ETV Bharat / sports

ଭାରତୀୟ ସୁଟରଙ୍କୁ ବଡ ଝଟକା, ବାକୁ ବିଶ୍ବକପ ବାତିଲ

author img

By

Published : Apr 26, 2021, 10:37 PM IST

କୋରୋନା ମହାମାରୀଙ୍କ ସଙ୍କଟ ସ୍ଥିତିକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ସୁଟିଂ ଫେଡରେସନ ଏହି ମେଗା ଇଭେଣ୍ଟକୁ ବାତିଲ ଘୋଷଣା କରିଛି । ଅଧିକ ପଢନ୍ତୁ...

Blow for Indian shooters as Baku World Cup cancelled
ଭାରତୀୟ ସୁଟରଙ୍କୁ ବଡ ଝଟକା, ବାକୁ ବିଶ୍ବକପ ବାତିଲ

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ୍ସ ଯୋଗ୍ୟତା ଅର୍ଜନ ପାଇଁ ଆଶାବାଦୀ ଭାରତୀୟ ସୁଟରଙ୍କୁ ବଡ ଝଟକା । ମଙ୍ଗଳବାର ବାତିଲ ହେଲା ବାକୁରେ ଜୁନ 21ରୁ ଜୁଲାଇ 2 ପର୍ଯ୍ୟନ୍ତ ହେବାକୁ ଥିବା ISSF ସୁଟିଂ ବିଶ୍ବକପ । ପୂର୍ବରୁ ଜାତୀୟ ସୁଟିଂ କ୍ୟାମ୍ପ ସ୍ଥଗିତ ହୋଇଥିଲା । ଫଳରେ ଏହି ମେଗା ଟୋକିଓ ପ୍ରସ୍ତୁତି ଇଭେଣ୍ଟ ବାତିଲ ହେବାପରେ 15 ଜଣିଆ ଭାରତୀୟ ସୁଟିଂ ଟିମକୁ ଜୋରଦାର ଝଟକା ଲାଗିଛି ।

କୋରୋନା ମହାମାରୀ ସଙ୍କଟ ସ୍ଥିତିକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ସୁଟିଂ ଫେଡେରେସନ ଏହି ମେଗା ଇଭେଣ୍ଟକୁ ବାତିଲ ଘୋଷଣା କରିଛି ।

ଟୋକିଓ ଅଲମ୍ପିକ୍ସ ପ୍ରସ୍ତୁତି ପରଖିବାକୁ ଭାରତୀୟ ସୁଟରଙ୍କ ପାଇଁ ଏହା ବଡ ସୁଯୋଗ ଥିଲା । ମାତ୍ର ଏହା ଭାରତୀୟ ସୁଟରଙ୍କ ପାଇଁ ନିରାଶ ଖବର ବୋଲି କହିଛନ୍ତି ଭାରତୀୟ ରାଇଫଲ ସଂଘର ସମ୍ପାଦକ ରାଜୀବ ଭାଟିଆ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.