ETV Bharat / sports

Asian games: ବ୍ରୋଞ୍ଜ ଜିତିଲେ ଭାରତୀୟ ମହିଳା ହକି ଖେଳାଳି, 3 ଲକ୍ଷ ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

author img

By ETV Bharat Odisha Team

Published : Oct 7, 2023, 10:04 PM IST

Updated : Oct 13, 2023, 2:55 PM IST

ଭାରତୀୟ ମହିଳା ହକି ଖେଳାଳିଙ୍କ ପାଇଁ ବଡ଼ ଘୋଷଣା । ପ୍ରତ୍ୟେକ ଖେଳାଳିଙ୍କ ସହ ସପୋର୍ଟ ଷ୍ଟାଫଙ୍କୁ ମିଳିବ 3 ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

3 ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଭାରତୀୟ ମହିଳା ହକି ଖେଳାଳିଙ୍କ ପାଇଁ ପୁରସ୍କାର ଘୋଷଣା କଲା ଓଡିଶା । ପ୍ରତ୍ୟେକ ଖେଳାଳିଙ୍କ ସହ ସପୋର୍ଟ ଷ୍ଟାଫଙ୍କୁ ମିଳିବ 3 ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏସିଆନ ଗେମ୍ସରେ ବ୍ରୋଞ୍ଜ ପଦକ ଜିତିବା ପରେ ମହିଳା ଦଳକୁ ଅଭିନନ୍ଦନ ଜଣାଇବା ସହ ଏହି ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ।

ତେବେ ଚୀନର ହାଙ୍ଗଝୌରେ ଆୟୋଜିତ ଏସିଆନ ଗେମ୍ସରେ ଭାରତୀୟ ମହିଳା ହକି ଟିମ ସେମିଫାଇନାଲରେ ଚୀନ ଠାରୁ ହାରିବା ପରେ ବ୍ରୋଞ୍ଜ ପାଇଁ ଜାପାନ ସହ ଖେଳିଥିଲା । ତେବେ ଜାପାନକୁ 2-1 ଗୋଲରେ ହରାଇ ବ୍ରୋଞ୍ଜ ପଦକ ଅକ୍ତିଆର କରିଛି । ଆଜିର ବ୍ରୋଞ୍ଜ ପଦକ ଲଢ଼େଇରେ ଦୀପିକା ଓ ସୁଶୀଲା ଚାନୁ ଭାରତ ପାଇଁ 2ଟି ଗୋଲ ସ୍କୋର କରିଛନ୍ତି । ତେବେ ଖେଳ ଆରମ୍ଭରୁ ଭାରତ ଚମତ୍କାର ପ୍ରଦର୍ଶନ କରିଥିଲା । ସେପଟେ ଜାପାନ ଟିମର୍ କ୍ୟାପ୍ଟେନ ନଗାଇ ୟୁରି ଜାପାନ ପାଇଁ ଗୋଟିଏ ଗୋଲ ଦେଇଥିଲେ । ଏହାପରେ ଭାରତ ଓ ଜାପାନ ଖେଳାଳିଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିବା ବେଳେ ବ୍ରୋଞ୍ଜ ଜିତିବାକୁ ସକ୍ଷମ ହୋଇଥିଲା ଭାରତ ।

ଏହା ମଧ୍ୟ ପଢ଼ନ୍ତୁ.....Asian Games 2023: କବାଡିରେ ଭାରତକୁ ଉଭୟ ପୁରୁଷ ଓ ମହିଳା ଦେଲେ ସ୍ବର୍ଣ୍ଣ

ତେବେ ଖେଳର ପ୍ରଥମ କ୍ବାର୍ଟରର 5ମ ମିନିଟରେ ଭାରତୀୟ ଦଳ ପାଇଁ ଦୀପିକା ଗୋଲ କରିଥିଲେ । ଏହାପରେ ଜାପାନ ଦଳ ଦ୍ବିତୀୟ କ୍ବାର୍ଟରର ଶେଷରେ କାଉଣ୍ଟର ଆଟାକ୍‌ କରି 30 ମିନିଟରେ ନଗାଇ ୟୁରି ଜାପାନ ପାଇଁ ଗୋଲ କରିଥିଲେ । ତେବେ ମ୍ୟାଚର ତୃତୀୟ କ୍ବାର୍ଟରରେ କୌଣସି ଦଳ ଗୋଲ କରିବାରେ ସକ୍ଷମ ହୋଇନଥିବା ବେଳେ ଚତୁର୍ଥ କ୍ବାର୍ଟରର 50 ମିନିଟରେ ଭାରତ ପାଇଁ ଗୋଲ କରିଥିଲେ ସୁଶୀଲା ଚାନୁ । ତେବେ ଭାରତ 2-1ରେ ଆଗୁଆ ରହିଥିଲା । ପୂର୍ବରୁ 2018 ମସିହାରେ ଜାପାନ 2-1ରେ ଭାରତକୁ ହରାଇଥିଲା । ଏଥର ପୂର୍ବ ପରାଜୟର ମଧୁର ପ୍ରତିଶୋଧ ନେଇଛି ଭାରତୀୟ ମହିଳା ହକି ଦଳ । ତେବେ ଭାରତୀୟ ମହିଳା ହକି ଖେଳାଳିଙ୍କ ଏହି ସଫଳତା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇବା ସହ ପ୍ରତ୍ୟେକ ଖେଳାଳିଙ୍କ ପାଇଁ 3 ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଛନ୍ତି।

ଏହା ମଧ୍ୟ ପଢ଼ନ୍ତୁ.....ଅମିତ ରୋହିଦାସଙ୍କୁ ଦେଢ଼ କୋଟି ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଏସିଆନ୍‌ ଗେମ୍ସରେ ଜାପାନକୁ ଦେଇଥିଲେ ଗୋଲ

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 13, 2023, 2:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.