ETV Bharat / sports

CWG 2022: ଆଜି ପର୍ଯ୍ୟନ୍ତ ଭାରତକୁ ମିଳିଛି ଏତିକି ପଦକ - କମନ ୱେଲଥ ଗେମ୍ସ 2022

ଆସନ୍ତା ଜୁଲାଇ 28 ତାରିଖରୁ ଅଗଷ୍ଟ 8 ତାରିଖ ପର୍ଯ୍ୟନ୍ତ ବର୍ମିଂହାମରେ ଅନୁଷ୍ଠିତ ହେବାକୁ ଯାଉଛି କମନ ୱେଲଥ ଗେମ୍ସ 2022 (Commonwealth Games) । ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ । ଆଉ ମାତ୍ର କେଇଟା ଦିନର ଅପେକ୍ଷା । ଅଧିକ ପଢନ୍ତୁ

କମନ ୱେଲଥ ଗେମ୍ସ ପ୍ରଚ୍ଛଦ ପଟର କିଛି ତଥ୍ୟ
କମନ ୱେଲଥ ଗେମ୍ସ ପ୍ରଚ୍ଛଦ ପଟର କିଛି ତଥ୍ୟ
author img

By

Published : Jul 24, 2022, 9:44 AM IST

ହାଇଦ୍ରାବାଦ: ଆସନ୍ତା ଜୁଲାଇ 28 ତାରିଖରୁ ଅଗଷ୍ଟ 8 ତାରିଖ ପର୍ଯ୍ୟନ୍ତ ବର୍ମିଂହାମରେ ଅନୁଷ୍ଠିତ ହେବାକୁ ଯାଉଛି କମନ ୱେଲଥ ଗେମ୍ସ 2022 (Commonwealth Games) । ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ । ଆଉ ମାତ୍ର କେଇଟା ଦିନର ଅପେକ୍ଷା । ତେବେ ଏନେଇ ସମସ୍ତ କ୍ରୀଡାପ୍ରେମୀ ଅପେକ୍ଷା କରିଛନ୍ତି ଦେଶର ସୁନାପୁଅ ନିରୋଜ ଚୋପ୍ରା ଜାଭଲିନରେ ଦମଦାର ପ୍ରଦର୍ଶନ କରିବେ ଦେଶ ପାଇଁ ପୁଣି ଆଉ ଏକ ସ୍ବର୍ଣ୍ଣ ଜିତିବେ । ସେହିପରି ଦୁଇଥର ଅଲମ୍ପିକ ବିଜେତା ସଟଲର ପିଭି ସିନ୍ଧୁ ମଧ୍ୟ ଦେଶକୁ ପଦକ ଭେଟି ଦେବେ । ତେବେ ଆସନ୍ତୁ ଜାଣିବା କମନ ୱେଲଥ ଗେମ୍ସର କିଛି ତଥ୍ୟ ଉପରେ...

1. ଭାରତର ପ୍ରଥମ କମନ ୱେଲଥ ଗେମ୍ସର ପଦକ ବିଜେତା ୱେଲଷ୍ଟର ରଶିଦ ଅନୱର 1934 ମସିହାରେ ଲଣ୍ଡନରେ ଅନୁଷ୍ଠିତ ହୋଇଥିବା ସଂସ୍କରଣରେ ଭାଗ ନେଇ ବ୍ରୋଞ୍ଜ ପଦକ ଜିତିଥିଲେ ।

2. 1934 ମସିହା କମନ ୱେଲଥ ଗେମ୍ସରେ ଭାରତ ତରଫରୁ ମାତ୍ର 6 ଜଣ ଆଥଲେଟିକ୍ସ ଭାଗ ନେଇ ନେଇଥିଲେ ।

3. 1934 ମସିହା କମନ ୱେଲଥ ଗେମ୍ସରେ ଭାଗ ନେଇଥିବା 6 ଜଣ ଭାରତୀୟ ସଦସ୍ୟ କେବଳ ଆଥଲେଟିକ୍ସ ଏବଂ କୁସ୍ତିରେ ଭାଗ ନେଇଥିଲେ ।

4. ସେହିପରି ଭାରତକୁ ସ୍ବର୍ଣ୍ଣ ପଦକ ହାସଲ କରିବାକୁ 1958 ମସିହା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥିଲା । ମହାନ ଦୌଡ ତାରକା ମିଲଖା ସିଂହ 1958 ମସିହାରେ ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକର ସ୍ବାଦ ଚଖାଇଥିଲେ ।

