ଚେନ୍ନାଇ: ଆରମ୍ଭ ହୋଇଛି ୪୪ତମ ଚେସ୍ ଅଲମ୍ପିଆଡ୍ । ୧୮୭ଟି ଦେଶର ୨ ହଜାରରୁ ଅଧିକ ଚେସ୍ ମାଷ୍ଟର ଏହି ଅଲମ୍ପିଆଡରେ ଅଂଶ ଗ୍ରହଣ କରିଛନ୍ତି । ତେବେ ଏଠାରେ ଯେଉଁ ଚେସ୍ ବୋର୍ଡରେ ମାଷ୍ଟର ଖେଳିବେ ତାହାର ଦାମ କେତେ ହୋଇଥିବ କେବେ ଚିନ୍ତା କରିଛନ୍ତି କି ?
44ତମ ଚେସ୍ ଅଲମ୍ପିଆଡରେ ବ୍ୟବହାର ହେବାକୁ ଥିବା ପ୍ରତ୍ୟେକ ଚେସ୍ବୋର୍ଡର ଦାମ୍ ୭୫ ହଜାର ଟଙ୍କା । ଜର୍ମାନ ଟେକ୍ନୋଲୋଜୀରେ ଏହି ଚେସ୍ ବୋର୍ଡ ତିଆରି ହୋଇଛି । ଏଗୁଡ଼ିକୁ ଇୟୁରୋପରୁ ମଗାଯାଇଛି । ଚେସ୍ବୋର୍ଡଗୁଡ଼ିକ ଡିଜିଟାଲୀ କମ୍ପ୍ୟୁଟର ସହ ଜଡ଼ିତ । ଏହିଭଳି ଭାବରେ ଜଣେ ଇଣ୍ଟରନେଟ୍ରୁ ପ୍ରତ୍ୟେକ ଖେଳାଳିଙ୍କ ଚାଲ୍ ରେକର୍ଡ କରି ପାରିବ ।
୪୪ତମ ଚେସ୍ ଅଲମ୍ପିଆଡ ପାଇଁ ତାମିଲନାଡ଼ୁର ମହାବଲିପୁରମରେ ଏକ ବିଳାଶପୂର୍ଣ୍ଣ ହୋଟେଲ୍ରେ ଦୁଇଟି ମଞ୍ଚ ତିଆରି କରାଯାଇଛି । ଯେଉଁଥିରେ ଜର୍ମାନ ଟେକ୍ନୋଲୋଜୀରେ ତିଆରୀ ଦୁଇଟି ଚେସ୍ ବୋର୍ଡ ରଖାଯାଇଛି । ସେପଟେ ଡିଜିଟାଲ୍ ଚେସ୍ ବୋର୍ଡ ବ୍ୟବହାର ପଛର କାରଣ କହଛନ୍ତି ଜଣେ ରେଫରି ।
ଆନନ୍ଦ ବାବୁ ନାମକ ଜଣେ ରେଫରି କହିଛନ୍ତି ଯେ, "ଅନ୍ୟ ଖେଳ ଭଳି ଚେସ୍ ପାଇଁ ଏତେଟା ସୁବିଧା ନାହିଁ । ଏଣୁ ଡିଜିଟାଲ୍ ମାଧ୍ୟମରେ ଏହାକୁ ସଂଯୋଗ କରାଯାଇଛି ମ୍ୟାଚ୍ର ସିଧା ପ୍ରସାରଣ କରାଯାଇ ପାରିବ ।"