ETV Bharat / sports

ଜାଭେଲିନ ଷ୍ଟାର୍‌ କିଶୋର ଜେନାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା, ମିଳିଲା ୫୦ଲକ୍ଷ ଟଙ୍କା ପୁରସ୍କାର

author img

By ETV Bharat Odisha Team

Published : Sep 2, 2023, 11:03 PM IST

ନିକଟରେ ଶେଷ ହୋଇଥିବା ବିଶ୍ବ ଆଥଲେଟିକ୍ସ ଚମ୍ପିଆନ୍‌ସିପ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଓଡ଼ିଶା ପାଇଁ ଗୌରବ ଆଣିଥିବା କିଶୋର ଜେନାଙ୍କୁ ଶନିବାର ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଓଡ଼ିଆ ଜାଭେଲିନ ଷ୍ଟାରଙ୍କୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଅଧିକ ପଢ଼ନ୍ତୁ

ଜାଭେଲିନ ଷ୍ଟାର୍‌ କିଶୋର ଜେନାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ବର: ହଙ୍ଗେରୀର ବୁଦାପେଷ୍ଟରେ ନିକଟରେ ଶେଷ ହୋଇଥିବା ବିଶ୍ବ ଆଥଲେଟିକ୍ସ ଚମ୍ପିଆନ୍‌ସିପ୍‌ରେ ଓଡ଼ିଶା ପାଇଁ ଗୌରବ ଆଣିଥିବା କିଶୋର ଜେନାଙ୍କୁ ଶନିବାର ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଶ୍ବ ଆଥଲେଟିକ୍ସ ଚମ୍ପିଆନ୍‌ସିପ୍‌ରେ ପଦାର୍ପଣ କରି ଏକାବେଳେ ଫାଇନାଲ୍‌ରେ ପହଞ୍ଚି ଓଡ଼ିଶାର ନାଁ ଉଜ୍ଜ୍ବଳ କରିଥିବା ଏହି ଓଡ଼ିଆ ଜାଭେଲିନ ଷ୍ଟାରଙ୍କୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।

ବିଶ୍ବ ଆଥଲେଟିକ୍‌ ଚମ୍ପିଆନ୍‌ସିପ୍‌ର ଜାଭେଲିନ ଥ୍ରୋ ଇଭେଣ୍ଟ୍‌ରେ ପ୍ରଥମ ଓଡ଼ିଆ ଭାବେ କିଶୋର ଭାଗ ନେଇ ଏକାବେଳେ ଫାଇନାଲ ଖେଳିଥିଲେ । ଏଥିରେ ୮୪.୭୭ ମିଟର ଦୂରକୁ ଜାଭେଲିନ ଫିଙ୍ଗି ଶ୍ରେଷ୍ଠ ୫ମ ସ୍ଥାନରେ ରହିଥିଲେ । ଏହି ସଫଳତା ପରେ ତାଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନାର ସୂଅ ଛୁଟିବାରେ ଲାଗିଛି । ଆଜି ଓଡ଼ିଶା କ୍ରୀଡା ବିଭାଗ ଦ୍ବାରା କଳିଙ୍ଗ ଷ୍ଟାଡିଅମ ପରିସରରେ କିଶୋରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହା ପୂର୍ବରୁ କିଶୋର ଜେନା ଜାଭେଲିନ ଥ୍ରୋ ଇଭେଣ୍ଟ୍‌ରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଥିଲେ । କିଶୋର ଜେନା ୮୦.୫୫ ମିଟର ଯାଏଁ ଜାଭେଲିନ ଫିଙ୍ଗି ନବମ ସ୍ଥାନ ସହ ଫାଇନାଲରେ ପ୍ରବେଶ କରିଥିଲେ । ଫାଇନାଲରେ ମଧ୍ୟ ସେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ । ଏଥିରେ ସେ ଫିଙ୍ଗିଥିବା ୮୪.୭୭ ମିଟର ତାଙ୍କ ଜୀବନର ଶ୍ରେଷ୍ଠ ପ୍ରଦର୍ଶନ ଅଟେ ।

ଏହା ମଧ୍ୟ ପଢ଼ନ୍ତୁ...ବ୍ରହ୍ମଗିରିରୁ ବୁଦାପେଷ୍ଟ: ଦିନେ ଜମି ବିକି ଜାଭେଲିନ୍‌ କିଣିଥିଲେ ବାପା, ଆଜି ବିଶ୍ବ ଦରବାରରେ ଚମକିଲେ ପୁଅ

ଉଲ୍ଲେଖଯୋଗ୍ୟ, ୨୭ ବର୍ଷୀୟ କିଶୋର ଜେନା ହେଉଛନ୍ତି ପୁରୀ ଜିଲ୍ଲା ବ୍ରହ୍ମଗିରିର ବାସିନ୍ଦା । ୨୦୨୩ ଜୁନରେ ଭୁବେନଶ୍ଵରରେ ଆୟୋଜିତ ନ୍ୟାସନାଲ ଚମ୍ପିଆନ୍‌ସିପ୍‌ରେ ସେ ରୌପ୍ୟ ପଦକ ଜିତିଥିଲେ । ଚଳିତ ବର୍ଷ ଜୁଲାଇ ୩୦ରେ ଶ୍ରୀଲଙ୍କାରେ ଖେଳାଯାଇଥିବା ପ୍ରତିଯୋଗିତାରେ ସେ ନିଜ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ କରି ୮୪.୩୮ ମିଟର ଦୂରକୁ ଜାଭେଲିନ ଫିଙ୍ଗିଥିଲେ । ଏହି ପ୍ରଦର୍ଶନ ବଳରେ ସେ ହଙ୍ଗେରୀର ବୁଦାପେଷ୍ଟରେ ଚାଲିଥିବା ବିଶ୍ଵ ଆଥଲେଟିକ୍ସ ଚମ୍ପିଆନ୍‌ସିପ୍‌ ୨୦୨୩ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ । କିଶୋର ଭୁବନେଶ୍ବର ସ୍ପୋର୍ଟ୍ସ ହଷ୍ଟେଲରେ ରହି କ୍ରୀଡ଼ା ଜୀବନ ଆରମ୍ଭ କରିଥିଲେ । ଏଠାରେ ରହି ସେ ପ୍ରଶିକ୍ଷଣ ନେଉଥିଲେ । ଆଜି ସେହି ସ୍ପୋର୍ଟ୍ସ ହଷ୍ଟେଲର ଶହ ଶହ ଆଥଲେଟଙ୍କ ଗହଣରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ରାଜ୍ୟ କ୍ରୀଡାମନ୍ତ୍ରୀ, କ୍ରୀଡ଼ା ସଚିବ, କ୍ରୀଡ଼ା ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ରହି କିଶୋରଙ୍କୁ ଶୁଭେଚ୍ଛା ଜଣାଇବା ସହ ସମ୍ବର୍ଦ୍ଧିତ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.