ETV Bharat / sports

ବେସବଲ୍ ଟୁର୍ଣ୍ଣାମେଣ୍ଟ ଜର୍ସିରେ ତିଆରି ହେବେ ମାସ୍କ! - Baseball jerseys

ଏକ ନିଆରା ଢଙ୍ଗରେ ସହାୟତା ହାତ ବଡାଇଛି ମେଜର ଲିଗ୍ ବେସବଲ୍(ଏମଏଲବି ) । ନୂତନ ସିଜିନ ପାଇଁ ଆସିଥିବା ଜର୍ସିଗୁଡିକ କୋରୋନା ଭାଇରସ୍ ପାଇଁ ମାସ୍କ ଓ ମେଡିକାଲ ଗାଉନ ତିଆରିରେ ବ୍ୟବହୃତ ହେବ ।

baseball-jerseys-to-be-used-for-making-masks-hospital-gowns
ବେସବଲ୍ ଟୁର୍ଣ୍ଣାମେଣ୍ଟ ଜର୍ସିରେ ତିଆରି ହେବେ ମାସ୍କ!
author img

By

Published : Mar 27, 2020, 11:22 PM IST

ନ୍ୟୁୟର୍କ: କୋରୋନା ମାଡରେ ସମଗ୍ର କ୍ରୀଡା ଜଗତ ଏବେ ଠପ୍‌ । କୌଣସି ଘରୋଇ କିମ୍ବା ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଖେଳାଯାଉ ନାହିଁ । କ୍ରୀଡାବିତମାନେ କୋରୋନା ମୁକାବିଲା ପାଇଁ ସହାୟତାର ହାତ ବଢାଉଛନ୍ତି । ତେବେ ଏକ ନିଆରା ଢଙ୍ଗରେ ସହାୟତା ହାତ ବଡାଇଛି ମେଜର ଲିଗ୍ ବେସବଲ୍(ଏମଏଲବି ) । ନୂତନ ସିଜିନ ପାଇଁ ଆସିଥିବା ଜର୍ସିଗୁଡିକ କୋରୋନା ଭାଇରସ୍ ପାଇଁ ମାସ୍କ ଓ ମେଡିକାଲ ଗାଉନ ତିଆରିରେ ବ୍ୟବହୃତ ହେବ ।

ଦି ନ୍ୟୁୟର୍କ ଟାଇମ୍ସ ଅନୁଯାୟୀ ଫ୍ୟାନାଟିକ୍ସ, ଏମଏଲବି ପାଇଁ ନାଇକ୍ ୟୁନିଫର୍ମ ଉତ୍ପାଦନ କରୁଥିବା କମ୍ପାନୀ ମେଡିକାଲ୍ ପୋଷାକ ଉତ୍ପାଦନ ପାଇଁ ଏହାର କାରଖାନାକୁ ସାମୟିକ ରୂପାନ୍ତର କରିଛି । ଏହି ମାସ୍କଗୁଡ଼ିକ ଜର୍ସି ପାଇଁ ବ୍ୟବହୃତ ସମାନ କପଡ଼ାରୁ ନିର୍ମିତ ହେବ । ଏମଏଲବି କମିଶନର ରବି ମନଫ୍ରେଡ କହିଛନ୍ତି, ‘‘ମୁଁ ପ୍ରକୃତରେ ଆଶା କରୁଛି ଯେ କୋରୋନା ଭାଇରସ ବିପକ୍ଷ ଲଢେଇରେ ବେସବଲ ଏହି ପ୍ରଥମ ପଦକ୍ଷେପ ସଫଳ ହେବ । ମୁଁ କେବଳ ସେହି ଧାଞ୍ଚାର ପ୍ରତୀକକୁ ଭଲପାଏ, ଯାହା ବେସବଲ୍ ସହିତ ଜଡିତ । ’’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.