ଫାଟୋର୍ଦା(ଗୋଆ): ଇଣ୍ଡିଆନ ସୁପର ଲିଗ(ISL)ରେ ପଶିଲା କୋରୋନା । ଜଣେ ଖେଳାଳି COVID-19 ପଜିଟିଭ ଚିହ୍ନଟ ହେବାପରେ, ଓଡିଶା ଏଫସି ଓ ATK ମୋହୁନ ବଗାନ ମଧ୍ୟରେ ଶନିବାର ଖେଳାଯିବାକୁ ଥିବା ମ୍ୟାଚ୍ ନମ୍ବର ୫୩ ସ୍ଥଗିତ ହୋଇଛି । ଫାଟୋର୍ଦାର PJN ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବା ନେଇ ସୂଚୀ ରହିଥିଲା ।
-
Match 53 of #HeroISL 2021-22 between @atkmohunbaganfc and @OdishaFC has been postponed.#ATKMBOFC #LetsFootball pic.twitter.com/05AiUMQQc0
— Indian Super League (@IndSuperLeague) January 8, 2022 " class="align-text-top noRightClick twitterSection" data="
">Match 53 of #HeroISL 2021-22 between @atkmohunbaganfc and @OdishaFC has been postponed.#ATKMBOFC #LetsFootball pic.twitter.com/05AiUMQQc0
— Indian Super League (@IndSuperLeague) January 8, 2022Match 53 of #HeroISL 2021-22 between @atkmohunbaganfc and @OdishaFC has been postponed.#ATKMBOFC #LetsFootball pic.twitter.com/05AiUMQQc0
— Indian Super League (@IndSuperLeague) January 8, 2022
ଏହାମଧ୍ୟ ପଢନ୍ତୁ: ISL 2021-22: ଟେବୁଲ ଟପର ମୁମ୍ବାଇ ସିଟି ଏଫସିକୁ ହରାଇଲା ଓଡିଶା
"ATK ମୋହୁନ ବଗାନର ଜଣେ ଖେଳାଳି COVID-19 ପଜିଟିଭ ଜଣାପଡିବା ପରେ ISL ମେଡିକାଲ ଟିମର ପରାମର୍ଶ କ୍ରମେ ମ୍ୟାଚ୍ ସ୍ଥଗିତ ନିଷ୍ପତ୍ତି ହୋଇଛି ।" ଏନେଇ ଲିଗ୍ ପକ୍ଷରୁ ଏକ ଅଫିସିଆଲ ବିଜ୍ଞପ୍ତିରେ ଘୋଷଣା କରାଯାଇଛି ।
ଏହି ମ୍ୟାଚ୍ର ସୂଚୀ ଅନ୍ୟ ଏକ ତାରିଖରେ ପୁନଃ ନିର୍ଦ୍ଧାରିତ କରାଯିବ ।
ସମସ୍ତ ଖେଳାଳି ଓ ସପୋର୍ଟ ଷ୍ଟାଫ୍ଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷାକୁ ନିଶ୍ଚିତ କରିବାକୁ ମେଡିକାଲ ବିଶେଷଜ୍ଞ ଅନୁଧ୍ୟାନ କରୁଛନ୍ତି ।
ATK ମୋହୁନ ବଗାନ ଚଳିତ ISL ସଂସ୍କରଣରେ ୯ଟି ମ୍ୟାଚ୍ରୁ ୧୫ ପଏଣ୍ଟ ସହ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି । ଅନ୍ୟପଟେ ଓଡିଶା ଏଫସି ୯ଟି ମ୍ୟାଚ୍ରୁ ୧୩ ପଏଣ୍ଟ ସହ ଟେବୁଲର ସପ୍ତମ ସ୍ଥାନରେ ରହିଛି ।
ANI