ଅମାନ(ଜୋର୍ଡାନ): ଚଳିତ ASBC ଏସିଆନ ୟୁଥ ଓ ଜୁନିୟର ବକ୍ସିଂ ଚାମ୍ପିୟନସିପ 2022ରେ ଦୁଇ ଯୁବ ଭାରତୀୟ ବକ୍ସର ବିଶ୍ବନାଥ ସୁରେଶ ଓ ଆନନ୍ଦ ଯାଦବଙ୍କ ଜବରଦସ୍ତ ପ୍ରଦର୍ଶନ । ପ୍ରଭାବୀ ପ୍ରଦର୍ଶନ ସହ ଦୁଇ ଭାରତୀୟ ଯୁବ ବକ୍ସର ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛନ୍ତି ।
ଉଭୟ ବିଶ୍ବନାଥ ଓ ଆନନ୍ଦ(୫୪ କିଲୋଗ୍ରାମ ) ସେମାନଙ୍କର ଉଜବେକିସ୍ତାନ ପ୍ରତିନ୍ଦ୍ବନ୍ଦ୍ବୀଙ୍କୁ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ହରାଇ ଚୂଡାନ୍ତ ରାଉଣ୍ଡରେ ପ୍ରବେଶ କରିଛନ୍ତି । ବିଶ୍ବନାଥ( ୪୮ କିଲୋଗ୍ରାମ) ମିରାଲିଜନ ମାବଲୋନୋଭଙ୍କୁ ୪-୧ରେ ହରାଇ ଦ୍ବିତୀୟ ଥର ପାଇଁ ଏହି ସମ୍ମାନଜନକ ମହାଦେଶୀୟ ଟୁର୍ନାମେଣ୍ଟରେ ଫାଇନାଲରେ ପ୍ରବେଶ କରିଛନ୍ତି । ଅନ୍ୟପଟେ ଅନ୍ୟଏକ ସେମିଫାଇନାଲ ମୁକାବିଲାରେ ଅବଦୁବଲି ବୁରିବୋଏବଙ୍କୁ ୩-୨ରେ ହରାଇ ଫାଇନାଲକୁ ଉନ୍ନୀତ ହୋଇଛନ୍ତି ଆନନ୍ଦ ।
ANI