ETV Bharat / sports

ଆନ୍ଦୋଳନରୁ ଓହରିଲେ ଶାରୀରିକ ଶିକ୍ଷା ଛାତ୍ରଛାତ୍ରୀ

author img

By

Published : Sep 24, 2019, 9:56 PM IST

ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଦାବି ପୂରଣ ନେଇ ପ୍ରତିଶ୍ରୁତି ମିଳିବା ପରେ, 4ଦିନ ଧରି ଚ଼ାଲିଥିବା ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

ଭୁବନେଶ୍ବର: 4ଦିନ ଧରି ଚାଲିଥିବା ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଦାବି ପୂରଣ ନେଇ ପ୍ରତିଶ୍ରୁତି ମିଳିବା ପରେ, ଆନ୍ଦୋଳନରୁ ଓହରିଛନ୍ତି ଛାତ୍ରଛାତ୍ରୀ ।

ସରକାର ଛାତ୍ରଛାତ୍ରୀଙ୍କ ସମସ୍ୟା ସଂପର୍କରେ ଅବଗତ ଅଛନ୍ତି । ଖୁବ୍‌ ଶୀଘ୍ର ଛାତ୍ରଛାତ୍ରୀଙ୍କ ସମସ୍ତ ଅଭିଯୋଗର ସମାଧାନ କରାଯିବା ନେଇ କ୍ରୀଡାବିଭାଗ ପକ୍ଷରୁ ଅଭୟ ବାଣି ମିଳିଛି ।

ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ ପାଇଁ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତୀ ବେହେରା କ୍ରୀଡ଼ା ନିର୍ଦ୍ଦେଶକଙ୍କ ସହ ସଂପର୍କରେ ଆଲୋଚନା କରିଛନ୍ତି । ଏହାପରେ ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ବେହେରା । ଏଥିସହିତ କଳିଙ୍ଗ ଷ୍ଟାଡିୟମ୍‌ରେ ଥିବା ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟର ଅଧ୍ୟକ୍ଷ ଦେବେନ୍ଦ୍ର ନାଥ ବେହେରାଙ୍କ ସହ ମଧ୍ୟ ମନ୍ତ୍ରୀ ଆଲୋଚନା କରିଛନ୍ତି ।

କଳିଙ୍ଗ ଷ୍ଟାଡିୟମ୍‌ର ହାଇ ପରଫର୍ମାନ୍ସ ସେଣ୍ଟର ପାଇଁ ଶାରୀରିକ ଶିକ୍ଷା ମହାବିଦ୍ୟାଳୟକୁ ସାମୟିକ ଭାବେ ଆପେକ୍ସ କଲେଜରେ ଶିକ୍ଷାଦାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ତେବେ ସଂପୃକ୍ତ କଲେଜ ସହ ଚୁକ୍ତିନାମା ହୋଇ ନଥିବାରୁ, ସେଠାରେ ଶିକ୍ଷାଦାନ ଆରମ୍ଭ ହୋଇପାରି ନଥିଲା । ସେଥପାଇଁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ କରି ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଥିଲେ ।

