ନୂଆଦିଲ୍ଲୀ: ଅଲମ୍ପିକରେ ନିଜ ସ୍ଥାନ ପକ୍କା କରି ସାରିଥିବା ଭାରତୀୟ ମୁଷ୍ଟିଯୋଦ୍ଧା ବିକାଶ କ୍ରିଷ୍ଣନ ଟୋକିଓ ଅଲମ୍ପିକ୍ସ ପାଇଁ ଆମେରିକାରେ ରହି ପ୍ରଶିକ୍ଷଣ ଆରମ୍ଭ କରିବା ନେଇ ମାଗିଥିବା ଅନୁମତିକୁ ସ୍ବୀକୃତି ଦେଇଛି ସ୍ପୋର୍ଟ୍ସ ଅଥୋରିଟି ଅଫ ଇଣ୍ଡିଆ (ଏସଏଆଇ) । ବିକାଶ ଚଳିତ ସପ୍ତାହ ଶେଷ ଆଡକୁ ନିଜ କୋଚ ରନ ସିମ୍ସ ଜୁନିଅରଙ୍କ ସହ ଆମେରିକା ଯାତ୍ରା କରିବେ କ୍ରିଷ୍ଣନ । ସେଠାରେ ଭର୍ଜିଲିଆ ସ୍ଥିତ ଆଲେକଜାଣ୍ଡ୍ରିଆ ବକ୍ସିଂ କ୍ଲବରେ ସେମାନେ ନଭେମ୍ବର 30 ପର୍ଯ୍ୟନ୍ତ ଟ୍ରେନିଂ କରିବେ ।
ଏକ ବିବୃତ୍ତିରେ ଏସଏଆଇ କହିଛି ଯେ ଭାରତୀୟ ବକ୍ସିଂ ହାଇ ପରଫରମାନ୍ସ ନିର୍ଦ୍ଦେଶକ ସାଣ୍ଟିଆଗୋ ନିଭାଙ୍କ ଦ୍ବାରା ଫରେନ ଏକ୍ସପୋଜର ପାଇଁ ସୁପାରିଶ କରାଯାଇଛି । ଟାର୍ଗେଟ ଅଲିମ୍ପିକ ପୋଡିୟମ ଯୋଜନା (TOPS)ର ଏକ ଅଂଶ ଥିବା ବିକାଶଙ୍କୁ ଏହି ଗସ୍ତ ଅବଧି ପାଇଁ 17.5 ଲକ୍ଷ ଟଙ୍କା ଆର୍ଥିକ ସହାୟତା ଅନୁମୋଦନ କରାଯାଥିବା ନେଇ ଏସଏଆଇ ନିଜ ବିବୃତ୍ତିରେ କହିଛି ।
ଆମେରିକାରେ କ୍ରିଷନଙ୍କ ପ୍ରଶିକ୍ଷଣ ବିଷୟରେ ନିଭା କହିଛନ୍ତି, ‘‘ବିକାଶଙ୍କ ପାଇଁ ଏହା ଏକ ବହୁତ ଭଲ ଅନୁଭୂତି ହେବ। ସେ ଏତେ ବର୍ଷ ଧରି ଜାତୀୟ ଦଳରେ ଅଛନ୍ତି ଏବଂ ତାଙ୍କ ପାଇଁ ଏହା ହେଉଛି ଉଚିତ ସମୟ ଯେ ସେ ବାହାରକୁ ଯାଇ ଭିନ୍ନ କିଛି କରିବେ ।’’
‘‘ସେ ଫେରିବା ପରେ, ଟୋକିଓ ଅଲମ୍ପିକର ଅଲମ୍ପିକ ଷ୍ଟାଇଲ ବକ୍ସିଂ ପାଇଁ ଆମେ କ୍ୟାମ୍ପ ସହ ବିଭିନ୍ନ ଟୁର୍ଣ୍ଣାମେଣ୍ଟ ଉପରେ ଧ୍ୟାନ ଦେବୁ,’’ ବୋଲି କହିଛନ୍ତି ନିଭା । ଏହାପୂର୍ବରୁ, 28 ବର୍ଷୀୟ ହରିୟାଣା ଆଥଲେଟ କହିଥିଲେ ଯେ, ‘‘ମୋର ଲକ୍ଷ୍ୟ ହେଉଛି ଅଲିମ୍ପିକରେ ସ୍ବର୍ଣ୍ଣ ପଦକ ଜିତିବା ଏବଂ ଏଥିପାଇଁ ମୁଁ ମୋ ଜୀବନକୁ ବିପଦରେ ପକାଇବାକୁ ପ୍ରସ୍ତୁତ ।’’
‘‘ବର୍ତ୍ତମାନ ବିମାନ ଉଡ଼ାଣ ଚାଲିଛି ଏବଂ ମୁଁ ସମ୍ପୂର୍ଣ୍ଣ ସତର୍କତାର ସହିତ ଯାତ୍ରା କରିବି ଯାହା ଦ୍ବାରା ମୁଁ ସଂକ୍ରମିତ ହେବା ଏବଂ କୌଣସି ହୋଟେଲ ରୁମରେ ବସିବା ପରିବର୍ତ୍ତେ ମୋର ପ୍ରଶିକ୍ଷଣରେ ଧ୍ୟାନ ଦେଇ ପାରିବି।’’
ଏସୀୟ ଗେମ୍ସ ଏବଂ କମନୱେଲଥ ଗେମ୍ସର ସ୍ବର୍ଣ୍ଣ ପଦକ ବିଜେତା ଆସନ୍ତା ବର୍ଷ ଟୋକିଓରେ ତୃତୀୟ ଅଲିମ୍ପିକ ପ୍ରଦର୍ଶନ କରିବେ । ସମ୍ମାନଜନକ ଇଭେଣ୍ଟ ପାଇଁ ଏପର୍ଯ୍ୟନ୍ତ ସ୍ଥାନ ପକ୍କା କରିଥିବା ପାଞ୍ଚ ଜଣ ବକ୍ସରଙ୍କ ମଧ୍ୟରେ କ୍ରିଷନ ହେଉଛନ୍ତି ସବୁଠାରୁ ଅଭିଜ୍ଞ ।
@IANS