ନୂଆଦିଲ୍ଲୀ: ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପରେ ଭାରତୀୟ ସଟଲରଙ୍କ ବିଜୟ ଅଭିଯାନ ଆରମ୍ଭ ହୋଇଛି । ସୋମବାରଠୁ ଡେନମାର୍କର ଜୋପେନହାଗେନଠାରେ ଆରମ୍ଭ ହୋଇଥିବା ବ୍ୟାଡ୍ମିଣ୍ଟନ ବିଶ୍ବ ଚମ୍ପିଆନସିପ୍ରେ ଭାରତର ଏଚ୍ଏସ୍ ପ୍ରଣୟ ଓ ଲକ୍ଷ୍ୟ ସେନ୍ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି । ପ୍ରଥମ ଦିନରେ ଉଭୟ ଅଭିଜ୍ଞ ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । ଅନ୍ୟପଟେ ପୁରୁଷ ଏକକ ବର୍ଗର ପ୍ରଥମ ରାଉଣ୍ଡରୁ ବିଦା ହୋଇଛନ୍ତି କିଦାମ୍ବି ଶ୍ରୀକାନ୍ତ ।
ପୁରୁଷ ଏକକ ମୁକାବିଲାରେ ବିଶ୍ବର 9 ନମ୍ବର ପ୍ରଣୟ 24-22, 21-10ରେ ଫିନ୍ଲାଣ୍ଡର କୋଲଜୋନେନଙ୍କୁ ପରାସ୍ତ କରିଥିଲେ । ପୁରୁଷ ବର୍ଗରେ ପ୍ରଥମ ରାଉଣ୍ଡରେ ନବମ ସିଡ୍ ପ୍ରଣୟଙ୍କ କଡା ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିଥିଲା । ପ୍ରଣୟ ଓ କୋଲଜୋନେନ୍ଙ୍କ ମଧ୍ୟରେ 43 ମିନିଟ ଧରି ମୁକାବିଲା ହୋଇଥିଲା । ସେହିପରି ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜେତା ଲକ୍ଷ୍ୟ ସେନ୍ ମରିସସ୍ର ଜୁଲିଏନ୍ ପଲଙ୍କୁ 21-12, 21-7 ପରାସ୍ତ କରି ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି । ଲକ୍ଷ୍ୟ ସେନ୍ ଓ ଜୁଲିଏନ୍ ପଲ୍ଙ୍କ ମଧ୍ୟରେ ଏହି ଗେମ୍ 25 ମିନିଟ ଧରି ଚାଲିଥିଲା । ଦ୍ବିତୀୟ ପର୍ଯ୍ୟାୟରେ ପ୍ରଣୟ ଇଣ୍ଡୋନେସିଆର ସିଏ ଡିୱି ୱାରଡଡୋୟୋଙ୍କୁ ଏବଂ ଲକ୍ଷ୍ୟ କୋରିଆର ଜିଓନ ହିଓକ ଜିନ୍ଙ୍କୁ ଭେଟିବେ ।
ଅନ୍ୟପଟେ ପ୍ରଥମ ରାଉଣ୍ଡରୁ ବିଦା ହୋଇଛନ୍ତି ଅଭିଜ୍ଞ କିଦାମ୍ବି ଶ୍ରୀକାନ୍ତ । ସେହିପରି ମିଶ୍ରିତ ଯୁଗଳ ବର୍ଗରେ ଭାରତର ଏନ ସିକ୍କି ରେଡ୍ଡୀ ଓ ରୋହନ କପୁର ପ୍ରଥମ ରାଉଣ୍ଡରେ 14-21, 21-20, 18-21ରେ ସ୍କଟ୍ଲାଣ୍ଡର ଆଡାମ ହଲ୍ ଓ ଜୁଲି ମ୍ୟାକ୍ ଫେରସନଙ୍କଠାରୁ ପରାସ୍ତ ହୋଇଛି ବିଦାୟ ନେଇଛନ୍ତି ।
ଏହା ବି ପଢନ୍ତୁ...Canada Open 2023: ଏକକ ବର୍ଗରେ ଲକ୍ଷ୍ୟ ସେନ୍ ଚମ୍ପିଆନ
ବ୍ୟାଡମିଣ୍ଟନ୍ ୱାର୍ଲ୍ଡ ଫେଡେରେସନ(ବିଡବ୍ଲୁଏଫ) ବିଶ୍ବ ଚମ୍ପିଆସନ୍ପିର 28 ତମ ସଂସ୍କରଣ ସୋମବାରଠୁ ହେନ୍ମାର୍କ୍ର କୋପେନହେଗେନରେ ଆରମ୍ଭ ହୋଇଛି । ଏଥିରେ ଭାରତର ଡବଲ ଅଲିମ୍ପିକ ପଦକ ବିଜୟିନୀ ପିଭି ସିନ୍ଧୁ ଏବଂ ପୁରୁଷ ଡବଲ୍ଡ ଯୋଡି ସାତ୍ତ୍ବିକ-ଚିରାଗ ଯୋଡିଙ୍କ ଉପରେ ନଜର ରହିଛି । ଏହି ଚମ୍ପିଆନସିପ୍ରେ ଏହି ଭାରତୀୟ ସଟଲର ବିଜୟ ଅଭିଯାନ ଆରମ୍ଭ କରି ସଫଳ ହେବେ ବୋଲି ଆଶା କରାଯାଉଛି । ପ୍ରଥମ ରାଉଣ୍ଡରୁ ଶ୍ରୀକାନ୍ତଙ୍କ ଅଭିଯାନ ଶେଷ ହୋଇଥିବା ବେଲେ ଅଭିଜ୍ଞ ପ୍ରଣୟ ଓ ଲକ୍ଷ୍ୟ ସେନ ପଦକ ଦାବିଦାର ରହିଛନ୍ତି । ଚଳିତଥର ପୁରୁଷ ବର୍ଗରେ 64 ଜଣ, ମହିଳାରେ 48 ଜଣ ଖେଳାଳି ଭାଗ ନେଇଛନ୍ତି । ଡବଲ୍ସ (ପୁରୁଷ, ମହିଳା, ମିକ୍ସଡ) ପ୍ରତ୍ୟେକ 46ଟି ଲେଖାଏଁ ଯୋଡି ଅଂଶ ଗ୍ରହଣ କରିଛନ୍ତି ।