ETV Bharat / sports

ଆରମ୍ଭ ହେଲା ଓଡିଶା ଓପନ ବ୍ୟାଡ୍‌ମିଣ୍ଟନ, ଓହରିଲେ ସିନ୍ଧୁ ଓ ସାଇନା - ଓଡିଶା ଓପନ ବ୍ୟାଡ୍‌ମିଣ୍ଟନ

ଆରମ୍ଭ ହୋଇଯାଇଛି BWF ଓଡ଼ିଶା ଓପନ ସୁପର 100 ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ । କଟକ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ବିଶ୍ବ ବ୍ୟାଡ୍‌ମିଣ୍ଟନ ମହାସଂଘ (BWF)ର ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ଖେଳାଯାଉଛି । ଅଧିକ ପଢନ୍ତୁ

BWF odisha open 2022 begins as star players opt out
ଆରମ୍ଭ ହେଲା ଓଡିଶା ଓପନ ବ୍ୟାଡ୍‌ମିଣ୍ଟନ, ଓହରିଲେ ସିନ୍ଧୁ ଓ ସାଇନା
author img

By

Published : Jan 25, 2022, 6:39 PM IST

Updated : Jan 25, 2022, 7:32 PM IST

କଟକ: ଆରମ୍ଭ ହୋଇଯାଇଛି BWF ଓଡ଼ିଶା ଓପନ ସୁପର 100(odisha open 2022) ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ । କଟକ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ବିଶ୍ବ ବ୍ୟାଡ୍‌ମିଣ୍ଟନ ମହାସଂଘ (BWF)ର ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ଖେଳାଯାଉଛି । ଏହି ଟୁର୍ନାମେଣ୍ଟରେ 17 ଟି ଦେଶରୁ 298 ଜଣ ପୁରୁଷ ଓ ଅନ୍ୟାନ୍ୟ ମହିଳା ଖେଳାଳି ଅଂଶଗ୍ରହଣ କରିଛନ୍ତି। ପ୍ରଥମ ଦିନରେ କେବଳ ମହିଳା ଓ ପୁରୁଷ ଡବଲ୍ସ ମ୍ୟାଚ୍‌ ରହିଛି । କୋଭିଡ କଟକଣା ପାଇଁ ଷ୍ଟାଡିୟମକୁ ଦର୍ଶକଙ୍କୁ ବାରଣ କରାଯାଇଛି ।

ଓଡ଼ିଶାର ବ୍ୟାଡ୍‌ମିଣ୍ଟନ ତାରକା ଋତୁପର୍ଣ୍ଣା ପଣ୍ଡା ଏବଂ ଶ୍ବେତାପର୍ଣ୍ଣା ପଣ୍ଡା ମଧ୍ୟ ମ୍ୟାଚ୍‌ ଖେଳିବା ପାଇଁ କୋର୍ଟକୁ ଓହ୍ଲାଇବେ। ଜାନୁଆରୀ ୩୦ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏହି ଟୁର୍ନାମେଣ୍ଟରେ ପ୍ରାୟ 17ଟି ଦେଶରୁ 298 ଖେଳାଳି ଅଂଶଗ୍ରହଣ କରିଛନ୍ତି । ତେବେ ଓଡିଶା ଓପନ ଖେଳାଳି ଓ ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରିଛି କମିଶନରେଟ ପୋଲିସ ।

ଏହାମଧ୍ୟ ପଢନ୍ତୁ: ଆଜିଠୁ କଟକରେ ପ୍ରଥମ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ, ଉତ୍ସାହିତ ଆୟୋଜକ ଓ ଖେଳାଳି

ଓଡିଶା ଓପନରେ ନିଜର ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିବାକୁ ସର୍ଟଲରମାନେ ଆଶା ରଖିଛନ୍ତି। ଓଡିଆ ସର୍ଟଲର ଋତୁପର୍ଣ୍ଣା ପଣ୍ଡା ଶ୍ବେତପର୍ଣ୍ଣା ପଣ୍ଡାଙ୍କ ସମେତ ସିକି ରେଡ୍ଡୀ, ଅଶ୍ବିନୀ ପୋନାପାଙ୍କ ଭଳି ଭାରତୀୟ ଖେଳାଳିଙ୍କ ଉପରେ ସମସ୍ତଙ୍କ ନଜର ରହିବ। କୋଭିଡ କଟକଣା ଭିତରେ ଏହି ଟୁର୍ନାମେଣ୍ଟ ଆୟୋଜନ ହେଉଥିବାରୁ ଜାତୀୟ ବ୍ୟାଡମିଣ୍ଟନ ସଂଘ(BAI) ଓ ରାଜ୍ୟ ବ୍ୟାଡ୍‌ମିଣ୍ଟନ ସଂଘକୁ ପ୍ରଶଂସା କରିଛନ୍ତି ଖେଳାଳି ।

4ଟି କୋର୍ଟରେ ମୋଟ 5ଟି ବର୍ଗରେ ଖେଳାଯିବ ଏହି ଟୁର୍ନାମେଣ୍ଟ । ମହିଳା ସିଙ୍ଗଲ୍ସ ଓ ଡବଲ୍ସ, ପୁରୁଷ ସିଙ୍ଗଲ୍ସ ଓ ଡବଲ୍ସ ଏବଂ ମିକ୍ସ ଡବଲ୍ସ ଆଦି ଇଭେଣ୍ଟରେ ପ୍ରତିଯୋଗୀ ମାନେ ଭାଗ ନେବେ। ଟୁର୍ନାମେଣ୍ଟର ପୁରସ୍କାର ରାଶି 75 ହଜାର ଆମେରିକୀୟ ଡ଼ଲାର ରଖା ଯାଇଛି। ଟୁର୍ନାମେଣ୍ଟରେ 350ରୁ ଅଧିକ ଖେଳାଳି ଭାଗ ନେବାର କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ କୋଭିଡ କାରଣରୁ ଅନେକ ଷ୍ଟାର ଖେଳାଳି ଏହି ପ୍ରତିଯୋଗିତାରୁ ଓହରି ଯାଇଛନ୍ତି । ତେବେ ରାଜ୍ୟର ଖେଳାଳିମାନଙ୍କ ପାଇଁ ଏହି ଟୁର୍ନାମେଣ୍ଟ ଏକ ବଡ଼ ସୁଯୋଗ ବୋଲି କହିଛନ୍ତି ଓଡିଶା ବ୍ୟାଡମିଣ୍ଟନ ସଂଘର ସମ୍ପାଦକ ।

ଆଶା କରାଯାଉଥିଲା ଓଡ଼ିଶା ଓପନରେ ସାଇନା ନେହୱାଲ, ପିଭି ସିନ୍ଧୁଙ୍କ ସମେତ ଟୋକିଓ ଅଲମ୍ପିକ୍‌ସରେ ପଦକ ବିଜେତାମାନେ ଅଂଶ ଗ୍ରହଣ କରିବେ। କିନ୍ତୁ କୋଭିଡ ଯୋଗୁଁ ଅନେକ ଖେଳାଳି ଶେଷ ମୁହୂର୍ତ୍ତରେ ପ୍ରତିଯୋଗୀତାରୁ ଓହରି ଯାଇଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ୍‌, ଇଟିଭି ଭାରତ

Last Updated : Jan 25, 2022, 7:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.