ବର୍ମିଂହାମ: ମହାମାରୀ କୋଭିଡ-19 କାରଣରୁ ବାତିଲ ହେଲା ଦୁଇଟି ମେଗା ଟୁର୍ଣ୍ଣାମେଣ୍ଟ । 2022 ରାଜ୍ୟଗୋଷ୍ଠୀ ତୀରନ୍ଦାଜ ପ୍ରତିଯୋଗିତା ଓ ସୁଟିଂ ଚମ୍ପିଆନସିପ କୋଭିଡ କାରଣରୁ ବାତିଲ ହେଇଛି । ଏହି ଦୁଇ ମେଗା ପ୍ରତିଯୋଗିତା ଆସନ୍ତାବର୍ଷ ଜାନୁଆରୀରେ ଚଣ୍ଡିଗଡରେ ଖେଳାଯିବାନେଇ ସୂଚୀ ରହିଥିଲା ।
ତେବେ ଭାରତୀୟ ରାଜ୍ୟଗୋଷ୍ଠୀ କ୍ରୀଡାର(CGI) କାର୍ଯ୍ୟକାରୀ ବୋର୍ଡ, କୋରୋନା ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟଗୋଷ୍ଠୀ କ୍ରୀଡା ମହାସଂଘ(CGF) ସହ ଆଲୋଚନା ପରେ ଇଭେଣ୍ଟ ବାତିଲ ନେଇ ଘୋଷଣା କରିଛି ।
ରାଜ୍ୟଗୋଷ୍ଠୀ କ୍ରୀଡାରେ ସୁଟିଂ ବାଧ୍ୟତାମୂଳକ ଖେଳ ନହୋଇଥିଲେ ମଧ୍ୟ ଭାରତର ପାରମ୍ପରିକ ଶକ୍ତି ରହିଛି ସୁଟିଂ । ତେବେ ସ୍କଟଲାଣ୍ଡର ଏଡିନବଗରେ ଆୟୋଜିତ1970 ସଂସ୍କରଣର CWGକୁ ବାଦ ଦେଲେ ସବୁ ସଂସ୍କରଣରେ ସୁଟିଂ ସ୍ଥାନ ପାଇଆସିଛି । ତେବେ 2019ରେ ବର୍ମିଂହାମ CWG 2022ରୁ ସୁଟିଂକୁ ବାଦ ନିଷ୍ପତ୍ତି ପରେ ଭାରତୀୟ ଅଲମ୍ପିକ ଆସୋସିଏସନ ପ୍ରତିଯୋଗିତାରୁ ଓହରିଯିବାକୁ ଧମକ ଦେଇଥିଲା । ପରେ ତତ୍କାଳୀନ CEO ଡେଭିଡ ଗ୍ରେଭେମବର୍ଗଙ୍କ ସହ ବୈଠକ ପରେ IOA ଏହାକୁ ପ୍ରତ୍ୟାହାର କରିଥିଲା ।
ସେହିପରି ବିକଳ୍ପ ଭାବେ ଥିବା ତୀରନ୍ଦାଜ, କେବଳ ରାଜ୍ୟ ଗୋଷ୍ଠୀ କ୍ରୀଡାର ଦୁଇଟି ସଂସ୍କରଣ ବ୍ରିସବେନ 1982 ଓ ଦିଲ୍ଲୀ 2010ରେ ସାମିଲ କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