ETV Bharat / sports

ପିଏମ କେୟାର ଫଣ୍ଡକୁ 15 ବର୍ଷିୟା ଇଶା ଦେଲେ 30 ହଜାର ସହାୟତା

କହିଲେ 'ଦେଶ ଅଛି ତ ଆମେ ଅଛୁ' । କୋରୋନା ବିରୋଧି ଲଢେଇରେ ନିଜ ସଞ୍ଚୟରୁ ପିଏମ କେୟାର ଫଣ୍ଡକୁ 30ହଜାର ଆର୍ଥିକ ସହାୟତା ଦେଲେ 15 ବର୍ଷିୟା ସୁଟର ଇଶା ସିଂ । ଅଧକ ପଢନ୍ତୁ...

Esha Singh donates
ପିଏମ କେୟାର ଫଣ୍ଡକୁ 15 ବର୍ଷିୟା ଇଶା ଦେଲେ 30ହଜାର ସହାୟତା
author img

By

Published : Mar 29, 2020, 7:55 PM IST

ହାଇଦ୍ରାବାଦ: କୋରୋନା ସହାୟତା ପାଇଁ ସହାୟତାର ହାତ ବଢାଇଲେ 15ବର୍ଷିୟା ସୁଟର ଇଶା ସିଂ । ମହାମାରୀ କୋରେନା ଭାଇରସ(COVID-19)ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ କେଆର ଫଣ୍ଡକୁ ଇଶା 30 ହଜାର ଟଙ୍କା ଦାନ କରିଛନ୍ତି । ଫଳରେ ସେ ଆର୍ଥିକ ସହାୟତା ରାଶି ପ୍ରଦାନ କରୁବାରେ ଦେଶର ସର୍ବକନିଷ୍ଠ କ୍ରୀଡାବିତ ହୋଇଛନ୍ତି । ପୂର୍ବରୁ 16 ବର୍ଷିୟା ମହିଳା କ୍ରିକେଟର ରିଚା ଘୋଷ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ 1ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।

ଇଶା ସିଂ ନିଜର ଟ୍ବିଟର ଆକାଉଣ୍ଚରେ ଲେଖିଛନ୍ତି, "ଦେଶ ଅଛି ତ ଆମେ ଅଛୁ" ନିଜସ୍ବ ସଞ୍ଚୟରୁ ପ୍ରଧାନମନ୍ତ୍ରୀ କେଆର ଫଣ୍ଡକୁ 30ହଜାର ଟଙ୍କା ଦେଇପାରିଥିବାରୁ ସେ ବହୁତ ଖୁସି ବୋଲି କହିଛନ୍ତି ।

ଭାରତରେ ଏଯାବତ କୋରୋନା ପଜିଟିଭ ସଂଖ୍ୟା 1000 ଟପିସାରିଲାଣି । ସେଥିମଧ୍ୟରୁ 25 ଜଣଙ୍କର ମୃତ୍ୟୁ ହୋଇସାରିଛି । ଦେଶର ଏପରି କଠିନ ସମୟରେ ନିଜ ସଞ୍ଚୟରୁ ଇଶାଙ୍କ ଆର୍ଥିକ ସହାୟତା ରାଶି ପ୍ରଦାନକୁ ସବୁ ମହଲରେ ପ୍ରଶଂସା କରାଯାଉଛି ।

ଜୁନିୟର ବିଶ୍ବକପରେ ରୌପ୍ୟ ପଦକ ବିଜେତା ରହିଛନ୍ତି ଯୁବ ସୁଟର ଇଶା । ଏଥିସହିତ ଗତବର୍ଷ ନଭେମ୍ବରରେ ଏସିଆନ ସୁଟିଂ ଚମ୍ପିଆନସିପର 10 ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଇଶା ସିଂ ସ୍ବର୍ଣ୍ଣ ପଦକ ହାତେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.