ETV Bharat / sports

US Open: ଟାଇଟଲ୍‌ ଜିତି କୋକୋ ଗୌଫଙ୍କ ବିଶ୍ବ ରେକର୍ଡ

author img

By ETV Bharat Odisha Team

Published : Sep 10, 2023, 8:40 PM IST

ୟୁଏସ୍‌ ଓପନ ଟାଇଟଲ ଜିତିଲେ ୧୯ ବର୍ଷୀୟା ଟେନିସ୍‌ ତାରକା କୋକୋ ଗୌଫ । ନ୍ୟୁୟର୍କର ଆର୍ଥର ଏସ୍‌ ଷ୍ଟାଡିୟମରେ ଖେଳାଯାଉଥିବା ଏହି ଫାଇନାଲ ମ୍ୟାଚ୍‌ରେ ସେ ବେଲାଲୁସ୍‌ର ଆରିନା ସେବଲେଙ୍କାଙ୍କୁ ଅତି ସହଜରେ ହରାଇ ଦେଇଥିଲେ । ଅଧିକ ପଢ଼ନ୍ତୁ

ଟାଇଟଲ୍‌ ଜିତି କୋକୋ ଗୌଫଙ୍କ ବିଶ୍ବ ରେକର୍ଡ
ଟାଇଟଲ୍‌ ଜିତି କୋକୋ ଗୌଫଙ୍କ ବିଶ୍ବ ରେକର୍ଡ

ନ୍ୟୁୟର୍କ: ୟୁଏସ୍‌ ଓପନ ଟାଇଟଲ ଜିତି ଇତିହାସ ରଚିଲେ ୧୯ ବର୍ଷୀୟା ଟେନିସ୍‌ ତାରକା କୋକୋ ଗୌଫ । ଆମେରିକାର ଏହି ମହିଳା ଟେନିସ୍ ତାରକା ୟୁଏସ୍‌ ଓପନରେ ସିଙ୍ଗଲ୍ସ ବିଭାଗ ଫାଇନାଲରେ ଚମ୍ପିଆନ୍‌ ହୋଇଛନ୍ତି । ଏହି ଫାଇନାଲ୍ ଫାଇଟ୍‌ରେ ବେଲାଲୁସ୍‌ର ଆରିନା ସେବଲେଙ୍କାଙ୍କୁ ୨-୬, ୬-୩ ଓ ୬-୨ରେ ପରାସ୍ତ କରି ଚମ୍ପିଆନ୍‌ ହୋଇଛନ୍ତି କୋକୋ ଗୌଫ । ଏହା ସହିତ ସେ ଲଗାତାର ଭାବେ ୧୨ଟି ମ୍ୟାଚରେ ବିଜୟୀ ହୋଇ ରେକର୍ଡ କରିଛନ୍ତି । ନ୍ୟୁୟର୍କର ଆର୍ଥର ଏସ୍‌ ଷ୍ଟାଡିୟମରେ ଖେଳାଯାଉଥିବା ଏହି ଫାଇନାଲ ମ୍ୟାଚ୍‌ରେ ସେ ଆରିନାଙ୍କୁ ଅତି ସହଜରେ ହରାଇ ଦେଇଥିଲେ । ୧୯୯୯ ମସିହାର ଚମ୍ପିଆନ୍‌ ସେରେନା ୱିଲିୟମ୍ସଙ୍କ ପରେ ୟୁଏସ୍‌ ଓପନ ଜିତିବାରେ ପ୍ରଥମ ମହିଳା ଖେଳାଳି ହେଉଛନ୍ତି କୋକୋ ଗୌଫ ।

