ETV Bharat / sports

CWG 2022: ଆଜି ଟ୍ରାକରେ ଦୈଡିବେ ଦୂତୀ ଚାନ୍ଦ

ରାଜ୍ୟଗୋଷ୍ଠୀ କ୍ରୀଡାର ପଞ୍ଚମ ଦିନରେ ଆଜି ଟ୍ରାକ ଆଣ୍ଡ ଫିଲ୍ଡ ଲଢେଇ ଆରମ୍ଭ ହେବ । ପଦକ ଜିତିବା ଆଶାରେ ଟ୍ରାକକୁ ଓହ୍ଲାଇବେ ଦୂତୀ ଚାନ୍ଦ । ଅଧିକ ପଢନ୍ତୁ

CWG 2022: ଆଜି ଟ୍ରାକରେ ଦୈଡିବେ ଦୂତୀ ଚାନ୍ଦ
CWG 2022: ଆଜି ଟ୍ରାକରେ ଦୈଡିବେ ଦୂତୀ ଚାନ୍ଦ
author img

By

Published : Aug 2, 2022, 11:31 AM IST

ବର୍ମିଂହାମ: ପଞ୍ଚମ ଦିନରେ ପହଞ୍ଚିଛି 22ତମ ରାଜ୍ୟଗୋଷ୍ଠୀ କ୍ରୀଡା(Commonwealth Games) । ଏଥିରେ ଭାରତୀୟ କ୍ରୀଡାବିତଙ୍କର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଏପର୍ଯ୍ୟନ୍ତ ଭାରତକୁ ୯ଟି ପଦକ ମିଳିସାରିଛି । ସେଥିମଧ୍ୟରୁ ୩ଟି ସ୍ବର୍ଣ୍ଣ ପାଇଛି ଭାରତ । ଆଜି ରାଜ୍ୟଗୋଷ୍ଠୀ କ୍ରୀଡା ଇଭେଣ୍ଟରେ ଟ୍ରାକ ଆଣ୍ଡ ଫିଲ୍ଡ ଲଢେଇ ଆରମ୍ଭ ହେବ । ଆଜି ଟ୍ରାକକୁ ଓହ୍ଲାଇବେ ଓଡିଆ ଝିଅ ଦୂତୀ ଚାନ୍ଦ । ୧୦୦ ମିଟର ହିଟରେ ଦୌଡିବେ ଏହି ତାରକା ସ୍ପ୍ରିଣ୍ଟର ।

ରାଜ୍ୟଗୋଷ୍ଠୀ କ୍ରୀଡାରେ ଦୂତୀ ଭଲପ୍ରଦର୍ଶନ କରିବା ନେଇ ଓଡିଶା ଓ ଭାରତ ଆଶାବାଦୀ ରହିଛି । ଟୋକିଓ ଅଲମ୍ପିକ୍ସରେ ଦୂତୀ ସମସ୍ତଙ୍କୁ ନିରାଶ କରିଥିଲେ । ଆଜି ପଦକ୍ଷ ଜିତିବା ଲକ୍ଷ୍ୟ ରଖି ଟ୍ରାକକୁ ଓହ୍ଲାଇବେ । ଓଡିଶାବାସୀଙ୍କ ସମ୍ମାନକୁ ଦ୍ବିଗୁଣିତ କରିବାକୁ ଆଜି ଟ୍ରାକରେ ଦକ୍ଷତା ପ୍ରଦର୍ଶନ କରିବେ ଦୂତୀ । ବିଶ୍ବ ମାନ୍ୟତା ଅନୁଯାୟୀ ଦୂତୀ ଉଭୟ ୧୦୦ ଓ ୨୦୦ ମିଟର ଦୌଡ ଇଭେଣ୍ଟକୁ ଯୋଗ୍ୟତା ଅର୍ଜନ କରିଛନ୍ତି । ତେବେ ଆଜି ଦୂତୀଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.