ବ୍ୟାଙ୍କକ୍(ଥାଇଲାଣ୍ଡ): ଏସିଆନ ରୋଇଂ ଚାମ୍ପିଅନସିପ୍(Asian Rowing C'ships) ୨୦୨୧ରେ ସ୍ବର୍ଣ୍ଣରେ ଚମକିଲେ ଭାରତୀୟ ଷ୍ଟାର ନୌକାଚାଳକ ଅରୁଣ ଲାଲ୍ ଜାଟ୍ ଓ ରବି ।
ଶନିବାର ଥାଇଲାଣ୍ଡରେ ଅନୁଷ୍ଠିତ ଏହି ମେଗା ପ୍ରତିଯୋଗିତାରେ ଭାରତୀୟ ନୌକାଚାଳକ ଚାଇନାର କିଙ୍ଗ୍ ଲି/ଲୁଟଙ୍ଗ୍ ଝାଙ୍ଗ୍ ଓ ଉଜବେକିସ୍ତାନର ଦବରଜୋନ ଦବ୍ରୋନୋଭ/ଅବଦୁଲୋ ମୁଖାମ୍ମାଡିଭଙ୍କୁ ହରାଇ ଶୀର୍ଷ ସ୍ଥାନରେ ରହିବା ସହ ସ୍ବର୍ଣ୍ଣ ପଦକ ହାତେଇଛନ୍ତି ।
-
All Smiles, All Glory ! 🥇🥈
— India Rowing (IND) 🇮🇳 (@IndiaRowing) December 11, 2021 " class="align-text-top noRightClick twitterSection" data="
.#IndiaRowing at the Asian Rowing Championship'21 going on in Thailand 🇹🇭
.
.
.#rowing #rowingglory #asianrowingchampionship #indiarowing #Champions #india #sportsindia #excellence #rowingphotography #regattalife #row360 #rowingbible #rowing pic.twitter.com/Mh2J9seLxl
">All Smiles, All Glory ! 🥇🥈
— India Rowing (IND) 🇮🇳 (@IndiaRowing) December 11, 2021
.#IndiaRowing at the Asian Rowing Championship'21 going on in Thailand 🇹🇭
.
.
.#rowing #rowingglory #asianrowingchampionship #indiarowing #Champions #india #sportsindia #excellence #rowingphotography #regattalife #row360 #rowingbible #rowing pic.twitter.com/Mh2J9seLxlAll Smiles, All Glory ! 🥇🥈
— India Rowing (IND) 🇮🇳 (@IndiaRowing) December 11, 2021
.#IndiaRowing at the Asian Rowing Championship'21 going on in Thailand 🇹🇭
.
.
.#rowing #rowingglory #asianrowingchampionship #indiarowing #Champions #india #sportsindia #excellence #rowingphotography #regattalife #row360 #rowingbible #rowing pic.twitter.com/Mh2J9seLxl
ଭାରତୀୟ ନୌକାଚାଳକ ଅରୁଣ ଲାଲ୍ ଓ ରବି ଯୋଡି ୬:୫୭.୮୮୩ ସମୟରେ ପହଞ୍ଚିଥିଲେ । ସେହିପରି ଚାଇନିଜ ଯୋଡି ୭:୦୨.୩୭୪ ସମୟରେ ପହଞ୍ଚି ରୌପ୍ୟ ଓ ଉଜବେକିସ୍ତାନ ଯୋଡି ୭:୦୭.୭୩୪ ସମୟରେ ପହଞ୍ଚି ବ୍ରୋଞ୍ଜରେ ସନ୍ତୁଷ୍ଟ ହୋଇଛନ୍ତି ।
ଏହାମଧ୍ୟ ପଢନ୍ତୁ: Indian Super League: ଦମଦାର ବିଜୟ ସହ ପଏଣ୍ଟ ଟେବୁଲର ଦ୍ବିତୀୟରେ ଓଡିଶା
ଏହାପରେ ଅନ୍ୟତମ ଭାରତୀୟ ନୌକାଚାଳକ ପରମିନ୍ଦର ସିଂହ ପୁରୁଷ ଏକକ ସ୍କଲ୍ସରେ ରୌପ୍ୟ ପଦକ ବିଜେତା ହୋଇଥିଲେ । ରବିବାର ଆଉ ୫ଟି ଇଭେଣ୍ଟର ଫାଇନାଲରେ ଭାରତୀୟ ନୌଚାଳକ ନଜର ଆସିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