ଏଥି ସହିତ କଲେଜର ନୂଆ ବିଲ୍ଡିଂ ପାଇଁ ତମାଣ୍ଡୋ ମଉଜାରେ ଜମି ଚିହ୍ନଟ ହୋଇସାରିଛି ବୋଲି କଲେଜ ଅଧ୍ୟକ୍ଷ ମନ୍ତ୍ରୀ ବେହେରାଙ୍କୁ ସୂଚନା ଦେଇଥିଲେ । କଲେଜର ନୂଆ ବିଲ୍ଡିଂ କାର୍ଯ୍ୟ ପ୍ରକ୍ରିୟା ସହ ଛାତ୍ରଛାତ୍ରୀଙ୍କ ପାଠପଢ଼ା ତୁରନ୍ତ ଆରମ୍ଭ କରିବା ପାଇଁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ସ୍ଥାୟୀ ବ୍ୟବସ୍ଥା ହେବା ପର୍ଯ୍ୟନ୍ତ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରି ତୁରନ୍ତ ଶିକ୍ଷାଦାନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ବ୍ୟାହତ ନହୁଏ ସେଥିପ୍ରତି ଦୃଷ୍ଟି ଦେବା ପାଇଁ ମନ୍ତ୍ରୀ କଲେଜ୍ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ କରି ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ କରିଥିବା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ସରକାର ଛାତ୍ରଛାତ୍ରୀଙ୍କ ସମସ୍ୟା ସଂପର୍କରେ ଅବଗତ ଅଛନ୍ତି ଏବଂ ଖୁବ୍‌ ଶୀଘ୍ର ମଧ୍ୟରେ ଛାତ୍ରଛାତ୍ରୀଙ୍କ ସମସ୍ତ ଅଭିଯୋଗର ସମାଧାନ କରାଯିବ ବୋଲି କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ କୁହାଯିବା ପରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ । ଛାତ୍ରଛାତ୍ରୀମାନେ ସେମାନଙ୍କ ସମସ୍ୟା ନେଇ ବିଭାଗ ଆଗରେ ଧାରଣା ଦେଇଥିବା ଜାଣିବା ପରେ ଇଲେକ୍‌ଟ୍ରୋନିକସ୍‌, ସୂଚନା ଓ ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା କ୍ରୀଡ଼ା ନିର୍ଦ୍ଦେଶକଙ୍କ ସହ ଏ ସଂପର୍କରେ ବିଶଦ ଭାବେ ଆଲୋଚନା କରିଥିଲେ ଏବଂ ଛାତ୍ରଛାତ୍ରୀଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ପୂର୍ବରୁ ସେପେଫମ୍ବର ୨୦ରେ ମନ୍ତ୍ରୀ ଶ୍ରୀ ବେହେରା ଛାତ୍ରଛାତ୍ରୀଙ୍କ ଏହି ସମସ୍ୟା ସଂପର୍କରେ ସୂଚନା ପାଇ କଳିଙ୍ଗ ଷ୍ଟାଡିୟମ୍‌ରେ ଥିବା ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ ଅଧ୍ୟକ୍ଷ ଦେବେନ୍ଦ୍ର ନାଥ ବେହେରାଙ୍କ ସହ ବିଶଦ ଆଲୋଚନା କରିଥିଲେ । କଳିଙ୍ଗ ଷ୍ଟାଡିୟମ୍‌ର ହାଇ ପରଫର୍ମାନ୍ସ ସେଣ୍ଟର ପାଇଁ ଶାରୀରିକ ଶିକ୍ଷା ମହାବିଦ୍ୟାଳୟକୁ ସାମୟିକ ଭାବେ ଆପେକ୍ସ କଲେଜରେ ଶିକ୍ଷାଦାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ତେବେ ସଂପୃକ୍ତ କଲେଜ ସହ ଚୁକ୍ତିନାମା ହୋଇ ନଥିବାରୁ ସେଠାରେ ଶିକ୍ଷାଦାନ ଆରମ୍ଭ ହୋଇପାରି ନାହିଁ । ଏଥି ସହିତ କଲେଜର ନୂଆ ବିଲଡିଂ ପାଇଁ ତମାଣ୍ଡୋ ମଉଜାରେ ଜମି ଚିହ୍ନଟ ହୋଇସାରିଛି ବୋଲି କଲେଜ ଅଧ୍ୟକ୍ଷା ମନ୍ତ୍ରୀ ଶ୍ରୀ ବେହେରାଙ୍କୁ ସୂଚନା ଦେଇଥିଲେ । କଲେଜର ନୂଆ ବିଲଡିଂ କାର୍ଯ୍ୟ ପ୍ରକ୍ରିୟା ସହ ଛାତ୍ରଛାତ୍ରୀଙ୍କ ପାଠପଢ଼ା ତୁରନ୍ତ ଆରମ୍ଭ କରିବା ପାଇଁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି । ଏଥି ସହ ସ୍ଥାୟୀ ବ୍ୟବସ୍ଥା ହେବା ପର୍ଯ୍ୟନ୍ତ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରି ତୁରନ୍ତ ଶିକ୍ଷାଦାନ ଆରମ୍ଭ କରିବା ସହ କୌଣସି ପରିସ୍ଥିତିରେ ଯେପରି ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ବ୍ୟାହତ ନହୁଏ ସେଥିପ୍ରତି ଦୃଷ୍ଟି ଦେବା ପାଇଁ ମନ୍ତ୍ରୀ ଶ୍ରୀ ବେହେରା କଲେଜ୍‌ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।Body:KConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.