୟ ଭାରୋତ୍ତୋଳିକା ସଞ୍ଜିତା ଚାନୁ ଡୋପ ଟେଷ୍ଟରେ ବିଫଳ ହୋଇଛନ୍ତି । ଫଳରେ ତାଙ୍କୁ 4 ବର୍ଷ ପାଇଁ ବାସନ୍ଦ କରାଯାଇଛି । ଅଧିକ ପଢନ୍ତୁ

weightlifter sanjita chanu gets four year ban
ଭାରୋତ୍ତୋଳିକା ସଞ୍ଜିତା ଚାଣୁ 4 ବର୍ଷ ବାସନ୍ଦ

ନୂଆଦିଲ୍ଲୀ: ଡୋପ ଟେଷ୍ଟରେ ବିଫଳ ଭାରତୀୟ ଆଥଲେଟ ସଞ୍ଜିତା ଚାନୁ । ଦୁଇଥରର ରାଜ୍ୟଗୋଷ୍ଠୀ କ୍ରୀଡା ସ୍ବର୍ଣ୍ଣ ପଦକ ବିଜୟିନୀ ଭାରତୀୟ ଭାରୋତ୍ତୋଳିକା ସଞ୍ଜିତା ଚାନୁ ଡୋପ ପରୀକ୍ଷାରେ ବିଫଳ ହୋଇଛନ୍ତି । ଫଳରେ ତାଙ୍କୁ ଜାତୀୟ ଡୋପିଂ ନିରୋଧୀ ସଂସ୍ଥା (NADA) 4 ବର୍ଷ ପାଇଁ ବାସନ୍ଦ କରିଛି । ଯେଉଁ କାରଣରୁ ତାଙ୍କର ଏସିଆନ୍ସ ଗେମ୍ସ ଓ ପ୍ୟାରିସ ଅଲିମ୍ପିକ୍ସ ଖେଳିବା ସ୍ବପ୍ନ ଧୂଳିସାତ ହୋଇଛି ।

ଗତବର୍ଷ ସେପ୍ଟେମ୍ବର ଓ ଅକ୍ଟୋବରରେ ଗୁଜରାଟରେ ଅନୁଷ୍ଠିତ ଜାତୀୟ କ୍ରୀଡାରେ 29 ବର୍ଷୀୟ ସଞ୍ଜିତା ଚାନୁଙ୍କର ନମୁନା ପରୀକ୍ଷା କରାଯାଇଥିଲା । ସେଥିରେ ସେ 'ଡ୍ରୋଷ୍ଟାନୋଲୋନ ମେଟାବୋଲିଟ' ସେବନ କରିଥିବା ପରୀକ୍ଷା ରିପୋର୍ଟରୁ ଜଣାପଡିଥିଲା । ସଞ୍ଜିତାଙ୍କ ନମୁନାରୁ ମିଳିଥିବା ଏହି ପଦାର୍ଥ ବିଶ୍ବ ଡୋପିଂ ନିରୋଧୀ ସଂସ୍ଥା ନିଷିଦ୍ଧି ତାଲିକାରେ ରହିଛି । ଫଳରେ ସଞ୍ଜିତାଙ୍କୁ 4 ବର୍ଷ ବାସନ୍ଦ କରାଯାଇଛି । 2022 ନଭେମ୍ବର 12ରୁ ଏହି ବାସନ୍ଦାଦେଶ ଲାଗୁ ହୋଇଛି । ଏ ନେଇ ଭାରତୀୟ ଭାରୋତ୍ତୋଳନ ମହାସଂଘ ସଭାପତି ସହଦେବ ଯାଦବ ସ୍ପଷ୍ଟ କରିଛନ୍ତି ।

ଏହା ବି ପଢନ୍ତୁ...TATA IPL 2023 DC vs GT: ୬ ୱିକେଟରେ ଜିତିଲା ଗୁଜୁରାଟ, ଦିଲ୍ଲୀର ପରାଜୟ ଧାରା ଜାରି

ଏ ନେଇ ସଞ୍ଜିତା ଚାନୁ କହିଛନ୍ତି, ''ପୂର୍ବରୁ ମୋ ସହ ଏପରି ଘଟି ସାରିଛି । ମୁଁ କିପରି ଡୋପରେ ବିଫଳ ହେଲି ଜାଣିପାରୁନାହିଁ । NADA ନିଷ୍ପତ୍ତି ବିରୋଧରେ ଆବେଦନ କରିବି କି ନାହିଁ ସ୍ଥିର କରିନାହିଁ । ଉଭୟ ମାମଲାରେ ମୁଁ ହାରିଯିବି । ଯଦି ଆବେଦନ କରେ ମୋ ମାମଲାର ସମାଧାନ ପାଇଁ ସମୟ ଲାଗିବ ଏବଂ ଏସିଆ ଗେମ୍ସକୁ ଯୋଗ୍ୟତା ଅର୍ଜନ ପାଇଁ ବଞ୍ଚିତ ହେବି ।''

2018ରେ ସଞ୍ଜିତା ପ୍ରଥମ ଥର ପାଇଁ ଡୋପ ଟେଷ୍ଟରେ ବିଫଳ ହୋଇଥିଲେ । IWF ତାଙ୍କୁ ବାସନ୍ଦ କରିଥିଲା । ଏହାର 2 ବର୍ଷ ପରେ ତାଙ୍କ ରକ୍ତ ନମୂନା ପରୀକ୍ଷୀ ପରେ କୌଣସି ତ୍ରୁଟି ନଥିବା ଦର୍ଶାଇ ତାଙ୍କୁ କ୍ଲିନଚିଟ ପ୍ରଦାନ କରିଥିଲା । ଏବେ ପୁଣି 4 ବର୍ଷ ପାଇଁ ସଞ୍ଜିତାଙ୍କୁ ବାସନ୍ଦ କରାଯାଇଛି । ଏହି ଦଣ୍ଡାଦେଶ ପରେ 2022ରେ ଗୁଜୁରାଟରେ ଅନୁଷ୍ଠିତ ଜାତୀୟ ରାଜ୍ୟଗୋଷ୍ଠୀ କ୍ରୀଡାରେ ସଞ୍ଜିତା ଜିତିଥିବା ରୌପ୍ୟ ପଦକ ହରାଇବେ । ଏହାସହିତ ସେ ଗତବର୍ଷ ସେପ୍ଟେମ୍ବର 30ରୁ ଜିତିଥିବା ସମସ୍ତ ପଦକ, ପୁରସ୍କାର ତାଙ୍କ ପାଖରୁ ଫେରାଇ ନିଆଯିବ ବୋଲି ସୂଚନା ମିଳିଛି ।

2014ରେ ମଣିପୁରରେ ଏହି ଭାରତ୍ତୋଳିକା 48 କିଲୋ ବର୍ଗରେ ମୀରାବାଈ ଚାନୁଙ୍କୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଥିଲେ । 2018 ରାଜ୍ୟଗୋଷ୍ଠୀ କ୍ରୀଡାରେ 53 କିଲୋ ବର୍ଗରେ ଦେଶ ପାଇଁ ସ୍ବର୍ଣ୍ଣିମ ସଫଳତା ହାସଲ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.