ETV Bharat / sports

ବକ୍ସର ଲଭଲିନା ବୋର୍ଗହେନ ହେଲେ DSP, ନିଯୁକ୍ତି ପତ୍ର ଦେଲେ ଆସାମ ସିଏମ - ବକ୍ସର ଲଭଲିନା ବୋର୍ଗହେନ ହେଲେ ଡିଏସପି

ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ବିଜୟିନୀ ବକ୍ସର ଲଭଲିନା ହେଲେ ଆସାମ ପୋଲିସ ଡିଏସପି । ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବ ଶର୍ମା ଡିସପୁର ଜନତା ଭବନରେ ଲଭଲିନାଙ୍କୁ ପୋଲିସ ଅଧୀକ୍ଷକ (DSP) ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି ।

ବକ୍ସର ଲଭଲିନା ବୋର୍ଗହେନ ହେଲେ DSP
ବକ୍ସର ଲଭଲିନା ବୋର୍ଗହେନ ହେଲେ DSP
author img

By

Published : Jan 12, 2022, 3:15 PM IST

ଡିସପୁର: ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ବିଜୟିନୀ ବକ୍ସର ଲଭଲିନା ହେଲେ ଆସାମ ପୋଲିସ ଡିଏସପି । ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବ ଶର୍ମା ଡିସପୁର ଜନତା ଭବନରେ ଲଭଲିନାଙ୍କୁ ପୋଲିସ ଅଧୀକ୍ଷକ (DSP) ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି । ଟୋକିଓ ଅଲମ୍ପିକ୍ସ ପରେ ତାଙ୍କୁ ଡିଏସପି ଚାକିରୀ ପ୍ରଦାନ କରିବା ପାଇଁ ଘୋଷଣା କରିଥିଲେ ଆସାମ ମୁଖ୍ୟମନ୍ତ୍ରୀ । ଏହାଛଡା ଲଭଲିନାଙ୍କ ନାମରେ ଏକ ସଡକ ଓ ଏକ ଷ୍ଟାଡିୟମ ମଧ୍ୟ ନିର୍ମାଣ କରିବା ପାଇଁ ଘୋଷଣା କରିଥିଲେ ।

ବକ୍ସର ଲଭଲିନା ବୋର୍ଗହେନ ହେଲେ DSP
ବକ୍ସର ଲଭଲିନା ବୋର୍ଗହେନ ହେଲେ DSP

ଲଭଲିନାଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରି ତାଙ୍କୁ ପ୍ରଶଂସା କରିଥିଲେ ଆସାମ ମୁଖ୍ୟମନ୍ତ୍ରୀ । ସେ କହିଥିଲେ ଲଭଲିନାଙ୍କର ଆସାମରୁ ଅଲମ୍ପିକ ଯାତ୍ରା ଥିଲା ବେଶ ପ୍ରେରଣାଦାୟୀ । ତାଙ୍କୁ DSP ପଦ ପାଇଁ ନିଯୁକ୍ତି ପତ୍ର ଦେଇ ମୁଁ ଆନନ୍ଦିତ । ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ଆଶା କରୁଛି ଯେ ସେ କ୍ରୀଡା ଏବଂ କର୍ମ କ୍ଷେତ୍ରରେ ତାଙ୍କର ସଫଳତା ସହିତ ଯୁବକମାନଙ୍କୁ ପ୍ରେରଣା ଦେବେ ବୋଲି ଟ୍ବିଟ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବ ଶର୍ମା ।

ବକ୍ସର ଲଭଲିନା ବୋର୍ଗହେନ ହେଲେ DSP
ବକ୍ସର ଲଭଲିନା ବୋର୍ଗହେନ ହେଲେ DSP

ଟୋକିଓ ଅଲମ୍ପିକ୍ସରେ ମେଡାଲ ଜିତିଥିବା ଆସାମର ପ୍ରଥମ ଆଥଲେଟ ହୋଉଛନ୍ତି ଲଭଲିନା ବୋର୍ଗହେନ । ୧୨୫ ବର୍ଷ ପରେ ଅଲମ୍ପିକ୍ସରେ ଆସାମକୁ ପଦକ ଭେଟି ଦେଇଥିଲେ । ବକ୍ସର ଭାବେ ଭାରତର ଦ୍ବିତୀୟ ମହିଳା ଅଲମ୍ପିକ ମେଡାଲ ବିଜେତା ହୋଇ ପାରିଛନ୍ତି ଲଭଲିନା । ୨୨ ବର୍ଷୀୟ ଲଭଲିନା ଅଲମ୍ପିକ ସେମିଫାଇନାଲ ମୁକାବିଲାରେ ପୂର୍ବ ବିଶ୍ବ ଚମ୍ପିଆନ ତୁର୍କୀର ବୁସାନେଜ ସୁରମେନେଲିଙ୍କ ଠାରୁ ଲଭଲିନା ପରାସ୍ତ ହୋଇଥିଲେ ।

  • From the backwaters of Assam to Olympic glory, journey of Smt. @LovlinaBorgohai is inspiring. I'm elated to give her the appointment letter for the post of DySP.

    I congratulate her and hope that she will inspire the youth with her achievements in sports & official work. pic.twitter.com/rrZVGnydwI

    — Himanta Biswa Sarma (@himantabiswa) January 12, 2022 " class="align-text-top noRightClick twitterSection" data=" ">

ଆସାମ ଝିଅ ଲଭଲିନା, ମୁଏ ଥାଇ ଅଭ୍ୟାସକାରୀ ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ଟୋକିଓ ଟକ୍କର ପରେ ପ୍ୟାରିସ ୨୦୨୪ରେ ସ୍ବର୍ଣ୍ଣ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି ଲଭଲିନା । ଡିଏସପି ଭାବେ ଦାୟିତ୍ବ ଗ୍ରହଣ କରିବା ପୂର୍ବରୁ ଲଭଲିନା ମଙ୍ଗଳବାର ଆସାମର ଡିଜି ଏଲଆର ବିଷ୍ଣୋଇଙ୍କୁ ଭେଟିଥିଲେ । ଯାହାର ଫଟୋ ନିଜେ ବିଷ୍ଣୋଇ ଟ୍ବିଟରରେ ସେୟୋର କରିଛନ୍ତି । ଏହି ଅବସରରେ ସେ ଲଭଲିନାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ । ଏହି ସାକ୍ଷାତକାରରେ ଲଭଲିନା ତାଙ୍କ ସଂଘର୍ଷର ଦିନ ବିଷୟ ପ୍ରତିଟି ଘଟଣା ତାଙ୍କୁ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.