ମେଲବୋର୍ଣ୍ଣ: ଚଳିତ ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଲେ ଭାରତୀୟ ଟେନିସ ଷ୍ଟାର ସାନିଆ ମୀର୍ଜା । ମିକ୍ସଡ ଡବଲ୍ସ କ୍ବାର୍ଟର-ଫାଇନାଲ ମୁକାବିଲାରେ ସାନିଆ ଓ ତାଙ୍କର ଆମେରିକୀୟ ପାର୍ଟନର ରାଜୀବ ରାମ ପରାସ୍ତ ହୋଇଛନ୍ତି ।
-
Thank you for the memories, @MirzaSania ❤️
— #AusOpen (@AustralianOpen) January 25, 2022 " class="align-text-top noRightClick twitterSection" data="
The two-time #AusOpen doubles champion has played her final match in Melbourne.#AO2022 pic.twitter.com/YdgH9CsnF0
">Thank you for the memories, @MirzaSania ❤️
— #AusOpen (@AustralianOpen) January 25, 2022
The two-time #AusOpen doubles champion has played her final match in Melbourne.#AO2022 pic.twitter.com/YdgH9CsnF0Thank you for the memories, @MirzaSania ❤️
— #AusOpen (@AustralianOpen) January 25, 2022
The two-time #AusOpen doubles champion has played her final match in Melbourne.#AO2022 pic.twitter.com/YdgH9CsnF0
ଫଳରେ ପ୍ରତିଯୋଗିତାରେ ଉଭୟଙ୍କର ଅଭିଯାନ ଶେଷ ହୋଇଛି । ମାରଗାରେଟ କୋର୍ଟ ଏରେନାରେ ଖେଳାଯାଇଥିବା କ୍ବାର୍ଟର-ଫାଇନାଲରେ ଜେସନ କୁଲବର ଓ ଜେମି ଫୁରଲିସଙ୍କ ଠାରୁ ପରାଜିତ ହୋଇଛନ୍ତି ସାନିଆ ଓ ରାଜୀବ ଯୋଡି । କୁଲବର ଓ ଫୁରଲିସ ୬-୪, ୭-୬ ସିଧାସଳଖ ସେଟ୍ରେ ସାନିଆ ଓ ରାଜୀବଙ୍କୁ ହରାଇଛନ୍ତି ।
ଏହାମଧ୍ୟ ପଢନ୍ତୁ: Asia Cup Hockey: ସେମିଫାଇନାଲରେ ମହିଳା ହକି ଟିମ ଇଣ୍ଡିଆ
ପ୍ରଥମ ସେଟ୍ରେ ପରାଜୟ ପରେ ସାନିଆ ଓ ଆମେରିକାର ରାଜୀବ ଚାପରେ ରହିଥିଲେ । ତେବେ ଦ୍ବିତୀୟ ସେଟ୍ରେ ପରାଜୟ ଏଡାଇବାକୁ ସମସ୍ତ ପ୍ରୟାସ କରିଥିଲେ ମଧ୍ୟ ସଫଳ ହୋଇନଥିଲେ । ଏକସମୟରେ ୫-୫ରେ ପଏଣ୍ଟ ବରାବର ରହିଥିଲା, ମାତ୍ର ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୭-୬ରେ ଭାରତୀୟ-ଆମେରିକୀୟ ଯୋଡି ପରାସ୍ତ ହୋଇଥିଲେ । ୨୦୨୨ ସିଜିନ ଟେନିସ କୋର୍ଟରେ ସାନିଆଙ୍କ ଶେଷ ବର୍ଷ ହେବ ଓ ସେ ସନ୍ୟାସ ନେବେ ବୋଲି ପୂର୍ବରୁ ଘୋଷଣା କରିସାରିଛନ୍ତି ।
ANI