ETV Bharat / sports

ରେସଲର ସାଗର ରାଣା ମୃତ୍ୟୁ ମାମଲା; ତଦନ୍ତ କରିବ କ୍ରାଇମବ୍ରାଞ୍ଚ

author img

By

Published : May 24, 2021, 12:57 PM IST

ଛତ୍ରସାଲ ଷ୍ଟାଡିୟମରେ ରେସଲେର ସାଗର ରାଣା ମୃତ୍ୟୁ ଘଟଣାରେ ଦିଲ୍ଲୀ ପୋଲିସ କ୍ରାଇମ ବ୍ରାଞ୍ଚ ଆହୁରି ଅଧିକ ଯାଞ୍ଚ କରିବ ବୋଲି ରବିବାର ଅଧିକାରୀମାନେ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ତଦନ୍ତ କରିବ କ୍ରାଇମବ୍ରାଞ୍ଚ
ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ନୂଆଦିଲ୍ଲୀ: ଛତ୍ରସାଲ ଷ୍ଟାଡିୟମରେ ରେସଲର ସାଗର ରାଣା ମୃତ୍ୟୁ ଘଟଣାରେ ଦିଲ୍ଲୀ ପୋଲିସ କ୍ରାଇମ ବ୍ରାଞ୍ଚ ଆହୁରି ଅଧିକ ଯାଞ୍ଚ କରିବ ବୋଲି ରବିବାର ଅଧିକାରୀମାନେ ସୂଚନା ଦେଇଛନ୍ତି । ପୋଲିସ କହିଛି ଯେ ବର୍ତ୍ତମାନ ଉତ୍ତର-ପଶ୍ଚିମ ଜିଲ୍ଲା ପୋଲିସ ଦ୍ବାରା ଅନୁସନ୍ଧାନ କରାଯାଉଥିବା ଏହି ମାମଲା ସୋମବାର ସୁଦ୍ଧା କ୍ରାଇମ ବ୍ରାଞ୍ଚ ୟୁନିଟକୁ ହସ୍ତାନ୍ତର କରାଯିବ ।

ପ୍ରକାଶ ଥାଉକି, ମେ 4ରେ ଛତ୍ରଶାଳା ଷ୍ଟାଡିୟମରେ ସୁଶୀଲ ଓ ତାଙ୍କ ସହଯୋଗୀ ମୃତ ସାଗର ଓ ତାଙ୍କ ସାଥୀଙ୍କୁ ପ୍ରବଳ ମାଡ ମାରିଥିଲେ । ଏହି ଘଟଣାରେ ସାଗରଙ୍କର ମୃତ୍ୟୁ ହୋଇଥିଲା । ସେବେଠୁ ସୁଶୀଲ ଓ ତାଙ୍କ ସାଥୀ ଫେରାର ଥିଲେ । ରବିବାର ଦିଲ୍ଲୀ ମୁଣ୍ଡକା ଅଞ୍ଚଳରୁ ଦିଲ୍ଲୀ ପୋଲିସର ଏକ ସ୍ବତନ୍ତ୍ର ଟିମ ସୁଶୀଲ ଓ ତାଙ୍କ ସହଯୋଗୀକୁ ଗିରଫ କରିଥିଲା । ସୁଶୀଲଙ୍କୁ ଛଅ ଦିନିଆ ରିମାଣ୍ଡରେ ନେଇଛି ଦିଲ୍ଲୀ ପୋଲିସ ।

ପୂର୍ବରୁ ସାଗର ରାଣା ହତ୍ୟା ମାମଲାରେ ଫେରାର ଥିବା ଭାରତର ତାରକା ସୁଶୀଲ କୁମାର ଗିରଫ ଭୟରେ ଦିଲ୍ଲୀର ରୋହିଣୀ କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ । କିନ୍ତୁ କୋର୍ଟ ତାଙ୍କ ଜାମିନ ଖାରଜ କରିଥିଲେ । ଗତ ସୋମବାର ସୁଶୀଲଙ୍କୁ ଧରିବା ପାଇଁ 1 ଲକ୍ଷ ଟଙ୍କା ଓ ତାଙ୍କ ସାଥୀ ପାଇଁ 50 ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ଦିଲ୍ଲୀ ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.