5. ଅମି ଘିଆ ଏବଂ କମ୍ବଲ ଠାକୁର ସିଂହଙ୍କ ଯୋଡି କମନ ୱେଲଥ ଗେମ୍ସରେ ପ୍ରଥମ ଭାରତୀୟ ମହିଳା ପଦକ ହାସଲକାରୀ ଥିଲେ । 1978 ମସିହା କାନାଡାରେ ଅନୁଷ୍ଠିତ ହୋଇଥିବା କମନ ୱେଲଥ ଗେମ୍ସରେ ଭାରତ ତରଫରୁ ପ୍ରଥମ ମହିଳା ବ୍ରୋଞ୍ଜ ପଦକ ହାସଲ କରିଥିଲେ ।

6. ସେହିପରି ମହାନ ଦୌଡ ତାରକା ମିଲଖା ସିଂହଙ୍କ ପରେ କୃଷ୍ଣା ପୁନିଆ ଭାରତ ପାଇଁ ଦ୍ବିତୀୟ ଥର ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । 2010 ମସିହାରେ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା କମନ ୱେଲଥ ଗେମ୍ସରେ ଡିସକସ ଥ୍ରୋରେ କୃଷ୍ଣା ପୁନିଆ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ।

7. ଭାରତ ଏପର୍ଯ୍ୟନ୍ତ କମନ ୱେଲଥ ଗେମ୍ସ ଇତିହାସରେ ପ୍ରାୟ 503 ପଦକ ହାସଲ କରିଛି ।

8. ଭାରତ କମନ ୱେଲଥ ଗେମ୍ସରେ ଦୁଇଟି ସଂସ୍କରଣରେ ପଦକ ବିହୀନ ରହିଥିଲା । 1938 ମସିହା ସିଡନୀ କମନ ୱେଲଥ ଗେମ୍ସରେ ଏବଂ 1954 ମସିହା ୱେଙ୍କୁୱର କମନ ୱେଲଥ ଗେମ୍ସରେ କୌଣସି ପଦକ ହାସଲ କରିବାରେ ସଫଳ ହୋଇପାରିନଥିଲା ।

9. ଦିବଙ୍ଗତ ମହାଭାରତ ଅଭିନେତା ପ୍ରବୀଣ ସୋବତି 1966 ମସିହା ଜମାଇକାରେ ଅନୁଷ୍ଠିତ ହୋଇଥିବା କମନ ୱେଲଥ ଗେମ୍ସରେ ପୁରୁଷ ହୈମର ଥ୍ରୋରେ ଭାରତ ତରଫରୁ ରୌପ୍ୟ ପଦକ ଜିତି ଥିଲେ ।

10. 2002 ମସିହାରେ ମଞ୍ଚେସ୍ଟରରେ ଅନୁଷ୍ଠିତ ହୋଇଥିବା କମନ ୱେଲଥ ଗେମ୍ସରେ ପଦକ ତାଲିକାରେ ଭାରତ ଶୀର୍ଷ 5 ସ୍ଥାନ ଭିତରେ ରହିଆସିଛି ।

11. ପ୍ରଥମ ପାରା ଆଥଲେଟ ଭାବରେ ରଞ୍ଜିତ କୁମାର 2006 ମସିହା କମନ ୱେଲଥ ଗେମ୍ସରେ ଡିସକସ ଥ୍ରୋରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ ।

12. କମନ ୱେଲଥ ଗେମ୍ସରେ ଏପର୍ଯ୍ୟନ୍ତ ସବୁଠୁ ସଫଳ ଭାରତୀୟ ଆଥଲେଟ ଭାବରେ ସୁଟର ଜଶପାଲ ରାଣା multi-sport extravaganza ରେ 15 ଟି ପଦକ ହାସଲ କରିଛନ୍ତି ।

13. ବର୍ମିଂହାମରେ ଅନୁଷ୍ଠିତ ହେବାକୁ ଥିବା କମନ ୱେଲଥ ଗେମ୍ସରେ ଭାରତ ତରଫରୁ 322 ସଦସ୍ୟ ଭାରତ ତରଫରୁ ଭାଗ ନେବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.