ଏହା ମଧ୍ୟ ପଢ଼ନ୍ତୁ...US Open: ସେମିରେ ବୋପାନ୍ନା-ମ୍ୟାଥ୍ୟୁ ଏବଡେନ ଯୋଡି

ଏଥିରେ ଗୌଫଙ୍କ ପ୍ରତିପକ୍ଷ ସେବଲେଙ୍କାଙ୍କୁ ମେଡିକାଲ ଟାଇମ୍ ଆଉଟ୍ ପର୍ଯ୍ୟନ୍ତ ନେବାକୁ ପଡ଼ିଥିଲା । ସେବଲେଙ୍କାଙ୍କ କଠିନ ସଂଘର୍ଷ ସତ୍ତ୍ବେ ଗୌଫ ପ୍ରଥମ ଥର ଏହି ଟାଇଟଲ ଜିତିବାରେ ସଫଳ ହୋଇଥିଲେ । ଏହି ବିଜୟ ସହିତ ସେ ଏକ ନୂଆ ଇତିହାସ ମଧ୍ୟ ରଚିଛନ୍ତି । ୧୯୯୯ ମସିହା ପରେ ୟୁଏସ୍‌ ଓପନ ଜିତିବାରେ ପ୍ରଥମ ମହିଳା ଖେଳାଳି ହେଉଛନ୍ତି କୋକୋ ଗୌଫ୍‌ । ୧୯୯୯ ମସିହାରୁ ସେରେନା ୱିଲିୟମ୍ସ ୟୁଏସ୍‌ ଓପନ ଜିତିଥିଲେ । ଟିନ୍‌-ଏଜର ଭାବେ ସେରେନା ଏହି ଟାଇଟଲ ହାସଲ କରିବାର ରେକର୍ଡ ନିଜ ନାମରେ ରଖିଥିଲେ । ଏହାର ୨୪ ବର୍ଷ ପରେ ଗୌଫ ଏହି ସଫଳତା ହାସଲ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...World Dwarf Games: ଇତିହାସ ରଚିଲେ ମାର୍କ ଧର୍ମାଇ, ପ୍ରଥମ ଭାରତୀୟ ଭାବେ ୱାର୍ଲ୍ଡ ଡ୍ବାର୍ଫ ଗେମ୍ସରେ ଜିତିଲେ ସ୍ୱର୍ଣ୍ଣ

ଅନ୍ୟପଟେ ଚଳିତ ବର୍ଷ ଅଷ୍ଟ୍ରେଲିଆନ୍‌ ଓପନ ଟାଇଟଲ ହାସଲ କରିଥିବା ସେବଲେଙ୍କାଙ୍କୁ ଏଥିରେ ନିରାଶ ହେବାକୁ ପଡ଼ିଛି । ୨୦୨୧ରେ ସେ ଅଷ୍ଟ୍ରେଲିଆନ୍‌ ଓପନ ଓ ୨୦୧୯ରେ ମହିଳା ଡବଲ୍ସ ଟାଇଟଲ ମଧ୍ୟ ଜିତି ସାରିଛନ୍ତି । ହେଲେ ଏହି ମ୍ୟାଚ୍‌ ପୂର୍ବରୁ ଚଳିତ ବର୍ଷର କିଛି ଗୁରୁତ୍ବପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ୨୩-୨ ପଏଣ୍ଟରେ ରେକର୍ଡ କରିଥିଲେ ସେବଲେଙ୍କା । ଚଳିତ ବର୍ଷ ଗ୍ରାଣ୍ଡ୍‌ ସ୍ଲୈମକୁ ମିଶାଇ ବର୍ତ୍ତମାନ ସୁଦ୍ଧା ସେ ୨୩ଟି ମ୍ୟାଚ୍‌ରେ ବିଜୟୀ ହୋଇଥିବାବେଳେ ୨ଟି ମ୍ୟାଚରେ ପରାଜୟର ସ୍ବାଦ ଚାଖିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଇତିହାସ ରଚିଲେ ଭାରତୀୟ ମହିଳା, ବିଶ୍ବର ଉଚ୍ଚତମ ରାସ୍ତା ଉମଲିଙ୍ଗ ଲା ଅତିକ୍ରମ କରି ବିଶ୍ବ ରେକର୍ଡ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.