ETV Bharat / sports

ମାତେଓ ରାଙ୍କି ସିରିଜରେ ବଜରଙ୍ଗ ପୁନିଆଙ୍କୁ ସ୍ବର୍ଣ୍ଣ ପଦକ

author img

By

Published : Mar 8, 2021, 5:44 PM IST

ବିନେଶ ଫୋଗାଟ ପରେ ମାତେଓ ରାଙ୍କି ସିରିଜରେ ସ୍ବର୍ଣ୍ଣ ପଦକ ହାସଲ କଲେ ଭାରତୀୟ କୁସ୍ତି ତାରକା ବଜରଙ୍ଗ ପୁନିଆ। ଏହାପରେ 65 କେଜି ବର୍ଗ ବିଶ୍ବ କୁସ୍ତି ରାଙ୍କିରେ ଶୀର୍ଷରେ ପହଞ୍ଚିଛନ୍ତି ବଜରଙ୍ଗ ପୁନିଆ। ଅଧିକ ପଢ଼ନ୍ତୁ...

ମାତେଓ ରାଙ୍କିଂ ସିରିଜରେ ବଜରଙ୍ଗ ପୁନିଆଙ୍କୁ ସ୍ବର୍ଣ୍ଣ ପଦକ

ନୂଆଦିଲ୍ଲୀ: ବିନେଶ ଫୋଗାଟ ପରେ ମାତେଓ ରାଙ୍କି ସିରିଜରେ ସ୍ବର୍ଣ୍ଣ ପଦକ ହାସଲ କଲେ ଭାରତୀୟ କୁସ୍ତି ତାରକା ବଜରଙ୍ଗ ପୁନିଆ। ଏହାପରେ 65 କେଜି ବର୍ଗ ବିଶ୍ବ କୁସ୍ତି ରାଙ୍କିରେ ଶୀର୍ଷରେ ପହଞ୍ଚିଛନ୍ତି ବଜରଙ୍ଗ ପୁନିଆ। ଏହା ପୂର୍ବରୁ ବିନେଶ ଫୋଗାଟ ମଧ୍ୟ 53 ବର୍ଗ କୁସ୍ତିରେ ସ୍ବର୍ଣ୍ଣ ପଦକ ହାସଲ କରି ଶୀର୍ଷ ରାଙ୍କିରେ ପହଞ୍ଚି ଥିଲେ । ଦୁଇ କୁସ୍ତି ଖେଳାଳି ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି। କୋରୋନା ମହାମାରୀ କାରଣରୁ ରାଙ୍କିରେ ଶୀର୍ଷ ସ୍ଥାନରୁ ତଳକୁ ଖସିଛନ୍ତି ଦୁଇ କୁସ୍ତି ତାରକା।

ରୋମ ମାତେଓ ରାଙ୍କି ସିରିଜ ଫାଇନାଲରେ ମଙ୍ଗୋଲିଆର ତୁମୁର ଓଚିରଙ୍କୁ ଭେଟିଥିଲେ ବଜରଙ୍ଗ ପୁନିଆ। ଏହି ମ୍ୟାଚକୁ 2-2 ପଏଣ୍ଟରେ ଜିତି ନେଇଥିଲେ ପୁନିଆ । ଏହି ମ୍ୟାଚର ଶେଷ 30 ସେକେଣ୍ଡରେ ସେ ଦୁଇ ଅଙ୍କ ନେଇ ବିଜୟୀ ହୋଇଛନ୍ତି। ପ୍ରାୟ ଏକ ବର୍ଷ ପରେ ଅନ୍ତରାଷ୍ଟ୍ରୀୟ କୁସ୍ତି ପ୍ରତିଯୋଗିତାକୁ ଫେରିଛନ୍ତି ପୁନିଆ। ଗତବର୍ଷ ମଧ୍ୟ ଆମେରିକାର ଜର୍ଡାନ ଓଲିବରଙ୍କୁ ହରାଇ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ପୁନିଆ।

ସେପଟେ 125 ବର୍ଗରେ କାଂସ୍ୟ ପଦକ ଜିତି ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି ସୁମିତ ମଲିକ। 57 କେଜି ବର୍ଗର ଦ୍ବିତୀୟ ସ୍ଥାନରେ ରହିଛନ୍ତି ସରିତା। ଏହାପୂର୍ବରୁ ଏସିଆନ ଓ ରାଷ୍ଟ୍ରମଣ୍ଡଳ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ବିଜେତା ବିନେଶ ଫୋଗାଟ କାନାଡ଼ାର ଡିୟାନ ୱିକରଙ୍କୁ ହରାଇ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଫାଇନାଲ ମ୍ୟାଚରେ ସେ ୱିକରଙ୍କୁ 4-0ରେ ମାତ ଦେଇଥିଲେ। ଏହାସହ ସେ ୟୁକ୍ରେନରେ ଆୟୋଜିତ ଆଉଟଷ୍ଟାଣ୍ଡିଂ କୁସ୍ତି ମେମୋରିଆଲ ଟୁର୍ଣ୍ଣାମେଣ୍ଟର 53 କେଜି ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.